Home >>Odisha State

Odisha News: ମହିଳା ଉଦ୍ୟୋଗୀଙ୍କ ପାଇଁ ରାଜ୍ୟରେ ଖୋଲିବ ମହିଳା ଶିଳ୍ପ ପାର୍କ ଓ ଇପିକଲ ମହିଳା ସେଲ -ମୁଖ୍ୟମନ୍ତ୍ରୀ

Odisha News: ଏଣୁ ଆଗାମୀ ବର୍ଷଗୁଡ଼ିକରେ, ମହିଳାମାନଙ୍କୁ ଉଦ୍ୟୋଗୀ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ ପାଇଁ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଶ୍ରୀ ମାଝି କହିଛନ୍ତି। ବିଶ୍ୱବିଦ୍ୟାଳୟ ଏବଂ ବ୍ୟବସାୟିକ ବିଦ୍ୟାଳୟ ସହିତ ସହଯୋଗ କରି ଶିକ୍ଷାଗତ ଏବଂ ବ୍ୟବହାରିକ ବ୍ୟବସାୟ ଅଭିଜ୍ଞତା ପ୍ରଦାନ କରୁଥିବା ଛାତ୍ରବୃତ୍ତି, ଇଣ୍ଟର୍ନସିପ୍‌ ଏବଂ ନେତୃତ୍ୱ କାର୍ଯ୍ୟକ୍ରମ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

Advertisement
Odisha News: ମହିଳା ଉଦ୍ୟୋଗୀଙ୍କ ପାଇଁ ରାଜ୍ୟରେ ଖୋଲିବ ମହିଳା ଶିଳ୍ପ ପାର୍କ ଓ ଇପିକଲ ମହିଳା ସେଲ -ମୁଖ୍ୟମନ୍ତ୍ରୀ
Priyambada Rana|Updated: Jan 29, 2025, 04:31 PM IST
Share
ଭୁବନେଶ୍ୱର: ମହିଳା ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନ ଦେବେ। ଏଥିଲାଗି ଏକ ସ୍ୱତନ୍ତ୍ର ମହିଳି ଶିଳ୍ପ ପାର୍କ ରାଜ୍ୟରେ ପ୍ରତିଷ୍ଠା କରାଯିବ। ଏହା ସହ ଇପିକଲ୍‍ ପକ୍ଷରୁ ଏକ ସ୍ୱତନ୍ତ୍ର ମହିଳା ସେଲ୍‍ ଖୋଲାଯାଇ ଆଗ୍ରହୀ ଉଦ୍ୟୋଗୀ ମହିଳାଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ସହ ଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। 
 
ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି କ୍ଷେତ୍ରରେ କାମ କରିବା ଠାରୁ ଆରମ୍ଭ କରି କେବଳ ଯାତ୍ରୀବାହୀ ବିମାନ ନୁହେଁ ବରଂ ଯୁଦ୍ଧ ବିମାନ ଉଡ଼ାଇବା, ମହାକାଶକୁ ରକେଟ୍‌ ଉଡ଼ାଇବା, କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମାଣ କରିଛନ୍ତି ଯେ ପୁରୁଷମାନେ ଯାହା କରିପାରିବେ ମହିଳାମାନେ ମଧ୍ୟ ତାହା କରିପାରିବେ । ଶିକ୍ଷା ହେଉଛି ମହିଳା ସଶକ୍ତୀକରଣର ଚାବିକାଠି । ଏଣୁ ଆଗାମୀ ବର୍ଷଗୁଡ଼ିକରେ, ମହିଳାମାନଙ୍କୁ ଉଦ୍ୟୋଗୀ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ ପାଇଁ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଶ୍ରୀ ମାଝି କହିଛନ୍ତି। ବିଶ୍ୱବିଦ୍ୟାଳୟ ଏବଂ ବ୍ୟବସାୟିକ ବିଦ୍ୟାଳୟ ସହିତ ସହଯୋଗ କରି ଶିକ୍ଷାଗତ ଏବଂ ବ୍ୟବହାରିକ ବ୍ୟବସାୟ ଅଭିଜ୍ଞତା ପ୍ରଦାନ କରୁଥିବା ଛାତ୍ରବୃତ୍ତି, ଇଣ୍ଟର୍ନସିପ୍‌ ଏବଂ ନେତୃତ୍ୱ କାର୍ଯ୍ୟକ୍ରମ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 
 
ରାଜ୍ୟ ସରକାର ଏକ ଜେଣ୍ଡର-ବଜେଟିଂ ପ୍ରସ୍ତୁତ କରୁଛନ୍ତି । ଚଳିତ ବଜେଟରେ, ରାଜ୍ୟର ମୋଟ ବଜେଟ ବ୍ୟବସ୍ଥା ମଧ୍ୟରୁ ୭୫ ହଜାର ୬୨୩ କୋଟି ଟଙ୍କା ଅର୍ଥାତ ମୋଟ ବଜେଟ୍‌ ଖର୍ଚ୍ଚର ୨୮.୫ ପ୍ରତିଶତ କେବଳ ରାଜ୍ୟର ମହିଳାମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ସ୍ଥିର ହୋଇଥିବା ସେ ସୂଚନା ଦେଇଛନ୍ତି। ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ଏହା ସେମାନଙ୍କୁ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ ଆବଶ୍ୟକୀୟ ପାଣ୍ଠି ସୁବିଧା ଯୋଗାଇଦେବ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ମହିଳାମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ୱରେ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତ ତଥା ବିଦେଶର ପ୍ରମୁଖ ମହିଳା ଉଦ୍ୟୋଗୀ  ଡାଏନା ପିଚୋ, ଧରିତ୍ରୀ ପଟ୍ଟନାୟକ, ସ୍ୱିକୃତି ପଟ୍ଟନାୟକ, ସ୍ମିତା ଅଗ୍ରୱାଲ, ପ୍ରୀତି ବଜାଜ୍‌ ପ୍ରମୁଖଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣି ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶାକୁ ଶିଳ୍ପସମୃଦ୍ଧ ରାଜ୍ୟ ରୂପେ ଗଢ଼ିବା ପାଇଁ ମହିଳା ଉଦ୍ୟୋଗୀମାନଙ୍କର ପ୍ରମୁଖ ଯୋଗଦାନ ରହିବ ଏବଂ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
Read More
{}{}