Home >>Odisha State

Vande Metro: ଓଡି଼ଶାରେ ଗଡି଼ବ ' ବନ୍ଦେ ମେଟ୍ରୋ ' , ଏହି ସବୁ ରୁଟରେ ମିଳିବ ସେବା

Vande Metro Train: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଏଣିକି ଆହୁରୀ ସହଜ ହେବ ଯାତ୍ରା।  ଓଡି଼ଶାକୁ 'ବନ୍ଦେ ଭାରତ ଏକ୍ସପ୍ରେସ୍' (Vande Bharat Express) ଓ ' ଅମୃତ ଭାରତ ଏକ୍ସପ୍ରସ୍ ' (Amrit Bharat Express) ଆସି ସାରିଛି।  ଆଗାମୀ ଦିନରେ ବନ୍ଦେ ମେଟ୍ରୋ (Vande Metro Train) ବି ଆସିବ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Union Railway Minister Ashwini Vaishnaw ) କହିଛନ୍ତି।  

Advertisement
Vande Metro: ଓଡି଼ଶାରେ ଗଡି଼ବ ' ବନ୍ଦେ ମେଟ୍ରୋ ' , ଏହି ସବୁ ରୁଟରେ ମିଳିବ ସେବା
Zee Odisha Desk|Updated: Jan 07, 2024, 06:44 AM IST
Share

Vande Metro Train: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଏଣିକି ଆହୁରୀ ସହଜ ହେବ ଯାତ୍ରା।  ଓଡି଼ଶାକୁ 'ବନ୍ଦେ ଭାରତ ଏକ୍ସପ୍ରେସ୍' (Vande Bharat Express) ଓ ' ଅମୃତ ଭାରତ ଏକ୍ସପ୍ରସ୍ ' (Amrit Bharat Express) ଆସି ସାରିଛି।  ଆଗାମୀ ଦିନରେ ବନ୍ଦେ ମେଟ୍ରୋ (Vande Metro Train) ବି ଆସିବ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Union Railway Minister Ashwini Vaishnaw ) କହିଛନ୍ତି।  ଶନିବାର ନୂଆଗାଁ  ରୋଡ୍-ଦଶପଲ୍ଲା ରେଳ ସେକ୍ସନ୍  ଓ ଦଶପଲ୍ଲାକୁ  ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ ରେଳ ମନ୍ତ୍ରୀ। ଦଶପଲ୍ଲା ଗସ୍ତ କରିବା ପୂର୍ବରୁ ରେଳମନ୍ତ୍ରୀ ଭୁବନେଶ୍ବର ରେଳ ଷ୍ଟେସନ୍  ପରିଦର୍ଶନ କରି ଏହି ସୂଚନା ଦେଇଥିଲେ। ବେନ୍ଦେ ମେଟ୍ରୋକୁ ସ୍ବଳ୍ପ ଦୂରତା ସହର ମଧ୍ୟରେ ଚାଲିବା ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି। 

ALSO READ :  Today Horoscope: ଏହି ସବୁ ରାଶିଙ୍କ ପାଇଁ ଦିନଟି ରହିବ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜିର ରାଶିଫଳ

ଯାହା ଚଳିତ ବର୍ଷ ଶେଷ ସୁଧା ଟ୍ରାକରେ ଗଡିବ।  ଓଡି଼ଶାରେ ଏହା  କଟକ-ଭୁବନେଶ୍ବର ଓ ପୁରୀ ମଧ୍ୟରେ ଗଡିବାର ସମ୍ଭାବନା ରହିଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି। ଅଶ୍ବିନୀ କହିଛନ୍ତି,  ମୋଦି ସରକାର (Modi Govt) ଆସିବା ପରେ ଓଡି଼ଶା ରେଳକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ୨୦୧୪ ମସିହା ପୂର୍ବରୁ ବର୍ଷକୁ ମାତ୍ର ୫୦ କିମି ନୂଆ  ରେଳପଥ  ନିର୍ମାଣ ହେଉଥିଲା କିନ୍ତୁ ଏବେ ବର୍ଷକୁ ୪୫୦ କିମି  ରେଳପଥ ନିର୍ମାଣ ହେଉଛି।  ଓଡି଼ଶାରେ ଦେଶର ସର୍ବାଧିକ ୫୭ଟି ବିଶ୍ବସ୍ତରୀୟ ରେଳ ଷ୍ଟେସନ ନିର୍ମାଣ ହେଉଛି।  ଭୁବନେଶ୍ବର ଷ୍ଟେସନରେ ଲାଗିଥିବା ବିଶ୍ବସ୍ତରୀୟ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ବେଳେ  ନିର୍ମାଣ କାର୍ଯ୍ୟକୁ ତ୍ବାରାନିତ୍ବ କରିବାକୁ କହିଥିଲେ । ନିର୍ଦ୍ଦାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖୁବଶିଘ୍ର ଭୁବନେଶ୍ବର ବିଶ୍ବସ୍ତରୀୟ ରେଳ ଷ୍ଟେସନ୍ ନିର୍ମାଣ କାର୍ଯ୍ୟ ସରିବ।  ପ୍ରଧାନମନ୍ତ୍ରୀଙ୍କ( Prime Minister Narendra Modi)ଭିଜନ୍ ଅନୁଯାୟୀ  କାମ ହେଉଛି ବୋଲି  ରେଳମନ୍ତ୍ରୀ କହିଛନ୍ତି। 

ସୂଚନା ଅନୁସାରେ, ଭୁବନେଶ୍ବର ରେଳ ଷ୍ଟେସନ୍ ବିଶ୍ବସ୍ତରୀୟ ରେଳ ଷ୍ଟେସନ୍ ହେବ।  ଏ-ବାବଦରେ ପାଖାପଖି  ୪ ଶହ କୋଟି ଖର୍ଚ୍ଚ ହେବ।  ଏହି  କାମ ୨୪ ମାସ ମଧ୍ୟରେ ସାରିବାକୁ ଚୁକ୍ତି ସ୍ବାକ୍ଷରିତ କରାଯାଇଛି। ୧୦୮ ମିଟରର ଏୟାର କୋନକୋର୍ସ  ରହିବା ସହିତ ବିଶାଳ ବସିବା ସ୍ଥାନ , ଲାଉଞ୍ଜ, ଷ୍ଟଲ୍ ମଧ୍ୟ ରହିବ। ପ୍ଲାର୍ଟଫର୍ମକୁ ପ୍ରବେଶ  ଓ ପ୍ରସ୍ତାନ ପଥ ରହିବ।  ୩୪ଟି ଲିଫ୍ଟ, ୨୦ଟି ଏସ୍କାଲେଟର୍ ବିଭିନ୍ନ  ସ୍ଥାନରେ ଲାଗିବ। ଦିବ୍ୟାଙ୍ଗମାନେ କିଭଳି ସୁବିଧାରେ ଯାଇପାରିବେ ସେନେଇ ବ୍ୟବସ୍ଥା କରାଯିବ। ଟ୍ରେନ୍ ଗୁଡିକର ସୂଚନା ପାଇଁ ରିୟଲ୍ ଟାଇମ୍ ପାସେଞ୍ଜର ଇନଫରମେସନ୍ ବୋର୍ଡ ଲାଗିବ ବୋଲି ବରିଷ୍ଠ ରେଳ ଅଧିକାରୀ ସୂଚନା ଦେଇଛନ୍ତି। 

 

Read More
{}{}