Home >>Odisha State

Paramita Satpathy Tripathy: ପାରମିତା ଶତପଥୀ ତ୍ରିପାଠି ଓଡ଼ିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର

ଭୁବନେଶ୍ୱର: ପାରମିତା ଶତପଥୀ ତ୍ରିପାଠି ଓଡ଼ିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର (ଆଇ-ଟି) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପାରମିତା ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଭାବେ ଓଡ଼ିଶାରେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି ।  ମାର୍ଚ୍ଚ ମାସରେ ଆୟକର ବିଭାଗର ପ୍ରଧାନ ମୁଖ୍ୟ

Advertisement
Paramita Satpathy Tripathy: ପାରମିତା ଶତପଥୀ ତ୍ରିପାଠି ଓଡ଼ିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର
Prabhudatta Moharana|Updated: Apr 17, 2025, 07:04 AM IST
Share

Paramita Satpathy Tripathy: ଭୁବନେଶ୍ୱର: ପାରମିତା ଶତପଥୀ ତ୍ରିପାଠି ଓଡ଼ିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର (ଆଇ-ଟି) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପାରମିତା ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଭାବେ ଓଡ଼ିଶାରେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି ।  ମାର୍ଚ୍ଚ ମାସରେ ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର ପଦବୀରେ ତାଲିକାଭୁକ୍ତ ୩୪ ଜଣ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀଙ୍କ ମଧ୍ୟରେ ପାରମିତା ରହିଥିଲେ । ସେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ (ଓପିଜିସି)ରେ ଅର୍ଥ ନିର୍ଦ୍ଦେଶକ ଭାବରେ ମଧ୍ୟ ୬ ବର୍ଷ କାର୍ଯ୍ୟ କରିଛନ୍ତି । ଜଣେ ପ୍ରସିଦ୍ଧ ଲେଖିକା ଭାବେ ପାରମିତାଙ୍କୁ ତାଙ୍କର କ୍ଷୁଦ୍ରଗଳ୍ପ ସଂଗ୍ରହ "ପ୍ରାପ୍ତି'' ପାଇଁ ୨୦୧୬ରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୨୧ରେ ସେ ସାରଳା ପୁରସ୍କାରରେ ସମ୍ମାନିତ ହୋଇଥିଲେ।

Read More
{}{}