Home >>Odisha State

Parikrama Prakalpa: ଆଉ କିଛି ଘଣ୍ଟାର ଅପେକ୍ଷା, ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ ବହୂ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ

Parikrama Prakalpa: ଆଉ କିଛି ଘଣ୍ଟାର ଅପେକ୍ଷା। ବହୁ ପ୍ରତୀକ୍ଷିତ  ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ,ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିନିଦିନ ଧରି ଚାଲୁଥିବା ଯଜ୍ଞରେ  ଜଜମାନ ଭାବେ ପୂର୍ଣ୍ନାହୂତି ଦେବେ ଗଜପତି ମହାରାଜ ଦିବ୍ଯସିଂହ ଦେବ।  ତେବେ ପୂର୍ଣ୍ଣାହୁତି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପ୍ରକଳ୍ପର ହେବ ଲୋକାର୍ପଣ। 

Advertisement
Parikrama Prakalpa: ଆଉ କିଛି ଘଣ୍ଟାର ଅପେକ୍ଷା, ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ ବହୂ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ
Zee Odisha Desk|Updated: Jan 17, 2024, 11:31 AM IST
Share

Parikrama Prakalpa: ଆଉ କିଛି ଘଣ୍ଟାର ଅପେକ୍ଷା। ବହୁ ପ୍ରତୀକ୍ଷିତ  ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ,ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିନିଦିନ ଧରି ଚାଲୁଥିବା ଯଜ୍ଞରେ  ଜଜମାନ ଭାବେ ପୂର୍ଣ୍ନାହୂତି ଦେବେ ଗଜପତି ମହାରାଜ ଦିବ୍ଯସିଂହ ଦେବ।  ତେବେ ପୂର୍ଣ୍ଣାହୁତି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପ୍ରକଳ୍ପର ହେବ ଲୋକାର୍ପଣ। ସେପଟେ  ଲୋକାର୍ପଣ ଉତ୍ସବ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଖେଳି ଯାଇଛି ଭକ୍ତିମୟ ପରିବେଶ। ରୁକ,ଶାମ, ଯଜ୍ଜୁ ଓ ଅଥର୍ବ ବେଦ ଧ୍ବନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚତୁପାର୍ଶ୍ବ। ନାମ ସଂକୀର୍ତ୍ତନରେ ସୃଷ୍ଟି ହୋଇଛି ଭବ୍ଯ ପରିବେଶ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ମହାଯଜ୍ଞ ଚାଲିଥିବା ବେଳେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞ ମଣ୍ଡପରେ ଆଚାର୍ଯ୍ୟ ବ୍ରାହ୍ମଣ ମାନେ ବୈଦିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ କରୁଛନ୍ତି।

ଆଜି ପୌଷ ଶୁକ୍ଳ ସପ୍ତମୀ ତିଥିରେ ମଧ୍ୟ ଶାସ୍ତ୍ରୀୟ ବିଧି ମୁତାବକ ସକାଳ ୭ଟା ୩୦ ରୁ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ ସରିବା ପରେ ଅପରାହ୍ନ ୧.୧୫ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳକ ଉନ୍ମୋଚନ କରିବେ। ଏଥିସହ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ। ସେହିପରି ୨ଟା ରୁ ୨ଟା ୩୦ ମଧ୍ୟରେ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୨ଟା ୩୦ ରୁ ୩ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାଗୃହରେ ପହଞ୍ଚି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହା ପୂର୍ବରୁ ସକାଳ ୭ଟା ୩୦ ରୁ ଅପରାହ୍ନ ୧ଟା ମଧ୍ୟରେ ଯଜ୍ଞର ପୂର୍ଣ୍ଣାହୁତି ପାଇଁ ସମସ୍ତ ପୂଜାବିଧି ଯେଭଳି ସମ୍ପନ୍ନ ହୋଇପାରିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ଅପରାହ୍ନ ୩ଟା ପରଠାରୁ ଭକ୍ତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିପାରିବେ। ଅନ୍ୟପଟେ ଲୋକାର୍ପଣ ଉତ୍ସବ ପାଇଁ ସମଗ୍ର ଶ୍ରୀକ୍ଷେତ୍ର ସୁରକ୍ଷା ଚାଦର ମଧ୍ୟରେ ରହିଥିବା ବେଳେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୩୪ ସିସିଟିଭି କ୍ଯାମେରା ନଜରରେ ରହିଛି ସମଗ୍ର ପରିକ୍ରମା ପ୍ରକଳ୍ପ ଓ ଯଜ୍ଞସ୍ଥଳ। ଏଥିସହିତ ଫେସ୍ ରିଡିଙ୍ଗ ସିଷ୍ଟମ, K9 ସ୍କ୍ୱଡ୍  ସହ ବଛା ବଛା ବରିଷ୍ଠ ପୋଲିସ ଅଧିକାରୀ ମାନେ ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଛନ୍ତି।

Also Read: Parikrama Prakalpa: ନବବଧୂ ପରି ସଜେଇ ହୋଇଛି ଶ୍ରୀକ୍ଷେତ୍ର, ଦେଖିଲେ ଲାଖିଯିବ ଆଖି

Read More
{}{}