Home >>Odisha State

Pension: ଜରୁରୀକାଳୀନ ସମୟରେ ବନ୍ଦୀ ସଂଗ୍ରାମୀଙ୍କୁ ମିଳିବ ପେନ୍‍ସନ୍‍, ସ୍ୱାଧୀନତା ସଂଗ୍ରାମୀଙ୍କ ପେନ୍‍ସନ୍‍ ୨୦ ହଜାରକୁ ବୃଦ୍ଧି

Pension: ଆଜି ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆ ଠାରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସେ ଏହା କହିଛନ୍ତି। ଏହି ମହୋତ୍ସବରେ ଦେଶର 10ଟି ରାଜ୍ୟରୁ  ଆସିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦାୟଦଙ୍କୁ  ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। 

Advertisement
Pension: ଜରୁରୀକାଳୀନ ସମୟରେ ବନ୍ଦୀ ସଂଗ୍ରାମୀଙ୍କୁ ମିଳିବ ପେନ୍‍ସନ୍‍, ସ୍ୱାଧୀନତା ସଂଗ୍ରାମୀଙ୍କ ପେନ୍‍ସନ୍‍ ୨୦ ହଜାରକୁ ବୃଦ୍ଧି
Priyambada Rana|Updated: Jan 02, 2025, 08:40 PM IST
Share
ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତାକୁ ବୃଦ୍ଧି କରିଛନ୍ତି। ତିନୋଟି ବର୍ଗରେ ବିଭକ୍ତ ହୋଇଥିବା ସଂଗ୍ରାମୀଙ୍କ ପାଇଁ ଭିନ୍ନ ଭିନ୍ନ ଭାବେ ଭତ୍ତା ରାଶି ସ୍ଥିର କରାଯାଇଛି। ଯେଉଁ ସଂଗ୍ରାମୀମାନେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଜେଲ ଯାଇଥିବେ ସେମାନଙ୍କ ପାଇଁ ମାସିକ ଭତ୍ତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଣବନ୍ଦୀ ସଂଗ୍ରାମୀଙ୍କୁ ୧୫ ହଜାର ଏବଂ କେନ୍ଦ୍ର ସରକାରଙ୍କ ପେନସନ୍‍ ପାଉଥିବା ସଂଗ୍ରାମୀଙ୍କ ପାଇଁ ଭତ୍ତା ରାଶିକୁ ୧୦ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ ଯାଇଥିବା ସଂଗ୍ରାମୀଙ୍କ ପାଇଁ ମଧ୍ୟ ମାସିକ ୨୦ ହଜାର ପେନ୍‍ସନ୍‍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 
 
ମୁଖ୍ୟମନ୍ତ୍ରୀ ଆଜି ଏହି ଭତ୍ତା ବୃଦ୍ଧି ଘୋଷଣା କରିବା ସହ ‘ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗର ମୂଲ୍ୟ ଦେଇ ହେବ ନାହିଁ, କିନ୍ତୁ ସମ୍ମାନ ଦେବାରେ କୌଣସି ଉଣା ହେବ ନାହିଁ ବୋଲି କହିଛନ୍ତି। ଆଜି ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆ ଠାରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସେ ଏହା କହିଛନ୍ତି। ଏହି ମହୋତ୍ସବରେ ଦେଶର 10ଟି ରାଜ୍ୟରୁ  ଆସିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦାୟଦଙ୍କୁ  ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। 
 
ଏହି ଅବସରରେ ଜରୁରୀ କାଳୀନ ପରିସ୍ଥିତିକୁ ସ୍ମରଣ କରି ସେ କହିଛନ୍ତି, ‘ ସେ ସମୟକୁ ଭାରତୀୟ ଗଣତନ୍ତ୍ରର ଏକ କଳା ଦାଗ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏହି ସମୟରେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇଥିବା ସମସ୍ତ ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ପ୍ରଦାନ କରାଯିବ। 
 
ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାର ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଦିବସକୁ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଭାବେ ପାଳନ କରାଯାଉଛି। ଡଃ ମହତାବଙ୍କ କୃତି ଓ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ଏବଂ ତାଙ୍କ ଅବଦାନର ସମ୍ମାନାର୍ଥେ ଚଳିତ ବର୍ଷ ଡଃ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ରାଜ୍ୟ ତଥା ରାଷ୍ଟ୍ରସ୍ତରରେ ଏକ ବର୍ଷବ୍ୟାପୀ ପାଳନ କରାଯାଉଛି। ଡଃ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ପାଇଁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ। ତାଙ୍କ ରଚିତ ପୁସ୍ତକ ଓ ଆଲେଖ୍ୟ ଗୁଡିକର ବିଭିନ୍ନ ଭାଷାରେ ପୁନଃ ପ୍ରକାଶନ, ତାଙ୍କ ଜନ୍ମସ୍ଥାନ ଅଗରପଡାରେ ମେମୋରିଆଲ ପ୍ରତିଷ୍ଠା, ତାଙ୍କ ଜୀବନୀ ଉପରେ ଗବେଷଣା ଆଦି ଅନେକ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ   କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
 
ମୁଖ୍ୟମନ୍ତ୍ରୀ କହିଥିଲେ,  ଭାରତର ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର ଓ ଅନନ୍ୟ। ଗାନ୍ଧିଜୀଙ୍କ ନେତୃତ୍ୱରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମର ମୁଖ୍ୟଧାରା ବିଷୟରେ ଆମେ ସମସ୍ତେ ଜାଣିଛେ। କିନ୍ତୁ, ଏହା ସହିତ ଭାରତ ବର୍ଷରେ ଅହୁରି ଅନେକ ମହାନ ବ୍ୟକ୍ତି ନିଜ ନିଜ ବିଚାରଧାରାରେ ଆନ୍ଦୋଳନ କରୁଥିଲେ। ଆମେ ସେମାନଙ୍କ କଥା ଜାଣିନାହୁଁ । ଇତିହାସରେ ସେମାନେ ସଠିକ୍ ଭାବେ ସ୍ଥାନୀତ ହୋଇ ନାହାନ୍ତି । ଏହି ବୀର ସଂଗ୍ରାମୀମାନେ ନିଜ ପାଇଁ କିମ୍ବା ଇତିହାସ ପୃଷ୍ଠାରେ ସ୍ଥାନ ପାଇବା ପାଇଁ ପ୍ରାଣବଳୀ କିମ୍ବା ତ୍ୟାଗ ଦେଇନଥିଲେ। ତାଙ୍କ ପାଇଁ ଦେଶ ଓ ଦେଶର ସ୍ୱାଧୀନତା ସବୁକିଛି ଥିଲା । ଆଜି ସମୟ ଆସିଛି ଜନସାଧାରଣ ତାଙ୍କ ବିଷୟରେ ଜାଣିବା ପାଇଁ । କାରଣ ଏକ ସମାଜ ପାଇଁ ତା’ର ଇତିହାସ ହେଉଛି ସବୁଠାରୁ ବଡ ଶିକ୍ଷା। ଯଦି ଆମେ ଆମର ଇତିହାସକୁ ସ୍ମରଣ ନକରିବା ତେବେ ଆମର ବର୍ତ୍ତମାନ ମୂଲ୍ୟହୀନ ଓ ଭବିଷ୍ୟତ ଅନ୍ଧକାରମୟ ହେବ।
 
  ନିକଟରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ନାମିତ କରିଛନ୍ତି। ଆମ ରାଜ୍ୟରେ ବରଗଡ ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଶହିଦ୍ ମାଧୋ ସିଂହଙ୍କ ତ୍ୟାଗ ଓ ବଳିଦାନର ସମ୍ମାନାର୍ଥେ ଶହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଆମେ ଆରମ୍ଭ କରିବାକୁ ଯାଉଛୁ। ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା ସମସ୍ତ ବରପୁତ୍ର ମାନଙ୍କୁ ସମ୍ମାନ ଦେବାରେ ଆମ ସରକାର କେବେହେଲେ ଅବହେଳା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ  କହିଥିଲେ ।
Read More
{}{}