Hindi News >>Home >>Odisha State

Odisha News: ଅମଳ ବେଳକୁ ଦାଉ ସାଧିଲା ବର୍ଷା, ଜଗତସିଂହପୁରରେ ଧାନ ଚାଷ ପ୍ରଭାବିତ

Odisha News: ଅଦିନିଆ ବର୍ଷା ରେ ଧାନଚାଷ ପ୍ରଭାବିତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ପ୍ରାୟତଃ ୭୫ ପ୍ରତିଶତ ଧାନଚାଷ ଉପରେ ନିର୍ଭରଶୀଳ। ଲଗାତାର ଦୁଇଦିନ ଧରି ମଧ୍ୟମ ଧରଣର ବର୍ଷା ଯୋଗୁ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଝିପିଝିପି ବର୍ଷା ସହିତ ପାଗ କୋହଲା ଥିବାରୁ ବଜାର ଘଟ ଜନଶୂନ୍ୟ ରହିଛି। ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁ ଚାଷୀକୁଳ ଆତଙ୍କିତ ହୋଇ ପଡିଛନ୍ତି। 

Advertisement
Odisha News: ଅମଳ ବେଳକୁ ଦାଉ ସାଧିଲା ବର୍ଷା, ଜଗତସିଂହପୁରରେ ଧାନ ଚାଷ ପ୍ରଭାବିତ
Narayan Behera|Updated: Dec 21, 2024, 12:23 PM IST
Share
Odisha News: ଅଦିନିଆ ବର୍ଷା ରେ ଧାନଚାଷ ପ୍ରଭାବିତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ପ୍ରାୟତଃ ୭୫ ପ୍ରତିଶତ ଧାନଚାଷ ଉପରେ ନିର୍ଭରଶୀଳ। ଲଗାତାର ଦୁଇଦିନ ଧରି ମଧ୍ୟମ ଧରଣର ବର୍ଷା ଯୋଗୁ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଝିପିଝିପି ବର୍ଷା ସହିତ ପାଗ କୋହଲା ଥିବାରୁ ବଜାର ଘଟ ଜନଶୂନ୍ୟ ରହିଛି। ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁ ଚାଷୀକୁଳ ଆତଙ୍କିତ ହୋଇ ପଡିଛନ୍ତି। 
 
ବିଲରେ ପାଚିଲା ଧାନ, ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା। ଏହି ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଗୁଡିକ ପଡିଯିବା ସହିତ ଗଜା ହୋଇଯିବାର ସମ୍ଭାବନା ଥିବାରୁ ଚାଷୀମାନେ କଟାଯାଇ ଥିବା ଧାନ ବିଲରେ ପଡି ରହିଥିବାରୁ ଧାନ ଗଜା ହୋଇ କଳା ପଡିଯିବ ଵୋଲି ଆଶଙ୍କା ସୃଷ୍ଟି ହୋଇଛି। 
 
ହଟାତ ବର୍ଷା ହେବବୋଲି କେହି ଜାଣି ନଥିବାରୁ ଗତ ଗୁରୁବାର ଦିନ ବର୍ଷା ହେବ ବୋଲି ଜାଣିବା ପରେ କିଛି ଲୋକଙ୍କ ସହିତ ଚାଷୀମାନେ ଧାନ କାଟିଥିଲେ ମଧ୍ୟ ଆହୁରି ଅନେକ ଏକର ଏକର ଚାଷଜମି ରେ ଧାନ ପଡି ରହିଛି । ଯଦି ବର୍ଷା ବଡ଼ ଧରଣର ବା ଏହିପରି ଲାଗି ରହିବ ତାହା ହେଲେ ଧାନ ଗଜା ହୋଇଯିବ ବୋଲି ଆଶଙ୍କା କରିବା ସହିତ ବର୍ଷଯାକର ପରିଶ୍ରମ ପାଣିରେ ପଡିବ ବୋଲି ଚାଷୀମାନେ କହିଛନ୍ତି। ପାଚିଲାଧାନ ଯଦି ବର୍ଷା ମାଡ଼ ଖାଇଯାଏ ତେବେ ଧାନ ଗଜା ହେବା ସହିତ କଳା ପଡିଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ପାରୁ ପର୍ଯ୍ୟନ୍ତ ଧାନ କରି ଖଳା ରେ ସୁରକ୍ଷିତ ରଖିବାକୁ ପ୍ରୟାସ କରିଥିଲେ ମଧ୍ୟ ଲଗାତାର ବର୍ଷା ଫଳରେ ଧାନଚାଷ ପ୍ରଭାବିତ ହୋଇଥାଇ ପାରେ ବୋଲି ଆଶଙ୍କା କରିଛନ୍ତି ଜଗତସିଂହପୁର ଜିଲ୍ଲା ଚାଷୀକୂଳ।
 
Read More
{}{}