ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପରାମର୍ଶଦାତା ଭାବେ ନିଯୁକ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ପଦରେ ନିଯୁକ୍ତ କର୍ମଚାରୀଙ୍କ ଦ୍ୱାରା ସରକାର କୌଣସି ଫାଇଦା ପାଉ ନଥିବା ଅନୁଭବ କରି ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି।
ପୂର୍ବର ନବୀନ ସରକାରଙ୍କ ସମୟରେ ରାଜ୍ୟର ବିଭିନ୍ନ ବିଭାଗରେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ପ୍ରଫେସନାଲଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା। ସେମାନଙ୍କୁ ପୁଣି ସରକାରୀ ତହବିଲରୁ ପାରିଶ୍ରମିକ ଅଥବା ବିଭିନ୍ନ ପ୍ରକାର ଭତ୍ତା ପ୍ରଦାନ କରାଯାଉଥିଲା। ଗତ କିଛିଦିନ ହେଲା ସରକାର ପରିବର୍ତ୍ତନ ହୋଇଥିବାରୁ ଏମାନଙ୍କ ଚାକିରି ପ୍ରତି ଆଶଙ୍କା ସୃଷ୍ଟି ହୋଇଥିଲା। ଏଣୁ ଅନେକ ଅଧିକାରୀ ସେମାନଙ୍କ ସମ୍ମାନ ରକ୍ଷା କରି ଚାକିରିରୁ ନିଜ ଆଡ଼ୁ ଇସ୍ତଫା ଦେଇଥିଲା। ଆଜି କିନ୍ତୁ ସମସ୍ତ ବିଭାଗର ପରାମର୍ଶଦାତା ବା ଉପଦେଷ୍ଟାଙ୍କୁ ବରଖାସ୍ତ କରାଯାଇଛି।
ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସର୍ବାଧିକ ପରାମର୍ଶଦାତା ନିଯୁକ୍ତ ଥିଲେ। ଏପରିକି ଏହି ଅଧିକାରୀମାନେ ସରକାରଙ୍କଠାରୁ ପାରିଶ୍ରମିକ ଗ୍ରହଣ କରି ରାଜନୀତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ଏହି ଅଧିକାରୀମାନେ ନବୀନଙ୍କ ପରାଜୟ ପରେଜଣେପରେ ଜଣେ ଇସ୍ତଫା ଦେଇଥିଲେ।