Hindi News >>Home >>Odisha State

ABVP ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା: ଆସନ୍ତା ଶିକ୍ଷାବର୍ଷଠୁ ହେବ ଛାତ୍ର ସଂସଦ ନିର୍ବାଚନ

CM Majhi On Student Union Elections: ଆସନ୍ତା ଶିକ୍ଷାବର୍ଷରେ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ, ମାତ୍ର ଆମ ସରକାର ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରିବ ଏବଂ ଏହା କେବେବି ବନ୍ଦ ହେବନାହିଁ, ଏହା ଆମର ପ୍ରତିଶ୍ରୁତି ବୋଲି କହିଛନ୍ତି ଶ୍ରୀ ମାଝି। 

Advertisement
Odisha To Resume Student Union Elections says CM
Odisha To Resume Student Union Elections says CM
Jagdish Barik|Updated: Dec 26, 2024, 09:19 PM IST
Share

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରେ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ, ମାତ୍ର ଆମ ସରକାର ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରିବ ଏବଂ ଏହା କେବେବି ବନ୍ଦ ହେବନାହିଁ, ଏହା ଆମର ପ୍ରତିଶ୍ରୁତି ବୋଲି କହିଛନ୍ତି ଶ୍ରୀ ମାଝି। 

ବିଭିନ୍ନ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ ଉତ୍ତେଜନା, ହିଂସା ବୃଦ୍ଧି କାରଣରୁ ୨୦୧୮ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହି ଆସିଛି। ଏହାକୁ ନେଇ ଅନେକ ସମ୍ରୟରେ ଛାତ୍ର ସଂଗଠନଗୁଡ଼ିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏ ପ୍ରତି ସରକାର ଧ୍ୟାନ ଦେଇ ନାହାନ୍ତି।  ଅପରପକ୍ଷେ କିଛି ଛାତ୍ର ସଂଗଠନ ପକ୍ଷରୁ ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନେକ ସମୟରେ ବିଜେପି ମଧ୍ୟ ଛାତ୍ର ସଂସଦ  ନିର୍ବାଚନ ପାଇଁ ଦାବି କରିଛି। ହେଲେ କ୍ଷମତାକୁ ଆସିବା ପରେ ଚଳିତ ବର୍ଷ ସମୟର ଅଭାବ ଦର୍ଶାଇ ଏହାକୁ ବାତିଲ କରାଯାଇଥିଲା। ଏବେ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବାରୁ ରାଜ୍ୟର ବିଭିନ୍ନ ସଂଗଠନ ଏହାକୁ ନେଇ ଉତ୍ସାହିତ ରହିଛନ୍ତି। ବିଜୁ ଜନତା ଦଳ ପକ୍ଷରୁ ଏଥିନେଇ ପ୍ରସ୍ତୁତ ଥିବା କୁହାଯାଇଥିବା ବେଳେ କଂଗ୍ରେସ ଉପଯୁକ୍ତ ପୁଲିସ ମୁତ୍ତୟନ ଏବଂ ହିଂସା ରୋକିବା ଲାଗି ପଦକ୍ଷେପ ନେବାକୁ ଦାବି କରିଛି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ଯରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ଲୋକଙ୍କ ସରକାର କାର୍ଯ୍ୟ କରୁଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ହେଉ ବା ରାଜ୍ଯରେ ଜାତୀୟ ଶିକ୍ଷା ନୀତି-୨୦୨୦, ପିଏମ-ଶ୍ରୀ ଲାଗୁ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ହେଉ, ଆମ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ଗୁରୁତ୍ଵ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ, ମାତ୍ର ଆମ ସରକାର ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରିବ ଏବଂ ଏହା କେବେବି ବନ୍ଦ ହେବନାହିଁ, ଏହା ଆମର ପ୍ରତିଶ୍ରୁତି। 

କଟକର ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନର ଉଦଘାଟନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ  ଏହା କହିଛନ୍ତି।   

ରାଷ୍ଟ୍ରସେବାକୁ ଗୁରୁତ୍ଵ ଦେଇ ଜ୍ଞାନ, ଚରିତ୍ର ଏବଂ ଏକତାର ମନ୍ତ୍ରରେ ଦେଶର ଶିକ୍ଷା ଏବଂ ସାମାଜିକ ଚେତନାର ବିକାଶ କରିବାରେ ବିଦ୍ୟାର୍ଥୀ ପରିଷଦର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏକ ସୁଦୃଢ ସମାଜ ସହ ଦେଶ ତଥା ରାଜ୍ଯର ଉଜ୍ଜଳ ଭବିଷ୍ୟତ ପାଇଁ ବିଦ୍ୟାର୍ଥୀ ପରିଷଦ ଏକ ସଫଳ ଛାତ୍ର ସଙ୍ଗଠନ ଭାବେ କାର୍ଯ୍ୟ କରୁଛି। ଏଠାରେ ଉପସ୍ଥିତ ଯୁବ ନେତୃତ୍ଵ ହିଁ ରାଷ୍ଟ୍ରହିତକୁ ଗୁରୁତ୍ଵ ଦେଇ ଆମ ଐତିହ୍ୟ, ଓଡ଼ିଆ ଅସ୍ମିତା ଏବଂ ବୀରତ୍ଵର ଗାଥାକୁ ଆହୁରି ଗରିମାମୟ କରିବାରେ ସହାୟକ ହେବେ ବୋଲି ମୋର ଦୃଢ ବିଶ୍ବାସ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି।

Read More
{}{}