ଭୁବନେଶ୍ୱର: ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା କାରଣରୁ ଜଣେ ଯାତ୍ରୀଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୨୦ଜଣ ଯାତ୍ରୀ ଆହାତ ହୋଇଛନ୍ତି । ବସଟି ପୁରୀ ଯିବା ସମୟରେ ଭୁବନେଶ୍ବର ଉତ୍ତରା ଛକ ନିକଟରେ ଭାରସ୍ୟାମ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ରାଜ୍ୟ ବାହାରୁ ପ୍ରାୟ ୬୦ଜଣ ଯାତ୍ରୀଙ୍କୁ ଧରି ଦୁର୍ଘଟଣାଗ୍ରସ୍ତ ବସଟି ପୁରୀ ଯାଉଥିଲା । ଶ୍ରୀଜଗନ୍ନାଥ ଦର୍ଶନ ପରେ ବିଶ୍ଵନାଥ ଦର୍ଶନ କରିବାର ଯୋଜନା ଥିଲା । ଗୋଟିଏ ଅଞ୍ଚଳରୁ ୨ଟି ବସରେ ପ୍ରାୟ ୧୪୦ଜଣ ଯାତ୍ରୀ ପୁରୀ ଯାଉଥିବା ସମୟରେ ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସୂଚନା ମୁତାବକ, ବସରେ ଥିବା ଯାତ୍ରୀମାନେ ହେଉଛନ୍ତି ବ୍ରାହ୍ମଣବାଡ଼ି ଓ ଚଟଗ୍ରାମ ଜିଲ୍ଲାର । ଅଯୋଧ୍ୟା, ଦ୍ବାରକା ବୁଲିବା ପରେ ଯାତ୍ରୀମାନଙ୍କୁ ନେଇ ବସ୍ ପୁରୀ ଅଭିମୁଖେ ଯାତ୍ରା କରୁଥିଲା । ରାତି ପ୍ରାୟ ୨ଟା ସମୟରେ ରାତିର ଅନ୍ଧକାରରେ ଘଟିଥିଲା ଏହି ଅଘଟଣ। ଦୁର୍ଘଟଣାରେ କିଛି ଯାତ୍ରୀଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତ ଏବଂ ଗୁରୁତର ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସ୍ତାକଡରେ ଥିବା ନାଳରେ ବସଟି ପଡିଥିବା କାରଣରୁ କିଛି ଯାତ୍ରୀଙ୍କ ଆସବାବ ଜିନିଷ ଏବଂ ଟଙ୍କା ପାଣିରେ ପଡିଯାଇଥିଲା । ତେବେ ଡ୍ରାଇଭରଙ୍କ ତୃଟି କାରଣରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା କିଛି ଯାତ୍ରୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସର ଉଭୟ ଡ୍ରାଇଭର ଏବଂ ହେଲପର ଫେରାର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
Also Read- RRB ALP Recruitment 2025: ୯୯୦୦ ପଦବୀ ପାଇଁ ବମ୍ପର ନିଯୁକ୍ତି ସୁଯୋଗ, ଏହିଦିନରୁ ଆବେଦନ ଆରମ୍ଭ !
Also Read- Mangal Gochar 2025: ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଚଳନ, ୫ ରାଶି ଭାଗ୍ୟରେ ଧନ ବର୍ଷା !