Home >>Odisha State

Gajapati News: ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇରୁ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : (ପ୍ରେମାନନ୍ଦ ପୁଜାରୀ)ମୁମ୍ବାଇରେ ନିଜ ପରିବାର ସହ ରହୁଥ‌ିବା ଗଞ୍ଜାମ ଜିଲାର ଜଣେ ୧୫ ବର୍ଷୀୟା ନାବାଳିକା ଗର୍ଭବତୀ ହୋଇଛନ୍ତି । ହେଲେ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ଧମକୁ ଡରରେ ନାବାଳିକା ଜଣକ ନିଜ ଗାଁକୁ ଚାଲିଆସିବା ସହ କାହାକୁ ନଜଣାଇ ଗର୍ଭପାତ ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ

Advertisement
Gajapati News: ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇରୁ ଅଭିଯୁକ୍ତ ଗିରଫ
PREMANANDA PUJARI|Updated: Aug 08, 2025, 11:36 AM IST
Share

Gajapati News: ବ୍ରହ୍ମପୁର : (ପ୍ରେମାନନ୍ଦ ପୁଜାରୀ)ମୁମ୍ବାଇରେ ନିଜ ପରିବାର ସହ ରହୁଥ‌ିବା ଗଞ୍ଜାମ ଜିଲାର ଜଣେ ୧୫ ବର୍ଷୀୟା ନାବାଳିକା ଗର୍ଭବତୀ ହୋଇଛନ୍ତି । ହେଲେ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ଧମକୁ ଡରରେ ନାବାଳିକା ଜଣକ ନିଜ ଗାଁକୁ ଚାଲିଆସିବା ସହ କାହାକୁ ନଜଣାଇ ଗର୍ଭପାତ ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ବୈଦ୍ୟନାଥପୁର ଥାନା ପୁଲିସ ଜିରୋ ଏଫଆଇଆର ରୁଜୁ କରିଛି ।

ବ୍ରହ୍ମପୁର ପୁଲିସ ଠାରୁ ଖବର ପାଇବା ପରେ ମୁମ୍ବାଇର ପାର୍କ ସାଇଟ ପୁଲିସ ଅଭିଯୁକ୍ତ ମୁମ୍ବାଇର ପ୍ରଥମେ ସଞ୍ଜୟ ରାଥୋଡ(୨୩) ଙ୍କୁ ଗିରଫ କରିଛି। ମିଳିଥିବା ସୂଚନାପ୍ରକାରେ, ଗଞ୍ଜାମ ଜିଲାର ଏହି ନାବାଳିକାଙ୍କ ପରିବାର ଲୋକେ ୧୪ବର୍ଷ ହେବ ମୁମ୍ବାଇରେ ରହି କାମ କରୁଛନ୍ତି । ନାବାଳିକା ମଧ୍ୟ ସେଠାରେ ରହି ପାଠ ପଢୁଥିଲେ। ଗତ ମାର୍ଚ୍ଚ ମାସରେ ନାବାଳିକା ସେଠାକାର ଏକ ସ୍କୁଲକୁ ପାଠ ପଢିବାକୁ ଯାଉଥିବା ବେଳେ ସେ ଅଞ୍ଚଳର ଯୁବକ ସଞ୍ଜୟ ତାଙ୍କୁ ନିଜ ଘରକୁ ଟେକି ନେଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ। । କିଛି ଦିନ ପରେ ସେ ଗର୍ଭବତୀ ଥ‌ିବା ନାବାଳିକା ଜଣକ ଜାଣିବାକୁ ପାଇଥିଲେ । ଏହାପରେ ନାବାଳିକା ଜଣଙ୍କ ସେଠାରେ ଗର୍ଭ ଗର୍ଭପାତ ଔଷଧ ଖାଇଥିଲେ । ହେଲେ ସେଥିରେ ସଫଳ ହୋଇନଥିଲେ । ଏହାପରେ ନାବାଳିକା ଜଣଙ୍କ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ । 

ନାବାଳିକାଙ୍କ ପରିବାର ଲୋକେ ଏ ବିଷୟରେ ଆଲୋଚନା କରିବାକୁ ସଞ୍ଜୟଙ୍କ ଘରକୁ ଯାଇଥିବାବେଳେ ତାଙ୍କ ପରିବାର ଲୋକେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଫଳରେ ଅନ୍ୟ ଉପାୟ ନପାଇ ଡରରେ ନାବାଳିକା ଓ ତାଙ୍କ ପରିବାର ଲୋକେ ମୁମ୍ବାଇ ଛାଡି ନିଜ ଗାଁକୁ ଚାଲି ଆସିଥିଲେ । ୨ ଦିନ ତଳେ ନାବାଳିକା ଙ୍କ ଗର୍ଭପାତ କରିବାକୁ ପରିବାର ଲୋକେ ବ୍ରହ୍ମପୁର ସ୍ଥିତ ସ୍ଥିତ ଏମକେସିଜି ମେଡିକାଲର ପ୍ରସୂତି ଓ ସ୍ତ୍ରୀ ରାଗ ବିଭାଗରେ ଭର୍ତ୍ତି ହୋଇଥିଲେ । ପରୀକ୍ଷା ପରେ ନାବାଳିକା ଜଣଙ୍କ ୯ ମାସର ଗର୍ଭବତୀ ଥୂବା ଡାକ୍ତରମାନେ ଜାଣିବାକୁ ପାଇଥିଲେ ସମ୍ପର୍କରେ ରେ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯିବା ପରେ ପୁଲିସ ପ୍ରସୂତି ବିଭାଗରେ ପହଞ୍ଚି ନାବାଳିକା ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ସମସ୍ତ ଘଟଣା ଜଣାପଡିଥିଲା । 

ନାବାଳିକାଙ୍କ ବୟାନକୁ ଆଧାର ର କରି ପୁଲିସ ଏକ ଜିରୋ ଏଫଆଇଆର ରୁଜୁ କରି ମୁମ୍ବାଇର ପାର୍କ ସାଇଟ ଥାନାକୁ ଖବର ଦେଇଥିଲା । ପାର୍କ ସାଇଟ ଥାନା ପୁଲିସ ଅଭିଯୁକ୍ତ ସଞ୍ଜୟଙ୍କୁ ପଚରାଉଚରା ପରେ ଗିରଫ କରିଛି । ଏପଟେ ବୈଦ୍ୟନାଥପୁର ଥାନା ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ହଜାର କରିଛି । ନାବାଳିକାଙ୍କ ଚିକିତ୍ସା ସହ ଥଇଥାନ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପୁଲିସ ପକ୍ଷରୁ ଉଦ୍ୟମ କରାଯିବା ସହ ଶିଶୁ ମଙ୍ଗଳ କମିଟିକୁ ଅନୁରୋଧ କରାଯାଇଛି । ନାବାଳିକା ଜଣଙ୍କ ଉତ୍କଳ ବାଳାଶ୍ରମ କିମ୍ବା ଅନ୍ୟ କୌଣସି ସରକାରୀ ଆଶ୍ରୟ ସ୍ଥଳ ସ୍ଥଳରେ ରହିବେ ବୋଲି ଜଣାପଡିଛି।

Read More
{}{}