Bargarh News: ସମ୍ବଲପୁର: ରାଜ୍ୟରୁ ଆଉ ଏକ ନାବାଳିକା ଆତ୍ମାହୁତି ଘଟଣା ସାମ୍ନାକୁ ଆସିଛି। ବରଗଡ଼ ଜିଲ୍ଲାର ଗାଏସିଲଟ ଅଞ୍ଚଳରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆତ୍ମାହୁତି ଘଟଣାର ରହସ୍ୟ ସାମ୍ନାକୁ ଆସିପାରିନାହିଁ।
ମିଳିଥିବା ସୂଚନା ମୁତାବକ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରେ ଆଜି ସୋମବାର ସକାଳେ ଜଣେ ନାବାଳିକା ଯୁବତୀ ଆତ୍ମହୁତି ଉଦ୍ୟମ କରିଛନ୍ତି। ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତି ଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ସୁଚନାନୁଯାୟୀ, ନାବାଳିକା ଜଣକ ନିଜ ମାମୁ ଘରେ ରହୁଥିବା ବେଳେ ତାଙ୍କ ବାପା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ସ୍ଥାନୀୟ ଲୋକେ କୁହନ୍ତି।