Hindi News >>Home >>Odisha State

Odisha News: କୋଏଲ୍ ନଦୀରେ ବୁଡି଼ଗଲେ ୨ ସାଙ୍ଗ

Odisha News: ପିକନିକ୍ କରିବା ହେଲା କାଳ ।  ପିକନିକ୍ କରିବାକୁ ଯାଇ ନଦୀରେ ବୁଡି଼ ଗଲେ ୨ ସାଙ୍ଗ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାର କୋଏଲ ନଦୀରେ। ମୃତକ ଦ୍ବୟ ହେଲେ ଅନିକେତ ବରଦା ଓ ମୁକେଶ ମହାନ୍ତ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisement
ସୌଜନ୍ୟ-ସୋସିଆଲ ମିଡି଼ଆ
ସୌଜନ୍ୟ-ସୋସିଆଲ ମିଡି଼ଆ
Zee Odisha Desk|Updated: Mar 19, 2024, 11:59 AM IST
Share

Odisha News: ପିକନିକ୍ କରିବା ହେଲା କାଳ ।  ପିକନିକ୍ କରିବାକୁ ଯାଇ ନଦୀରେ ବୁଡି଼ ଗଲେ ୨ ସାଙ୍ଗ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାର କୋଏଲ ନଦୀରେ। ମୃତକ ଦ୍ବୟ ହେଲେ ଅନିକେତ ବରଦା ଓ ମୁକେଶ ମହାନ୍ତ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ,ସୁନ୍ଦରଗଡ ଜିଲ୍ଲାର ବନ୍ଧମୁଣ୍ତା  ଅଞ୍ଚଳର  ଆଠ ଜଣ ଯୁବକ କଲେଜ ଯିବା ନାଁ କହି କୋଏଲ ନଦୀ କୂଳକୁ ପିକନିକ୍ କରିବା କହି ବାହାରି ଯାଇଥିଲେ। ସେଠାରେ ପିକନିକ୍ କରି ଭୋଜି ବି ଖାଇଥିଲେ।

ଭୋଜି ଖାଇ ସାରିବା ପରେ କୋଏଲ୍ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଉଭୟ ବୁଡି଼ ଯାଇଥିଲେ। ପରେ ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା। ପରେ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। 

Also Read: Maharashtra News: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡି଼ଲେ ୪ ନକ୍ସଲ

Also Read: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜି କରି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ଆଜି ପୁଣି ଥରେ ଖୋଜାଖୋଜି ଆରମ୍ଭ ହୋଇ ଆଉ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ପୋଲିସ୍‌ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ଉଭୟ ଛାତ୍ରଙ୍କ ପରିବାର ପହଞ୍ଚିଥିବା ବେଳେ ସେମାନଙ୍କ କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡ଼ୁଛି ପରିବେଶ।

 

Read More
{}{}