Home >>Odisha State

ଏଚମପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ

ଆଜି ସକାଳେ ସେ ମେଡିକାଲ କଲେଜ୍ ମାନଙ୍କର ଅଧ୍ୟକ୍ଷ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଚମପିଭି ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି।

Advertisement
ଏଚମପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
Soubhagya Ranjan Mishra|Updated: Jan 07, 2025, 03:30 PM IST
Share

ଭୁବନେଶ୍ୱର: ଦେଶରେ ଏଚମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ  ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ରାଜ୍ୟ ସରକାର  ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଶ୍ରୀ ମହାଲିଙ୍ଗ କହିଛନ୍ତି।

ଆଜି ସକାଳେ ସେ ମେଡିକାଲ କଲେଜ୍ ମାନଙ୍କର ଅଧ୍ୟକ୍ଷ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଚମପିଭି ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। କଟକ ଓ ଭୁବନେଶ୍ବରରେ ଥିବା ଘରୋଇ ଡାକ୍ତରଖାନାମାନଙ୍କୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି। ମେଡିକାଲରେ ଆବଶ୍ୟକୀୟ ବେଡ୍ ରହିଛି। ସରକାର ପ୍ରସ୍ତୁତ ଅଛନ୍ତି। ଏହା ସିଗନାଲ୍ ଭାଇରସ୍ ହୋଇଥିବାରୁ ଭୟଭୀତ ହୁଅନ୍ତୁ ନାହିଁ। କେନ୍ଦ୍ର ସରକାର ଏନେଇ ଯେଉଁ ଗାଇଡଲାଇନ୍ ଆଣିବେ ତାକୁ ପାଳନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ଦେଶରେ ଏହି ଭୂତାଣୁ ସଂକ୍ରମଣର ସ୍ଥିତିକୁ ସମୀକ୍ଷା କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବିଭିନ୍ନ ହସ୍‍ପିଟାଲରେ ଚିହ୍ନଟ କରାଯାଇଛି ରୋଗୀଙ୍କ ସ୍ଥିତି ଏଂବ ଜନସ୍ୱାସ୍ଥ୍ୟ ପରିଚାଳନା ବିଷୟକୁ ଧ୍ୟାନ ଦେଇଛନ୍ତି। କୌଣସି ଭାବେ ଦେଶରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପକ ହୋଇ ନାହିଁ। କିନ୍ତୁ ରାଜ୍ୟ ସରକାରଙ୍କୁ ଏ ଦିଗରେ ସତର୍କ ରହି ସଚେତନତା ପ୍ରସାର କରିବାକୁ କୁହାଯାଇଛି। କିପରି ଏହି ସଂକ୍ରମଣକୁ  ଏଡ଼ାଯାଇପାରିବ ସେ ନେଇ ବାର୍ତ୍ତା ପ୍ରସାରଣ ପାଇଁ କୁହାଯାଇଛି। ଏହାସହ ଅତ୍ୟାଧୁନିକ ଆଇଏଲ୍‍ଆଇ ବା ସାରୀ ପରୀକ୍ଷଣକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି।

Also Read- Delhi Election Date:ଫେବୃଆରୀ ୫ରେ ଦିଲ୍ଲୀ ଦେବ ଭୋଟ

Also Read- Mangal Gochar 2025: ମକର ସଂକ୍ରାନ୍ତି ପରେ ମଙ୍ଗଳ ଚଳନ, ୪ ରାଶିକୁ ମିଳିବ ଧନ

Read More
{}{}