Hindi News >>Home >>Odisha State

Puri Shree Setu: ୧୨ରେ ଶ୍ରୀ ସେତୁ, ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ଶ୍ରୀ ସେତୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରାଯିବ ଏନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ସ୍ପଷ୍ଟ ହୋଇଛି। ଏହାଛଡ଼ା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନୀ ଉତ୍ସବରେ ଯୋଗ ଦେବା ଲାଗି ବିଭିନ୍ନ ସ୍ଥାନରୁ ଅତିଥି ଓ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ଥିବାରୁ ପୁରୀର ସମସ୍ତ ଲଜି, ଧର୍ମଶାଳା, ନିଯୋଗ ଅତିଥିଶାଳାକୁ ପ୍ରଶାସନ ୧୨ ତାରିଖରୁ ନିଜ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛି।  
 

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Jan 05, 2024, 03:30 PM IST
Share

Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ଶ୍ରୀ ସେତୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରାଯିବ ଏନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ସ୍ପଷ୍ଟ ହୋଇଛି। ଏହାଛଡ଼ା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନୀ ଉତ୍ସବରେ ଯୋଗ ଦେବା ଲାଗି ବିଭିନ୍ନ ସ୍ଥାନରୁ ଅତିଥି ଓ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ଥିବାରୁ ପୁରୀର ସମସ୍ତ ଲଜି, ଧର୍ମଶାଳା, ନିଯୋଗ ଅତିଥିଶାଳାକୁ ପ୍ରଶାସନ ୧୨ ତାରିଖରୁ ନିଜ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛି।  

ଆସନ୍ତା ୧୨ ତାରିଖରେ ଶ୍ରୀ ସେତୁ ଉଦଘାଟନ ପାଇଁ ସ୍ଥିର କରାଯାଇଛି। ଏହାଦ୍ୱାରା ପୁରୀକୁ ଆସୁଥିବା ଅତିଥି ଓ ପର୍ଯ୍ୟଟକଙ୍କୁ ପୁରୀରେ ପ୍ରବେଶ ଓ ଗାଡ଼ି ପାର୍କିଂ ପାଇଁ ବିକଳ୍ପ ସମ୍ଭାବନା ମିଳିବ। ଏହି ଉତ୍ସବରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସିସିଟିଭି ସହାୟତା ନିଆଯିବ। ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର କରାଯିବ ବୋଲି ଆଇନ ଶୃଙ୍ଖଳା ଏଡିଜି ସଂଜୟ କୁମାର ସୂଚନା ଦେଇଛନ୍ତି । 

Also Read-Puri: ଆଜିଠୁ ପଞ୍ଚାୟତରୁ ସହର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିବ ‘ଜଗନ୍ନାଥ ରଥ’

ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଆସନ୍ତା ୧୨ରୁ ଶ୍ରୀସେତୁ ସ୍ବାଗତ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ସମସ୍ତ ମୌଜାରେ ପାର୍କିଂ ପରେ ସେଠାରୁ ଶ୍ରଦ୍ଧାଳୁ ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ । ଜଗନ୍ନାଥ ବଲ୍ଲଭରେ‌ ଗୁଆ, ଚାଉଳ ଓ ନଡିଆ ସଂଗ୍ରହ କରାଯିବ । ସମସ୍ତ ପାର୍କିଂକୁ ଦୁଇଟି ରାସ୍ତା କରାଯିବ । ୮ ଶହ ମିଟର ଶ୍ରୀଦାଣ୍ଡ ରାସ୍ତା ୧୬ ତାରିଖ ପୂର୍ବରୁ ଶେଷ ହେବ । 

 

Read More
{}{}