Hindi News >>Home >>Odisha State

୨୮ରେ ଏସ୍‍ଆଇଟି ବୈଠକ, ଭିଜିଲାନ୍ସକୁ ରିପୋର୍ଟ ତଲବ

SIT Meeting: ମିଳିଥିବା ସୂଚନା ଅନୁସାରେ କଟକସ୍ଥିତ ବାସଭବନରେ ଜଷ୍ଟିସ ପଶାୟତ ୨୮ ତାରିଖ ଦିନ ଏକ ବୈଠକ ଡକାଇଛନ୍ତି। ଏଥିରେ ରାଜ୍ୟ ଭିଜିଲାନ୍ସଙ୍କୁ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଛି।

Advertisement
SIT Meeting
SIT Meeting
Jagdish Barik|Updated: Aug 19, 2024, 08:27 PM IST
Share

ଭୁବନେଶ୍ୱର: ନିକଟ ଅତୀତରେ ଯେମିତି ଅଧିକାରୀ ଓ ବ୍ୟବସାୟୀଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ଉ କରି ଆଖି ଖୋସିଲା ପରି ସମ୍ପତ୍ତି ଜବତ କରୁଛି ତାହା ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି। ଏପରିକି କଳାଧନ ଉପରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଟିମ୍‍ (ଏସ୍‍ଆଇଟି) ମଧ୍ୟ ଏହାକୁ ନେଇ ନିଜର ତତ୍ପରତା ପ୍ରକାଶ କରିଛନ୍ତି। ଅତୀତରେ ଯେଉଁ ବଡ଼ବଡ଼ ଦୁର୍ନୀତିଖୋରଙ୍କ ଖରେ ଭିଜିଲାନ୍ସ ଚଢ଼ଉ କରି ଯେଉଁ ସମ୍ପତ୍ତି ଜବତ କରିଛି ତାହାର ରିପୋର୍ଟ ମାଗିଛନ୍ତି କମିଟି। ଏନେଇ ଆସନ୍ତା ୨୮ ତାରିଖରେ ଏକ ସ୍ୱତନ୍ତ୍ର ବୈଠକ ବସିବାକୁ ଯାଉଛି। ଯେଉଁଠାରେ ରାଜ୍ୟ ଭିଜିଲାନ୍ସ ଏସ୍‍ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କୁ ନିଜର ରିପୋର୍ଟ ପ୍ରଦାନ କରିପାରେ। 

କଳାଧନକୁ ସାମ୍ନାକୁ ଆଣିବା ଲାଗି ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରା ୨୦୧୪ ମସିହାରେ ଏକ ସ୍ୱଥନ୍ତ୍ର ତଦନ୍ତ ଟିମ ଗଠନ କରାଯାଇଥିଲା। ଏହାର ଅଧ୍ୟକ୍ଷ ଜଷ୍ଟିସ ଏମ୍‍ବି ଶାହ ଥିବା ବେଳେ ଉପାଧ୍ୟକ୍ଷ ଭାବେ ଜଷ୍ଟିସ ଅରିଜିତ ପଶାୟତ ଦାୟିତ୍ୱ ତୁଲାଉଛନ୍ତି।  ଏହି କମିଟି ୨୦୧୭ ମସିହାରେ ୭୦ ହଜାର କୋଟି ଟଙ୍କାର କଳାଧନ ଠାବ ହୋଇଥିବା ଦର୍ଶାଇଥିଲା। ୧୬ ହଜାର କୋଟିରୁ ଅଧିକ ଟଙ୍କା ଭାରତ ବାହାରେ ରହିଥିବା ମଧ୍ୟ ଜାଣିଥିଲା କମିଟି। ଏନେଇ ସରକାରଙ୍କୁ ଆବଶ୍ୟକ ରିପୋର୍ଟ ପ୍ରଦାନ କରାଯାଇଥିଲା। 

ଏ ଭିତରେ ଏହି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‍ ଭାରତ ସରକାରଙ୍କୁ ନିଜର ଅଷ୍ଟମ ରିପୋର୍ଟ ପ୍ରଦାନ କରିଛନ୍ତି। ୨୦୨୩ ମସିହା ନଭେମ୍ବର ୨୩ ତାରିଖରେ ଟିମ୍‍ ଶେଷଥର ପାଇଁ ବୈଠକ କରିଥିଲା। ଏହି ବେଠକ ଜଷ୍ଟିସ୍‍ ଅରିଜିତ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିଲା। 

ମିଳିଥିବା ସୂଚନା ଅନୁସାରେ କଟକସ୍ଥିତ ବାସଭବନରେ ଜଷ୍ଟିସ ପଶାୟତ ୨୮ ତାରିଖ ଦିନ ଏକ ବୈଠକ ଡକାଇଛନ୍ତି। ଏଥିରେ ରାଜ୍ୟ ଭିଜିଲାନ୍ସଙ୍କୁ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଛି।

Read More
{}{}