Hindi News >>Home >>Odisha State

Paradip News: ସାଧନା ଫାଉଣ୍ଡେସନ ପକ୍ଷରୁ ନାରୀ ମାନଙ୍କ ଆର୍ଥିକ ଉନ୍ନତି ଓ ସାମାଜିକ ନିରାପତ୍ତା ନେଇ କାର୍ମଶାଳା ଅନୁଷ୍ଠିତ

Paradip News: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସୂଚନା ଭବନ ଠାରେ ନାରୀଶକ୍ତି ଟ୍ରଷ୍ଟ ଜଗତସିଂହପୁର ଓ ସାଧନା ଫାଉଣ୍ଡେସନ ଭୁବନେଶ୍ୱର ପକ୍ଷରୁ ନାରୀ ମାନଙ୍କ ଆର୍ଥିକ ଉନ୍ନତି ଓ ସାମାଜିକ ନିରାପତ୍ତାକୁ ନେଇ ଏକ ଦିବସୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

Advertisement
Paradip News: ସାଧନା ଫାଉଣ୍ଡେସନ ପକ୍ଷରୁ ନାରୀ ମାନଙ୍କ ଆର୍ଥିକ ଉନ୍ନତି ଓ ସାମାଜିକ ନିରାପତ୍ତା ନେଇ କାର୍ମଶାଳା ଅନୁଷ୍ଠିତ
Narayan Behera|Updated: Mar 13, 2024, 01:45 PM IST
Share

Paradip News: ସାଧନା ଫାଉଣ୍ଡେସନ ପକ୍ଷରୁ ନାରୀ ମାନଙ୍କର ଆର୍ଥିକ ଉନ୍ନତି ଓ ସାମାଜିକ ନିରାପତ୍ତା ନେଇ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସୂଚନା ଭବନ ଠାରେ ନାରୀଶକ୍ତି ଟ୍ରଷ୍ଟ ଜଗତସିଂହପୁର ଓ ସାଧନା ଫାଉଣ୍ଡେସନ ଭୁବନେଶ୍ୱର ପକ୍ଷରୁ ନାରୀ ମାନଙ୍କ ଆର୍ଥିକ ଉନ୍ନତି ଓ ସାମାଜିକ ନିରାପତ୍ତାକୁ ନେଇ ଏକ ଦିବସୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ନାରୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ କିପରି ରୋକା ଯାଇପାରିବ ଓ ନାରୀ ମାନେ କିପରି ସଶକ୍ତ ହୋଇପାରିବେ ସେନେଇ ବିଶେଷ ଆଲୋଚନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସାଧନା ଫାଉଣ୍ଡେସନର ସଂପାଦିକା ସୁଜାତା ମହାପାତ୍ର ରାଜ୍ୟ ସରକାର ମହିଳାଙ୍କ ଉନ୍ନତି ପାଇଁ କରୁଥିବା ବିଭିନ୍ନ ଯୋଜନାକୁ ପ୍ରସଂଶା କରିଥିଲେ । ଅନ୍ୟପଟେ ଏଥିରେ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କଳ୍ପନା ସୂତାର, ଗୋପିଆକୁଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ନନ୍ଦିନୀ ପଣ୍ଡା ଓ ନାରୀ ଶକ୍ତି ଟ୍ରଷ୍ଟ ଜଗତସିଂହପୁର ଅଧ୍ୟକ୍ଷା ଅନୂପମା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଶତାଧିକ ମହିଳା ଉପସ୍ଥିତ ଥିବା ବେଳେ ଅନୁଷ୍ଠାନ ପକ୍ଷରୁ ସମାଜ ଗଠନରେ ନାରୀ ମାନଙ୍କ ଭୂମିକା ଉପରେ ସଚେତନ କରୁଥିବା ମହିଳାମାନଙ୍କୁ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରଯାଇଥିଲା।

Also Read- Accident News: ପୋଲରେ ଝୁଲିଲା ଆମ୍ବୁଲାନ୍ସ , ଘଟଣାସ୍ଥଳରୁ ଡ୍ରାଇଭର ଫେରାର

 

Read More
{}{}