Home >>Odisha State

Odisha News:ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଢିଙ୍କିଆ

Odisha News: ସମସ୍ତେ ନିଜ ନିଜ ପାର୍ଥିନୀ ପାଇଁ ଘରକୁ ଘର ବୁଲୁଥିବା ବେଳେ ଢିଙ୍କିଆ ପଞ୍ଚାୟତ ଏବେ ସରଗରମ ହୋଇଉଠିଛି। ପ୍ରତ୍ୟେକ ସରପଞ୍ଚ ପାର୍ଥିନୀ ନିଜନିଜର ମୁଦ୍ଦା ନେଇ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ବେଳେ ଗମନାଗମନ, ସ୍ବଚ୍ଛ ପାନୀୟ ଜଳ ଓ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦେଇଛନ୍ତି। ଏମିତିକି କେହିକେହି ଢିଙ୍କିଆ ର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ନିଜର ଇସ୍ତାହାର ଉନ୍ମୋଚନ କରିବା ସହିତ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

Advertisement
Odisha News:ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଢିଙ୍କିଆ
Priyambada Rana|Updated: Sep 30, 2024, 03:50 PM IST
Share

Odisha News: (ନାରାୟଣ ବେହେରା) ଏରସମା ଢିଙ୍କିଆ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହେଉଛି ଢିଙ୍କିଆ। ତିନି ସରପଞ୍ଚ ପାର୍ଥିନୀ ଙ୍କ ମଧ୍ୟରେ କଡା ଟକ୍କର ଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତ ରେ ୩ସରପଞ୍ଚ ଓ ଓ୍ବାର୍ଡ ସଭ୍ୟସଭ୍ୟା ପଦବୀ ନିମନ୍ତେ ଆସନ୍ତା ୪ ତାରିଖରେ ହେବ ନିର୍ବାଚନ। ଏନେଇ ପ୍ରତ୍ୟେକ ସରପଞ୍ଚ ପାର୍ଥିନୀ ମାନେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ସମର୍ଥୀତ ପାର୍ଥିନୀ ପାଇଁ ନେତାମାନେ ଢିଙ୍କିଆରେ ପହଞ୍ଚିଛନ୍ତି। 

ସମସ୍ତେ ନିଜ ନିଜ ପାର୍ଥିନୀ ପାଇଁ ଘରକୁ ଘର ବୁଲୁଥିବା ବେଳେ ଢିଙ୍କିଆ ପଞ୍ଚାୟତ ଏବେ ସରଗରମ ହୋଇଉଠିଛି। ପ୍ରତ୍ୟେକ ସରପଞ୍ଚ ପାର୍ଥିନୀ ନିଜନିଜର ମୁଦ୍ଦା ନେଇ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ବେଳେ ଗମନାଗମନ, ସ୍ବଚ୍ଛ ପାନୀୟ ଜଳ ଓ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦେଇଛନ୍ତି। ଏମିତିକି କେହିକେହି ଢିଙ୍କିଆ ର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ନିଜର ଇସ୍ତାହାର ଉନ୍ମୋଚନ କରିବା ସହିତ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

 ତେବେ ତିନି ପ୍ରମୁଖ ଦଳ ପକ୍ଷରୁ ଢିଙ୍କିଆ ସରପଞ୍ଚ ପାର୍ଥିନୀ ପାଇଁ ନେତାମାନେ ଡେରା ପକାଇ ଥିବା ବେଳେ ଢ଼ିଙ୍କିଆ ପଞ୍ଚାୟତ ନିର୍ବାଚନ ଲାଗି ସରଗରମ ହୋଇଛି ଢିଙ୍କିଆ ଅଞ୍ଚଳ। ଢିଙ୍କିଆ ଅଞ୍ଚଳକୁ ଶୀଳ୍ପ ଆସିଥିବା ବେଳେ ଏହି ଅଞ୍ଚଳକୁ କିପରି ସମୃଦ୍ଧ କରାଯିବ ଓ ସ୍ଥାନୀୟ ଲୋକେ କିପରି ନିଯୁକ୍ତି ପାଇବେ ଏହା ଉପରେ ଧ୍ୟାନ ଦିଆଯିବ ବୋଲି ନେତାମାନେ କହୁଥିବା ବେଳେ ସ୍ଥାନୀୟ ଲୋକେ ଠିକ୍ ଲୋକ ଦେଖି ମତଦାନ କରିବଜ ବୋଲି ନିଷ୍ପତ୍ତି ନେଇଛନ୍ତି ଵୋଲ ପ୍ରକାଶ କରିଛନ୍ତି। ତେବେ ଆସନ୍ତା ୪ତାରିଖ ରେ ପଞ୍ଚାୟତ ନିର୍ବାଚନ କୁ ନେଇ ସରଗରମ ହୋଇ ଉଠିଛି ଢ଼ିଙ୍କିଆ ପଞ୍ଚାୟତ। 

 

Read More
{}{}