Home >>Odisha State

Subhadra Yojana: ସରକାରଙ୍କ ନିଷ୍ପତ୍ତି: ଏଣିକି ମହିଳାମାନଙ୍କୁ ମିଳିବ ସାବାସ୍ ସୁଭଦ୍ରା ସମ୍ମାନ

Subhadra Yojana:(ଭୁବନେଶ୍ୱର,୧୬.୪: ) ଏଣିକି ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସାମିଲ କରାଯିବ । 

Advertisement
Subhadra Yojana: ସରକାରଙ୍କ ନିଷ୍ପତ୍ତି: ଏଣିକି ମହିଳାମାନଙ୍କୁ ମିଳିବ ସାବାସ୍ ସୁଭଦ୍ରା ସମ୍ମାନ
Narmada Behera|Updated: Apr 17, 2025, 06:38 AM IST
Share

Subhadra Yojana:(ଭୁବନେଶ୍ୱର,୧୬.୪: ) ଏଣିକି ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସାମିଲ କରାଯିବ । ପୂର୍ବରୁ ସୁଭଦ୍ରାର  ପ୍ରଭାବ ସଂପର୍କରେ ମୂଲ୍ୟାୟନ କରିବା ପାଇଁ  ଆଇଆଇଏମ, ସମ୍ୱଲପୁର ସହିତ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲ । ଆଇଆଇଏମ, ସମ୍ୱଲପୁରର ସହାୟତାରେ ହିତାଧିକାରୀମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ସର୍ବେକ୍ଷଣରେ ମହାବିଦ୍ୟାଳୟର ବାଳିକାମାନଙ୍କୁ ସାମିଲ କରିବାକୁ ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦର ତୃତୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ମଙ୍ଗଳବାର ଅପରାହ୍ନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଯେଉଁ ହିତାଧିକାରୀମାନେ ପ୍ରଥମେ ସୁଭଦ୍ରା ସହାୟତା  ପାଇଁ ପଞ୍ଜୀକରଣ କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ  ସେମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଆସୁଥିବା ଜାଣି ସେମାନେ ସୁଭଦ୍ରା ପୋର୍ଟାଲ୍‌ରେ ସହାୟତା ନ ନେବା ପାଇଁ ଅପ୍ଟ ଆଉଟ୍ କରିଛନ୍ତି ବା ସ୍ୱେଚ୍ଛାକୃତ ଭାବେ ମନା କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।  ସେମାନଙ୍କର ଏହି ପଦକ୍ଷେପ ଯୋଗୁଁ  ଅନ୍ୟ  ଯୋଗ୍ୟ ହିତାଧିକାରୀ ସୁବିଧା ପାଉଥିବା ବେଳେ ଅପ୍ଟ ଆଉଟ୍ କରିଥିବା ମହିଳାମାନଙ୍କୁ “ସାବାସ୍ ସୁଭଦ୍ରା” ଆଖ୍ୟା ଦିଆଯାଇ ସମ୍ୱର୍ଦ୍ଧିତ  କରାଯିବ । 

ସେହିପରି  ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସୁଭଦ୍ରାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ବା କୌଣସି କାରଣରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କ ସଂପର୍କରେ  କମିଟି ମାଧ୍ୟମରେ ତର୍ଜମା କରାଯାଇ ଏ ସଂପର୍କିତ ଅଭିଯୋଗର ସମାଧାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷେ ସୁଭଦ୍ରା ସହାୟତା ପରିଚାଳନା ସୁବ୍ୟବସ୍ଥା ପାଇଁ  କାର୍ଯ୍ୟକାରୀ ହୋଇଥିବା ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ବ୍ୟବସ୍ଥାକୁ  ଆଉ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ସୁଭଦ୍ରା ହେଲ୍ପ ଲାଇନ ମଧ୍ୟ ଜାରି ରହିବ ।  ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁଭଦ୍ରା ସହାୟତା ଫଳରେ କିପରି ଗୁଣାତ୍ମକ ପ୍ରଭାବ ପଡ଼ିଛି, ସେ ସମ୍ପର୍କରେ ମୂଲ୍ୟାୟନ କରାଯିବା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

Read More
{}{}