Home >>Odisha State

Odisha News: ଅନନ୍ୟ ଅଞ୍ଜଳି, ଆଶା ବହୁତ କିନ୍ତୁ ଅଭାବ ଅଟକାଇଛି ବାଟ

Odisha News: କରୋନା ବ୍ୟାପିବା ସମୟରେ ଲୋକଙ୍କ ପାଇଁ ନିଜେ ସିଲେଈ କରି ଲୋକଙ୍କୁ ହଜାର ହଜାର ମାସ୍କ ବାଣ୍ଟି ଅଞ୍ଜଳି ଚର୍ଚାରେ ଥିଲେ, କିନ୍ତୁ ସେତେବେଳେ ତାଙ୍କର କରୋନା ସହିତ ଲୋକଙ୍କ ପାଇଁ ଲଢେଇକୁ ସରକାର ଅଣଦେଖା କରିଥିଲେ, ସାମାନ୍ୟ ସଂମାନ ପତ୍ର ଟିଏ ମଧ୍ୟ ଦିଆଯାଇନଥିଲା, କିନ୍ତୁ ଏବେ ଯେବେ ଅଞ୍ଜଳି ମୁଖ୍ୟମନ୍ତୀ ମୋହନ ମାଝୀଙ୍କ ଉପସ୍ଥିତି ରେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଠାରୁ ସୁଭଦ୍ରା ହିତାଧିକାରୀ ଭାବେ ସମ୍ମାନିତ ହେଲେ ସେତେବେଳେ ଘୋଷିକା ତାଙ୍କ କରୋନା ସମୟର ସେବା କଥା କହିବା ଓ ପ୍ରଧାନମନ୍ତ୍ରୀ ଆଶୀର୍ବାଦ କରିବା ତାଙ୍କ ଶ୍ରମର ଉଚିତ ସମ୍ମାନ ମିଳିଥିବା ଅଞ୍ଜଳି ପ୍ରକାଶ କରନ୍ତି, ସୁଭଦ୍ରା ର ପ୍ରଥମ କିସ୍ତି ରେ ଦୋକାନ କୁ ବଢ଼ାଇବେ କିନ୍ତୁ ଏତିକି ଅର୍ଥ କଣ ପର୍ଯ୍ୟାପ୍ତ ହେବ, ସରକାରୀ ସ୍ତରରେ ଯଦି ଆଉ କିଛି ସହଯୋଗ ମିଳନ୍ତା ତେବେ ଦୃଢ଼ ମନା ଅଞ୍ଜଳି ଆଗକୁ ବହୁ ପଥ ଯାଇପାରନ୍ତେ।

Advertisement
Odisha News: ଅନନ୍ୟ ଅଞ୍ଜଳି, ଆଶା ବହୁତ କିନ୍ତୁ ଅଭାବ ଅଟକାଇଛି ବାଟ
Priyambada Rana|Updated: Nov 03, 2024, 11:38 AM IST
Share

Odisha News: (ଅଭୟ ମହାନ୍ତି) ଈଶ୍ୱର ଅନେକ ସମୟରେ ମଣିଷର ପରୀକ୍ଷା ନିଅନ୍ତି, ହେଲେ ଦୃଢ଼ ଇଚ୍ଛା ଶକ୍ତି ଓ ସବୁ ସହି ଆଗକୁ ବଢିବା ପାଇଁ ସଂକଳ୍ପ କରିଥିବା ଲୋକଙ୍କ ନିକଟରେ ସବୁ ପ୍ରତିକୂଳ ପରିସ୍ଥିତି ହାର ମାନିଥାଏ, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସରୁଆଳି ଗ୍ରାମର ଦିବ୍ୟାଙ୍ଗ ଅଞ୍ଜଳି ବାରିକଙ୍କ କ୍ଷେତ୍ରରେ ଉକ୍ତ ଉକ୍ତିଟି ଠିକ ଲାଗେ, ଗତ 17ତାରିଖ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗ ଅଞ୍ଜଳି ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଲେ ସେତେବେଳେ ହୁଏତ ସମସ୍ତେ ଜାଣିନଥିବେ ତାଙ୍କ ସଂଘର୍ଷର କାହାଣୀ, ସୁଭଦ୍ରା ଯୋଜନାରେ ପ୍ରଥମ ହିତାଧିକାରୀ ଭାବେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହେଲେ ଅଞ୍ଜଳି, ମୋଦିଙ୍କ ଆଶୀର୍ବାଦ ପାଇ ଅଞ୍ଜଳି ଖୁସି କିନ୍ତୁ ଘରର ଅଭାବ ଦୃଢ଼ ମନା ଅଞ୍ଜଳୀର ବାଟ ଅଟକାଇଛି

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ସରୁଆଳି ଗ୍ରାମର ଧରଣୀ ବାରିକ ଓ ଚାଇନ ବାରିକଙ୍କ ବଡ ଝିଅ ଅଞ୍ଜଳି, ଜନ୍ମରୁ ଦିବ୍ୟାଙ୍ଗ, କିନ୍ତୁ ଛୋଟରୁ ଯେତେ ବଡ଼ ହେଲେ ତାଙ୍କ ଶରୀର ର ଅକ୍ଷମତା ତାଙ୍କୁ ହରାଇ ପାରିଲା ନାହିଁ, ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା ଅଞ୍ଜଳି ଗାଁ ରେ ହାଇସ୍କୁଲ ପର୍ଯ୍ୟନ୍ତ ପଢିଲେ, ପରେ ଘରଠାରୁ 17 କିଲୋମିଟର ଦୂର ତେଲକୋଇ ଯାଇ ଚାରିଗଡ଼ ମହାବିଦ୍ୟାଳୟ ରେ ଗ୍ରାଜୁଏଟ ମଧ୍ୟ ହେଲେ, ଘର ପାଖରୁ କଲେଜ ଯିବା ପାଇଁ କୌଣସି ଗାଡି ମୋଟରର ବ୍ୟବସ୍ଥା ନଥିଲା 3କିଲୋମିଟର ଦୂର ଜଗମୋହନପୁର ଛକ ପର୍ଯ୍ୟନ୍ତ ନିଜର 3ଚକିଆ ସାଇକେଲ ହାତରେ ଚଲାଇ ଆସନ୍ତି ସେଠୁ ବସ କିମ୍ବା ଅନ୍ୟ କୌଣସି ଗାଡ଼ିରେ କଲେଜ ଯାଇ ପାଠ ପଢା ଶେଷ କଲେ, ଗୁରୁଣ୍ଡି ଚାଲୁଥିବା ଜଣେ ଝିଅ ଯେ ପଢିବା ପାଇଁ କେତେ କଷ୍ଟ କରିଥିବ ତାହା ଅନୁମେୟ, ଘରର ବଡ଼ ଅଞ୍ଜଳି, ବାପା ଜଣେ ନାମମାତ୍ର ଚାଷୀ, ବାପା ମାଙ୍କ ଉପରେ ନିର୍ଭର ନକରି ନିଜେ କିଛି କରିବାକୁ ଯାଇ ସିଲେଈ ଶିଖିଲେ ଓ ପାଠ ପଢା ପରେ ଏବେ ସିଲେଇ ଦୋକାନ କରି ସ୍ୱାବଲମ୍ବୀ ହୋଇଛନ୍ତି,ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ତାଙ୍କୁ ପ୍ରଶାସନ ପକ୍ଷରୁ ଏକ ସ୍କୁଟି ମଧ୍ୟ ମିଳିଛି।

କରୋନା ବ୍ୟାପିବା ସମୟରେ ଲୋକଙ୍କ ପାଇଁ ନିଜେ ସିଲେଈ କରି ଲୋକଙ୍କୁ ହଜାର ହଜାର ମାସ୍କ ବାଣ୍ଟି ଅଞ୍ଜଳି ଚର୍ଚାରେ ଥିଲେ, କିନ୍ତୁ ସେତେବେଳେ ତାଙ୍କର କରୋନା ସହିତ ଲୋକଙ୍କ ପାଇଁ ଲଢେଇକୁ ସରକାର ଅଣଦେଖା କରିଥିଲେ, ସାମାନ୍ୟ ସଂମାନ ପତ୍ର ଟିଏ ମଧ୍ୟ ଦିଆଯାଇନଥିଲା, କିନ୍ତୁ ଏବେ ଯେବେ ଅଞ୍ଜଳି ମୁଖ୍ୟମନ୍ତୀ ମୋହନ ମାଝୀଙ୍କ ଉପସ୍ଥିତି ରେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଠାରୁ ସୁଭଦ୍ରା ହିତାଧିକାରୀ ଭାବେ ସମ୍ମାନିତ ହେଲେ ସେତେବେଳେ ଘୋଷିକା ତାଙ୍କ କରୋନା ସମୟର ସେବା କଥା କହିବା ଓ ପ୍ରଧାନମନ୍ତ୍ରୀ ଆଶୀର୍ବାଦ କରିବା ତାଙ୍କ ଶ୍ରମର ଉଚିତ ସମ୍ମାନ ମିଳିଥିବା ଅଞ୍ଜଳି ପ୍ରକାଶ କରନ୍ତି, ସୁଭଦ୍ରା ର ପ୍ରଥମ କିସ୍ତି ରେ ଦୋକାନ କୁ ବଢ଼ାଇବେ କିନ୍ତୁ ଏତିକି ଅର୍ଥ କଣ ପର୍ଯ୍ୟାପ୍ତ ହେବ, ସରକାରୀ ସ୍ତରରେ ଯଦି ଆଉ କିଛି ସହଯୋଗ ମିଳନ୍ତା ତେବେ ଦୃଢ଼ ମନା ଅଞ୍ଜଳି ଆଗକୁ ବହୁ ପଥ ଯାଇପାରନ୍ତେ।

Read More
{}{}