Home >>Odisha State

Parikrama Prakalpa: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ

ଭୁବନେଶ୍ୱର: ଶ୍ରୀମଣ୍ଡିତ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶନିବାର ହେବ ଅଙ୍କୁରପୂଜନ। ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ତମାମ ଚାଲିବ ବିଧି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପ

Advertisement
Parikrama Prakalpa: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ
Zee Odisha Desk|Updated: Jan 13, 2024, 09:21 AM IST
Share

Parikrama Prakalpa: ଭୁବନେଶ୍ୱର: ଶ୍ରୀମଣ୍ଡିତ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶନିବାର ହେବ ଅଙ୍କୁରପୂଜନ। ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ତମାମ ଚାଲିବ ବିଧି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପଣ ସମାପନ କରାଯାଇଥିଲା। ପୂଜା ବିଧି ସମ୍ପନ୍ନ ପରେ ଗୁଆ, ପଇତା, ନଡିଆ, ବସ୍ତ, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ, ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି ମହାରାଜା। ଶ୍ରୀହସ୍ତରେ ଏହି ଭବ୍ୟ ଓ ଦିବ୍ୟ ଗୁଆ, ନଡିଆ ପଇତା ଆଦି ପ୍ରଥମେ ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି। ପରେ ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ପୁସ୍ତାକାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ଯ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କକରାଯାଇଥିଲା। ପୂର୍ବରୁ ପଞ୍ଚଵର୍ଣ୍ଣ ମୁରୁଜରେ ମଣ୍ଡଳ କରାଯାଇଥିଲା।

ସୂଚନାଯୋଗ୍ୟ ଶୁକ୍ରବାର ଠାରୁ ଏହି ପର୍ବ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ପୌଷ ଶୁକ୍ଳ ତୃତୀୟା ତିଥିରେ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍ଗ ଦ୍ୱାରା ଆଚାର୍ଯ୍ୟବରଣ କରାଯାଇଥିଲା। ଯଜ୍ଞ ମଣ୍ଡପରେ ମଣ୍ଡଳ କଟାଯାଇ ଯଜ୍ଞ ବିଧି ଓ ପୂଜା ଆରମ୍ଭ କରାଯାଇଛି। ଏହି ଯଜ୍ଞ ନିମନ୍ତେ ୧୦୮ ଜଣ ବୈଦିକ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି। ଏଥିପାଇଁ ଗଜପତିଙ୍କ ଠାରୁ ବଡ଼ ପରିଛା ଭାବେ ରାଜଗୁରୁ ଗୁଆ, ନଡ଼ିଆ, ଚାଉଳ, ବସ୍ତ୍ର, ପଇତା ପ୍ରଭୃତି ବିଧି ମୁତାବକ ପାଇଥିଲେ। ପରେ ରାଜଗୁରୁ ପ୍ରମୁଖ ୪୮ ଜଣ ବ୍ରାହ୍ମଣମାନଙ୍କୁ ବରଣ କରି ଯଜ୍ଞ ଅନୁଷ୍ଠାନ ନିମନ୍ତେ ଅଙ୍କୁରାରୋପଣ କରିବାକୁ ଆଚାର୍ଯ୍ୟାବରଣ କାମ କରିଥିଲେ। ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁ ଓ ଦେବୀ ପ୍ରସାଦ ରାଜଗୁରୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପଣ୍ଡିତ ବିଶ୍ୱମ୍ବର ଦାଶ ଓ ସୂର୍ଯ୍ୟନାରାୟଣ ଦାଶ ଯଜ୍ଞ କାର୍ଯ୍ୟକୁ ଅନ୍ୟ ବ୍ରାହ୍ମଣମାନଙ୍କ ସହ ବଢାଇବାକୁ ଅଙ୍କୁରାରୋପଣ କରିଥିଲେ। ସନ୍ଧ୍ୟା ସାଢେ ୬ଟାରୁ ୮ଟା ଭିତରେ ଅଙ୍କୁରାରୋପଣ ବିଧି ଶେଷ ହୋଇଥିଲା। 

Read More
{}{}