Hindi News >>Home >>Odisha State

Ramadevi Student: ପରୀକ୍ଷା ଘୁଞ୍ଚାଇବାକୁ ଆନ୍ଦୋଳନ କଲେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ

ଭୁବନେଶ୍ୱର: ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ। ପ୍ରବଳ ଗ୍ରୀଷ୍ମକୁ ଆଖିରେ ରଖି ଛୁଟି ପରେ ପରୀକ୍ଷା କରାଇବାକୁ ଛାତ୍ରୀମାନେ ନିବେଦନ କରିଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ସେମାନଙ୍କ ଦାବିପତ୍ରକୁ କର୍ଣ୍ଣପାତ ନକରିବାରୁ ଆଜି ସେମାନେ ଆନ୍ଦୋଳନ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପ

Advertisement
Ramadevi Student: ପରୀକ୍ଷା ଘୁଞ୍ଚାଇବାକୁ ଆନ୍ଦୋଳନ କଲେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ
Prabhudatta Moharana|Updated: Apr 26, 2024, 11:39 AM IST
Share

Ramadevi Student: ଭୁବନେଶ୍ୱର: ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ। ପ୍ରବଳ ଗ୍ରୀଷ୍ମକୁ ଆଖିରେ ରଖି ଛୁଟି ପରେ ପରୀକ୍ଷା କରାଇବାକୁ ଛାତ୍ରୀମାନେ ନିବେଦନ କରିଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ସେମାନଙ୍କ ଦାବିପତ୍ରକୁ କର୍ଣ୍ଣପାତ ନକରିବାରୁ ଆଜି ସେମାନେ ଆନ୍ଦୋଳନ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପ୍ରିଲ୍‍ ୩୦ରୁ ମେ ୧୮ ଯାଏ ପରୀକ୍ଷା ସ୍ଥିର କରାଯାଇଛି। 

 

ବିଶ୍ୱବିଦ୍ୟାଳୟର ମୁଖ୍ୟ ଦ୍ୱାର ନିକଟରେ ଖରାରେ ସେମାନେ ଧାରଣା ଦେଇଛନ୍ତି। ସେମାନଙ୍କ ଦେବି ହେଉଛି ଖରାରେ ତାଙ୍କୁ ଯାତାୟାତ କରିବାକୁ ପଡ଼ୁଛି, ହଷ୍ଟେଲରେ ଆବଶ୍ୟକ ସୁବିଧା ନାହିଁ। ଏଣୁ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଦେବି କରିଛନ୍ତି। ଏହା ତାଙ୍କ ନ୍ୟାଯ୍ୟ ଦାବି କିନ୍ତୁ କର୍ତ୍ତୃପକ୍ଷ ସେମାନଙ୍କୁ।  ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଶ୍ୱବ୍ୟାଳୟ ଛାତ୍ରୀ। ଏପରିକି ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ।  ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ କଲେଜଗୁଡ଼ିକରେ ପରୀକ୍ଷା ଘୁଞ୍ଚାଯାଇଥିବାବେଳେ ତାଙ୍କର ଦାବିକୁ କଳାହିଁକି ଶୁଣାଯାଉ ନାହିଁ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଛାତ୍ରୀ। 

ସୂଚନା ଅନୁସାରେ, ୨୫ ତାରିଖ ଦିନ ଛାତ୍ରୀମାନେ ବିଧିବଦ୍ଧ ଭାବେ ଦାବିପତ୍ର ଅଧ୍ୟକ୍ଷା ଓ ସିଣ୍ଡିକେଟ୍‍ ସଦସ୍ୟଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଦୁଇଦିନ ବିତିଥିଲେ ବି କୌଣସି ପ୍ରକାରେ ପରିବର୍ତ୍ତିତ ପଦକ୍ଷେପ ବାବଦରେ ସୂଚନା ଦିଆଗଲା ନାହିଁ। ଏଣୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନ କରିଥିବା କହିଛନ୍ତି।

Read More
{}{}