Home >>Odisha State

Odisha News: ଶିକ୍ଷକଙ୍କୁ ଅନତ୍ର ବଦଳି ଓ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା

Odisha News: ଏଥି ସହିତ ଚଟୁଆ ସ୍କୁଲର ଶିକ୍ଷକ ଶିଶିର କାନ୍ତ ସାହୁଙ୍କୁ ପୂନର୍ବାର ନିଯୁକ୍ତି କରିବାପାଇଁ ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ, ଆଲୁମିନି କମିଟିର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ରମେଶ ଚନ୍ଦ୍ର ଗୋଛାୟତଙ୍କ ସମେତ ଅଭିଭାବକମାନେ ଧାରଣାରେ ବସି ରହିଥିଲେ।

Advertisement
Odisha News: ଶିକ୍ଷକଙ୍କୁ ଅନତ୍ର ବଦଳି ଓ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା
Priyambada Rana|Updated: Nov 23, 2024, 02:57 PM IST
Share
Odisha News: (ନାରାୟଣ ବେହେରା) ଜଗତସିଂହପୁର ଜିଲ୍ଲା ଏରସମା ଚଟୁଆ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ଅନତ୍ର ବଦଳି ଓ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କର ଧାରଣା। ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିଶିର କାନ୍ତ ସାହୁଙ୍କୁ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ସ୍କୁଲକୁ ଅନତ୍ର ବଦଳି ହୋଇଥିବା ସହିତ ଚଟୁଆ ଉଚ୍ଚ ବିଦ୍ୟାଳୟକୁ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଅଭିଭାବକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା। ଏହି ଧାରଣା କୁ ସମର୍ଥନ କରି ଚଟୁଆ ପରିଚାଳନା କମିଟିର ସଭାପତି, ପରିଚାଳନା କମିଟିର ସଦସ୍ୟମାନେ ଦୁଇ ଘଣ୍ଟା ଧରି ସ୍କୁଲ ପରିସରରେ ଧାରଣାରେ ବସିଥିଲେ। ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦାବି ଶିକ୍ଷକ ଶିଶିରକାନ୍ତ ସାହୁଙ୍କୁ ପୁନର୍ବାର ସ୍କୁଲକୁ ନ ଆସିବା ପର୍ଯ୍ୟନ୍ତ କ୍ଲାସକୁ ପାଠ ପଢ଼ିବାକୁ ଯିବେ ନାହିଁ କିମ୍ବା ମଧ୍ୟାହ୍ନ ଭୋଜନ ଖାଇବେ ନାହିଁ। ଏନେଇ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ନ ଖାଇ ଘରକୁ ଫେରି ଯାଇଥିବା ଜଣାପଡିଛି।
 
ତେବେ ଚଟୁଆ ଉଚ୍ଚ ବିଦ୍ୟାଳୟରେ ଚଟୁଆ ପ୍ରାଥମିକ ସ୍କୁଲୁ ଯୋଡ଼ି ହୋଇଥିବାରୁ ଚଟୁଆ ସ୍କୁଲର ୩୭୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପାଠ ପଢ଼ାରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିବା ଯୋଗୁଁ ଯଥାଶୀଘ୍ର ଚଟୁଆ ଉଚ୍ଚ ବିଦ୍ୟାଳୟକୁ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଦାବୀ କରାଯାଇଛି।ଏଥି ସହିତ ଚଟୁଆ ସ୍କୁଲର ଶିକ୍ଷକ ଶିଶିର କାନ୍ତ ସାହୁଙ୍କୁ ପୂନର୍ବାର ନିଯୁକ୍ତି କରିବାପାଇଁ ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ, ଆଲୁମିନି କମିଟିର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ରମେଶ ଚନ୍ଦ୍ର ଗୋଛାୟତଙ୍କ ସମେତ ଅଭିଭାବକମାନେ ଧାରଣାରେ ବସି ରହିଥିଲେ।
 
ଜଗତସିଂହପୁର ଜିଲ୍ଲାପାଳ, ଜଗତସିଂହପୁର ଡିଇଓ, ଏରସମା ବିଡ଼ିଓ, ଏରସମା ବିଇଓ ଯଥା ଶୀଘ୍ର ଚଟୁଆ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହିତ ଚଟୁଆ ସ୍କୁଲର ଶିକ୍ଷକ ଶିଶିର କାନ୍ତ ସାହୁଙ୍କୁ ପୂର୍ଣ୍ଣବାର ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି।ଯଦିଓ ଏହି ଦାବୀକୁ ପୂରଣ ନକରା ଯାଏ ତାହା ହେଲେ ଚଟୁଆ ସ୍କୁଲର ଗେଟକୁ ତାଲା ପକାଇବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପରିଚାଳନା କମିଟିର ମେମ୍ବର ଓ ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
Read More
{}{}