Home >>Odisha State

Odisha News: ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ ବଢୁଛି ସୁବର୍ଣ୍ଣରେଖା ଏବଂ ଜଳକା ନଦୀର ଜଳସ୍ତର, ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ର ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ସଂଧ୍ଯା ୫ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୭୯ ମିଟରରେ ପ୍ରବାହିତ ହେଉଛି। ଯାହା ଫଳରେ ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ

Advertisement
Odisha News: ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
Prabhudatta Moharana|Updated: Sep 18, 2024, 02:07 PM IST
Share

Odisha News: ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ ବଢୁଛି ସୁବର୍ଣ୍ଣରେଖା ଏବଂ ଜଳକା ନଦୀର ଜଳସ୍ତର, ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ର ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ସଂଧ୍ଯା ୫ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୭୯ ମିଟରରେ ପ୍ରବାହିତ ହେଉଛି। ଯାହା ଫଳରେ ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମିରେ ବନ୍ଯା ଜଳରେ ବୁଡି ରହିଛି।  ସୁବର୍ଣ୍ଣରେଖାର ବନ୍ଯା ପାଣି ଅନେକ ଗାଁ ଭିତରେ ପ୍ରବେଶ କରିଥିବାରୁ ଲୋକେ ନାହି ନଥିବା ସମସ୍ୟାର ସମ୍ମୁଖିନ ହୋଇଛି। 

ଭୋଗରାଇ ବ୍ଲକର ନାଚିନ୍ଦା, ଖରିଦପିମ୍ପଳ, ନହରା, କୁମ୍ଭିରଗଡି, ଆରୁହାବୃତ୍ତି , କୁସୁଡା,ରସଲପୁର ଏବଂ ବାଲିଆପାଳ ବ୍ଲକ ର ମଧୁପୁରା, ବିଷ୍ନୁପୁର, ଅସ୍ତି, ଜାମକୁଣ୍ତା, ବାଲିଆପାଳ ପଞ୍ଚାୟତ ଏବଂ ଜଳେଶ୍ବର ବ୍ଲକ ର କଣ୍ଟାପାଳ ଇତ୍ଯାଦି ୪୦ରୁ ଊର୍ଦ୍ଧ୍ୱ ଗାଁ ଏବେ ପାଣି ଘେରରେ ରହିଛି। ଲୋକେ ଡଙ୍ଗା ଏବଂ ପାୱାର ବୋଟ୍ ମାଧ୍ଯମରେ ଯାତାୟତ କରୁଛନ୍ତି। ବାଲିଆପାଳ ବ୍ଲକର ଚୌଧୁରୀକୁଦ ଚଟାଣ ଏବଂ କୁଦମାନସିଂ ମୁଖ୍ଯ ରାସ୍ତା ଉପରେ ୩ ଫୁଟର ବନ୍ଯା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଲୋକମାନେ ଡଙ୍ଗାରେ ଯାତାୟତ କରୁଛନ୍ତି। 

ବାଲିଆପାଳ ବ୍ଲକ ଜାମକୁଣ୍ତା ନିକଟରେ ସୁଇସ ଗେଟ ଧସି ଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବାଲିବସ୍ତା ପକାଇ ମରାମତି କରା ଯାଇଛି। ଅନ୍ଯପଟେ ଜଳକା ନଦୀର ଜଳସ୍ତର ମଧ୍ଯ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬.୭୫ ମିଟରରେ ଜଳସ୍ତର ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ଲହଡି ମାରୁଛି ବନ୍ଯା ପାଣି। 

ମଙ୍ଗଳବାର ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୁର ବିକାଶ ବନ୍ଯାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିବା ସହ କିଭଳି ବନ୍ଯା ପରିସ୍ଥିତିକୁ ମୁକାବିଲା କରାଯାଇ ପାରିବ ସେନେଇ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି, ଓଡ୍ରାଫ , ଏନଡିଆରଏଫ୍ ଟିମ ଏବଂ ଅଗ୍ନିଶମ ବାହିନୀ ସଜାଗ ଥିବା ସହ ପ୍ରଶାସନ ପକ୍ଷରୁ ପାୱାର ବୋଟର ବ୍ଯବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। 

Read More
{}{}