Home >>Odisha State

ଅଦିନିଆ ବର୍ଷାରେ ଚାଷୀୟଙ୍କ କ୍ଷତି: ସମୟଭିତ୍ତିକ ସହାୟତା ପାଇଁ ସରକାରଙ୍କୁ ନିବେଦନ କଲେ ନବୀନ

Odisha News: ଅଦିନିଆ ବର୍ଷାରେ ଚାଷୀକଙ୍କ କ୍ଷୟକ୍ଷତି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ମେନାବଳକୁ ରକ୍ଷା କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଏହାସହ କୃଷକକଙ୍କ କ୍ଷୟକ୍ଷତି  ଭରଣା କରିବା ପାଇଁ ତୁରନ୍ତ ଓ  ସମୟଭିତ୍ତିକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।   

Advertisement
naveen patnaik appeals to mohan government
naveen patnaik appeals to mohan government
Jagdish Barik|Updated: Jan 02, 2025, 03:58 PM IST
Share

ଭୁବନେଶ୍ୱର: ଅଦିନିଆ ବର୍ଷାରେ ଚାଷୀକଙ୍କ କ୍ଷୟକ୍ଷତି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ମେନାବଳକୁ ରକ୍ଷା କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଏହାସହ କୃଷକକଙ୍କ କ୍ଷୟକ୍ଷତି ଭରଣା କରିବା ପାଇଁ ତୁରନ୍ତ ଓ ସମୟଭିତ୍ତିକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଲେଖିଥିବା ଏକ ଚିଠିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ସେ ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ପ୍ରଭାବିତ ଚାଷୀଙ୍କୁ ଭେଟିଛନ୍ତି। ସେ ସମୟରେ ଚାଷୀ ଭୋଗିଥିବା କଷ୍ଟ ଏବଂ କ୍ଷତିକୁ ସେ ସାମ୍ନାକୁ ଆଣିବାକୁ ଚାହିଁଛନ୍ତି। ଏହା ଅମଳ ଋତୁ ହୋଇଥିବାରୁ ଏ ସମୟରେ ବର୍ଷା ସେମାନଙ୍କୁ କ୍ଷତି ପହଞ୍ଚାଇଥିବା ସେ କହିଛନ୍ତି। 

ସରକାରଙ୍କ ଉପରେ ଦୋଷ ଲଦି ସେ କହିଛନ୍ତି ଯେ, ଯେହେତୁ ସରକାରଙ୍କ ପକ୍ଷରୁ କୌଣସି ପୂର୍ବ ସୂୂଚନା ଦିଆଯାଇ ନଥିଲା, ଚାଷୀମାନେ ବର୍ଷା ମୁକାବିଲା ପାଇଁ ପ୍ରସ୍ତୁତ ହୋଇପାରି ନଥିଲେ। ଏହି ସମୟରେ କିଛି ଚାଷୀ ଆତ୍ମହତ୍ୟା କରିଥିବା ବି କହିଛନ୍ତି। ଏପରିକି ଜଗତସିଂହପୁର ଗସ୍ତ ସମୟରେ ସେ ବାଲିକୁଦା ବ୍ଲକ୍‍ର ଏମିତି ଜଣେ ଚାଷୀଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିବା ଜଣାଇଛନ୍ତି। 

ଓଡ଼ିଶା ବାରମ୍ବାର ଏପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ସେ ପୁଣିଥରେ ସ୍‍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଛନ୍ତି। ଯଦି ଆଜି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଥାଆନ୍ତା ତେବେ ଚାଷୀଙ୍କ ପରିବାରକୁ ଅତିରିକ୍ତ ସହାୟତା ମିଳିଥାଆନ୍ତା ଯାହାଦ୍ୱାରା ତାଙ୍କ ମେନାବଳ ବଢ଼ିଥାଆନ୍ତା ବୋଲି ସେ କହିଛନ୍ତି। 

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ମଧ୍ୟ ବିଗତ ଦିନରେ ଏହି କ୍ଷୟକ୍ଷତି ବୁଲି ଦେଖିଛନ୍ତି। ଚାଷୀମାନଙ୍କ କ୍ଷ୍ରୟକ୍ଷତି ଆକଳନ କରି ଆବଶ୍ୟକ ସହାୟତା ପ୍ରଦାନ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏ ଭିତରେ ଚାଷୀଙ୍କ ଆବେଦନ ତାରିଖ ଶେଷ ହୋଇଛି ଏବଂ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳ୍ନ କରାଯାଇ ରିପୋର୍ଟ ପ୍ରଦାନ  କାର୍ଯ୍ୟ ଚାଲିଛି।

Read More
{}{}