ଭୁବନେଶ୍ୱର: ଓଡ଼ିଶାରେ ପାକିସ୍ତାନୀ ଏବଂ ବାଂଲାଦେଶୀ ନାଗରିକ ହାତେଇଛନ୍ତି ରାସନ୍ କାର୍ଡ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ଅନୁପ୍ରବେଶ କରି ସେମାନେ କାର୍ଡ ହାତେଇ ନେଇଛନ୍ତି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ରାସନ କାର୍ଡରୁ ନାଁ କାଟିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ, ଓଡ଼ିଶାରେ ଥିବା ୧୨ ପାକିସ୍ତାନୀକୁ ଦେଶ ଛାଡ଼ ନୋଟିସ୍ ପ୍ରସଙ୍ଗରେ ଜଣେ ପାକିସ୍ତାନୀ ରାଜ୍ୟ ଛାଡି ସାରିଲେଣି। ଏନେଇ ସୂଚନା ଦେଇ ଡିଜିପି ୱାଇ ବି ଖୁରାନିଆ କହିଛନ୍ତି ଯେ, ଯେଉଁମାନେ ଦୀର୍ଘମିଆଦୀ ଭିସା ପାଇଛନ୍ତି ତା ଉପରେ ଆମେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛୁ ।
ଆପଣଙ୍କୁ କହିରଖୁଛୁ ଯେ, ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ଅଟାରୀ ରିଟ୍ରିଟ୍ ସମାରୋହ ପାଳନରେ କଟକଣା ଲଗାଯାଇଛି । ପ୍ରତିପକ୍ଷ ଗାର୍ଡ କମାଣ୍ଡରଙ୍କ ସହ ଭାରତୀୟ ଯବାନଙ୍କ କରମର୍ଦ୍ଦନକୁ ବାରଣ କରାଯାଇଛି । କଟକଣା ନେଇ ପଞ୍ଜାବ BSF ଫ୍ରଣ୍ଟିଅର ପକ୍ଷରୁ ସୋସିଆଲ ମିଡିଆ ପ୍ଲଟଫର୍ମ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି । ସମାରୋହ ସମୟରେ ଗେଟ୍ ବନ୍ଦ ରହିବ ବୋଲି କୁହାଯାଇଛି । ଅନ୍ୟପଟେ, ଶୁକ୍ରବାର ଦିନ ପହଲଗାମ୍ ଅଭିମୁଖେ ଯାଇ ସ୍ଥିତି ପରଖିଛନ୍ତି ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ । ପହଲଗାମ୍ ଆକ୍ରମଣ ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ଏଥିସହ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପହଲଗାମ୍ ହମ୍ଲା ପର ସ୍ଥିତି ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି ।
ପାକିସ୍ତାନର ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଅବଗତ କରିଛି ଭାରତ । ଜର୍ମାନୀ, ଜାପାନ୍, ପୋଲାଣ୍ଡ, ୟୁକେ, ରୁଷିଆ ରାଷ୍ଟ୍ରଦୂତଙ୍କୁ ଘଟଣା ବାବଦରେ ଜଣାଯାଇଛି । ବୈଦେଶିକ ମନ୍ତ୍ରାଳୟକୁ ଡକାଇ ସ୍ଥିତି ସମ୍ପର୍କରେ ଅବଗତ କରିଛି ଭାରତ । କେବଳ ସେତିକି ନୁହେଁ, ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବାତିଲ କରିଛି ଭାରତ । ମେଡିକାଲ୍ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ କରାଯିବ । ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ତାହା ୨୭ ପରେ ରଦ୍ଦ ହୋଇସାରିଛି । ଯେଉଁ ପାକିସ୍ତାନୀ ଭାରତରେ ସେମାନଙ୍କୁ ଦେଶ ଛାଡ଼ନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।
ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ CCS ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାର ଜବାବରେ, ଭାରତ କଠୋର ପଦକ୍ଷେପ ନେଇ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଭୟଭୀତ ହୋଇଯାଇଛି। ପାକିସ୍ତାନ ଭାରତୀୟ ବିମାନ ସେବା ପାଇଁ ତାର ଆକାଶ ସୀମା ଏବଂ ୱାଘା ସୀମା ମଧ୍ୟ ବନ୍ଦ କରିଦେଲା। ଏହା ବ୍ୟତୀତ, ପାକିସ୍ତାନ ସିମଲା ଚୁକ୍ତି ସମେତ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।
Also Read- Weekly finance horoscope: ନୂଆ ସପ୍ତାହରେ ଟଙ୍କା ଆସିବ ନା ଯିବ, ପଢନ୍ତୁ ରାଶିଫଳ
Also Read- VK Pandian: ବିଜେଡି ରାଜନୀତିରେ ପାଣ୍ଡିଆନ୍ ଖୋଜା