Hindi News >>Home >>Odisha State

Odisha News: ମହଙ୍ଗା ପଡିଲା ଭିନ୍ନ ଜାତିରେ ବିବାହ କରିବା: ପରିବାରର ୪୦ ସଦସ୍ୟ ହେଲେ ଲଣ୍ଡା

କୋରାପୁଟ (Niroj Satpathy): ରାୟଗଡ଼ା ଜିଲ୍ଲା କାଶିପୁର ଅଞ୍ଚଳରେ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରର ୪୦ ସଦସ୍ୟ ଲଣ୍ଡା ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମାଞ୍ଚଳରେ ଏବେ ବି ପୁରୁଣା ପ୍ରଥାର ବିଲୋପ ଘଟି ନାହିଁ। ଏବେ ବି କିଛି ଅଞ୍ଚଳରେ ପୁରୁଣା ପ୍ରଥା ଜାତି ରହିଛି। ଏହି ପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା

Advertisement
Odisha News: ମହଙ୍ଗା ପଡିଲା ଭିନ୍ନ ଜାତିରେ ବିବାହ କରିବା: ପରିବାରର ୪୦ ସଦସ୍ୟ ହେଲେ ଲଣ୍ଡା
Zee Odisha Desk|Updated: Jun 23, 2025, 02:43 PM IST
Share

Odisha News: କୋରାପୁଟ (Niroj Satpathy): ରାୟଗଡ଼ା ଜିଲ୍ଲା କାଶିପୁର ଅଞ୍ଚଳରେ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରର ୪୦ ସଦସ୍ୟ ଲଣ୍ଡା ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗ୍ରାମାଞ୍ଚଳରେ ଏବେ ବି ପୁରୁଣା ପ୍ରଥାର ବିଲୋପ ଘଟି ନାହିଁ। ଏବେ ବି କିଛି ଅଞ୍ଚଳରେ ପୁରୁଣା ପ୍ରଥା ଜାତି ରହିଛି। ଏହି ପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁରୁ ଅଞ୍ଚଳରେ। ହେଲେ ଜାତି ପ୍ରଥାକୁ ନେଇ ଏହି ଗାଁରେ ଦେଖା ଦେଇଛି ଏକ ଭିନ୍ନ ଚିତ୍ର। ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ପ୍ରେମ ବିବାହ କରିଥିବା ଘଟଣାକୁ ନେଇ ଝିଅ ପରିବାରର ୪୦ ଜଣ ସଦସ୍ୟ ଶୁଦ୍ଧି ହେବା ପାଇଁ ମୁଣ୍ଡନ କରିବା ସହିତ ପାରଂପରିକ ରୀତିନୀତି ପାଳନ କରିଛନ୍ତି। ବର୍ତ୍ତମାନ ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କାଶିପୁର ବ୍ଲକର ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବାଇଗଣଗୁଡ଼ା ଗ୍ରାମର ଘଟିଛି ଏହିଭଳି ଅଭାବନୀୟ ଘଟଣା।

ଘଟଣାରୁ ପ୍ରକାଶ ଯେ, ବାଇଗଣଗୁଡ଼ା ଗ୍ରାମର ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଉକ୍ତ ଯୁବକଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଜାତିରେ ରହିବାକୁ ହେଲେ ପରିବାରବର୍ଗଙ୍କୁ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁଷୁରୀ ଆଦି ବଳି ଦେବା ସହିତ ସୁଧି ହୋଇ ଲଣ୍ଡା କରିବାକୁ କହିଥିଲେ ଗ୍ରାମବାସୀ। ଏହି କାର୍ଯ୍ୟ କରିବା ପାଇଁ ପରିବାରବର୍ଗଙ୍କୁ ମଧ୍ୟ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା। ଗୋଟିଏ ପଟେ ଜାତିଆଣ ଭେଦଭାବ ନରଖି ସମସ୍ତେ ମିଳିମିଶି ରହିବାକୁ ସଚେତନତା ହେଉଥିଲେ ମଧ୍ୟ ଆଜିବି ଜୀବିତ ରହିଛି ପୁରୁଣା ପ୍ରଥା ଓ ପରମ୍ପରା। ତେବେ ଘଟଣା ପରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଘଟଣାସ୍ଥଳ କୁ ଯାଇ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବିଡ଼ିଓ କହିଛନ୍ତି।

Read More
{}{}