Home >>Odisha State

Parikrama Prakalpa: ଲୋକାର୍ପଣ ଉତ୍ସବକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Srimandir: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଉଛନ୍ତି। ସେପଟେ ୧୨ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞ ପ୍ରକ୍ରିୟା ତୃତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଗଜପତିଙ୍କ ଦ୍ୱାରା ୪୮ଜଣ ବ୍ରାହ୍ମଣ ଆଚାର୍ଯ୍ୟ ବରଣ ହେବା ପରେ ଅଙ୍କୁରାରୋପଣ କାର୍ଯ୍ଯ ସମ୍ପର୍ଣ୍ଣ ହୋଇଥିଲା। ଗତକାଲି ଅଙ୍କୁର ପୂଜନ ହେବା ସହ ଯଜ୍ଞମଣ୍ଡପରେ ମଣ୍ଡଳ ସ୍ଥାପନ କରାଯାଇଥିଲା। ତେବେ ଆଜି ପୌଷଶୁକ୍ଳ ଚତୁର୍ଥୀ ତିଥିରେ ଅଙ୍କୁର ପୂଜନ ସହ ଯଜ୍ଞମଣ୍ଡପରେ ଯଜ୍ଞ ଅଧିବାସ,ମଣ୍ଡଳ ସ୍ଥାପନ,ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯାଇଛି। ରାଜଗୁରୁଙ୍କ ସହ ଆଚାର୍ଯ୍ୟ ବରଣ ହୋଇଥିବା ପଣ୍ଡିତ ମାନେ ନିଷ୍ଠାର ସହିତ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଛନ୍ତି।

Advertisement
Parikrama Prakalpa: ଲୋକାର୍ପଣ ଉତ୍ସବକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
Zee Odisha Desk|Updated: Jan 14, 2024, 08:03 PM IST
Share

Srimandir: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଉଛନ୍ତି। ସେପଟେ ୧୨ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞ ପ୍ରକ୍ରିୟା ତୃତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଗଜପତିଙ୍କ ଦ୍ୱାରା ୪୮ଜଣ ବ୍ରାହ୍ମଣ ଆଚାର୍ଯ୍ୟ ବରଣ ହେବା ପରେ ଅଙ୍କୁରାରୋପଣ କାର୍ଯ୍ଯ ସମ୍ପର୍ଣ୍ଣ ହୋଇଥିଲା। ଗତକାଲି ଅଙ୍କୁର ପୂଜନ ହେବା ସହ ଯଜ୍ଞମଣ୍ଡପରେ ମଣ୍ଡଳ ସ୍ଥାପନ କରାଯାଇଥିଲା। ତେବେ ଆଜି ପୌଷଶୁକ୍ଳ ଚତୁର୍ଥୀ ତିଥିରେ ଅଙ୍କୁର ପୂଜନ ସହ ଯଜ୍ଞମଣ୍ଡପରେ ଯଜ୍ଞ ଅଧିବାସ,ମଣ୍ଡଳ ସ୍ଥାପନ,ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯାଇଛି। ରାଜଗୁରୁଙ୍କ ସହ ଆଚାର୍ଯ୍ୟ ବରଣ ହୋଇଥିବା ପଣ୍ଡିତ ମାନେ ନିଷ୍ଠାର ସହିତ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଛନ୍ତି।ତେବେ ଆସନ୍ତା କାଲି ଅର୍ଥାତ ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେବ ହୋମଯଜ୍ଞ। ସକାଳ ୭ଟା ୩୦ରୁ ଅପରାହ୍ନ୧ଟା ମଧ୍ୟରେ ଅଖଣ୍ଡ ଦୀପ ସ୍ଥାପନ,ପଞ୍ଚକର୍ମ,ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ଓ ମଣ୍ଡଳପୂଜନ ଆଦି କର୍ମ କରାଯିବ। ସକାଳ ୭ଟା ୩୦ରୁ ସଂନ୍ଧ୍ୟା ୬ଟା ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାରାୟଣ ଓ ଅନ୍ତ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ କରାଯିବ।

ସେହିଭଳି ଅପରାହ୍ନ ୩ଟାରୁ ସଂନ୍ଧ୍ୟା ୬ଟା ମଧ୍ୟରେ ବୈଷ୍ଣବାଗ୍ନିସଂସ୍କାର,ହବନ,ଆରତୀ, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବାର କାର୍ଯ୍ଯକ୍ରମ ରହିଛି। ତେବେ ଆଜି ଆଚାର୍ଯ୍ୟଙ୍କ ଦ୍ୱାରା ଲୋକାର୍ପଣ ଫଳକ ପୂଜନ ନିତି ସମ୍ପାଦନ କରାଯାଇଛି।ସେପଟେ ଆସନ୍ତା କାଲି ଠାରୁ ଯଜ୍ଞମଣ୍ଡପରେ ଯଜ୍ଞ ଆରମ୍ଭ ହେବ। ତିନିଦିନ ଧରି ଯଜ୍ଞ ଚାଲିବ। ଅନ୍ତିମ ଦିନ ଅର୍ଥାତ ପୌଷଶୁକ୍ଳ ସପ୍ତମୀ ତିଥିରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ। ଜଜମାନ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ। ଏହି ଭବ୍ଯ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବହୁ ନିମନ୍ତ୍ରିତ ଅତିଥି ମାନେ ଯୋଗ ଦେବେ। ଏଣୁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପ ସହ ଶ୍ରୀସେତୁ, ଶ୍ରୀଦାଣ୍ଡ ,ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ ପାର୍କିଂ ସମ୍ପୁର୍ଣ୍ଣ କରାଯାଇଛି। ଆସନ୍ତା କାଲି ଟ୍ରାଲ ରନ୍ କରାଯିବା ପରେ ଭକ୍ତଙ୍କ ପାଇଁ ଖୋଲିଦିଆଯିବ। ତେବେ ଦୁଇଟି ସ୍ଥାନରେ ଏକ୍ଜିବିସନ କରାଯିବ। ଗୋଟିଏ ସ୍ଥାନରେ ପରିକ୍ରମା ପ୍ରକଳ୍ପର ଡିଜିଟାଲ 3D model ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ତିନୋଟି ରଥ ପ୍ରଦର୍ଶିତ ହେବ। ସେହିଭଳି ଅନ୍ଯଟିରେ ମହାପ୍ରଭୁଙ୍କର ଅଲଗା ଅଲଗା ବେଶ୍ ପ୍ରଦର୍ଶିତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ୪୫ପ୍ଲାଟୁନ ଫୋର୍ସ ପରିକ୍ରମା ପ୍ରକଳ୍ପ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ୧୩୫ ସିସିଟିଭି ସର୍ଭେଲାନସରେ ରହିଛି ପରିକ୍ରମା ପ୍ରକଳ୍ପ। ଏଥିସହିତ ଫେସ୍ ରିଡିଂ ସିଷ୍ଟମ କରୁଛି ମନିଟରିଂ। ଅପରାଧି ଚିହ୍ନଟ ପାଇଁ ବି K9 ସ୍କ୍ୱଡ୍ ନିୟୋଜିତ ହୋଇଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଓ ଡିଆଇଜି ବିଶାଲ ସିଂ ଭକ୍ତଙ୍କ ସୁରକ୍ଷା ଉପରେ ଦେଇଛନ୍ତି ପ୍ରାଥମିକତା।

Read More
{}{}