Home >>Odisha State

Subhadra Yojana: ଏହି ଦିନଠୁ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ପ୍ରଥମ ପର୍ଯ୍ୟାୟରେ ସାମିଲ୍ ହେବେ ଏତେ ଲକ୍ଷ ମହିଳା

Subhadra Yojana: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା।  ରାଜ୍ୟରେ ଖୁବଶିଘ୍ର ଲାଗୁ ହେବାକୁ ଯାଉଛି ସୁଭଦ୍ରା ଯୋଜନା।  ଆଗାମୀ ...

Advertisement
Subhadra Yojana: ଏହି ଦିନଠୁ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ପ୍ରଥମ ପର୍ଯ୍ୟାୟରେ ସାମିଲ୍ ହେବେ ଏତେ ଲକ୍ଷ ମହିଳା
Narmada Behera|Updated: Jun 30, 2024, 09:53 AM IST
Share

Subhadra Yojana: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା।  ରାଜ୍ୟରେ ଖୁବଶିଘ୍ର ଲାଗୁ ହେବାକୁ ଯାଉଛି ସୁଭଦ୍ରା ଯୋଜନା।  ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଓଡି଼ଶା ଆସି ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ । 

ALSO READ: Road Accident: ଭାରସାମ୍ୟ ହରାଇ ଟ୍ରକରେ ପିଟିହେଲା କାର୍, ନିଶ୍ଚିହ୍ନ ହୋଇଗଲା ପୂରା ପରିବାର!

ALSO READ: July Grah Gochar 2024: ଆସନ୍ତାକାଲିଠୁ ୫ ରାଶିର ଆରମ୍ଭ ହେବ ଶୁଭ ସମୟ, ମିଳିବ ଚାକିରି ମିଳିବ ସାଙ୍ଗକୁ କିଣିବେ ନୂଆ ଗାଡି !

ବିଜେପି ନିର୍ବାଚନ ଇସ୍ତାହାରରେ ସୁଭଦ୍ରା ଯୋଜନାର ପ୍ରତିଶ୍ର଼ୃତି ଦେଇଥିଲା। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟକ ମହିଳାଙ୍କୁ  ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ମିଳିବ। ଯେଉଁ କ୍ୟାସ୍ ଭାଉଚରକୁ ମହିଳା ମାନେ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ବିଶେଷକରି, ନିଜ ପିଲାମାନଙ୍କ ପାଠପଢା, ଝିଅ ବାହାଘରଠୁ ନେଇ ପରିବାରର ଛୋଟମୋଟ କାମ ଏବଂ ବ୍ୟବସାୟରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ।  

 

 

 

Read More
{}{}