Hindi News >>Home >>Odisha State

Parliament Winter Session 2024: ସଂସଦରେ ପୋଲାଭରମ ପ୍ରସଂଗ, ସରକାରଙ୍କୁ ଚେଙ୍ଗିଲେ ସପ୍ତଗିରି ଉଲ୍ଲାକା

Parliament Winter Session 2024: କଂଗ୍ରେସ ବିଦେଶୀ ତତ୍ତ୍ୱ ସହ ହାତ ମିଳାଇ ଆଭ୍ୟନ୍ତରୀଣ ପରିସ୍ଥିତିକୁ ବିଭ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଥିଲେ। ଏହା ଦ୍ୱାରା ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ ସଭାପତି ଗୃହକୁ ନିୟନ୍ତ୍ରଣ କରିବାକୁ ଯାଇ ଗୃହ କାର୍ଯ୍ୟକୁ ଅପରାହ୍ଣ ୨ଟା ଯାଇ ମୁଲତବୀ କରିଛନ୍ତି। 

Advertisement
Parliament Winter Session 2024: ସଂସଦରେ ପୋଲାଭରମ ପ୍ରସଂଗ, ସରକାରଙ୍କୁ ଚେଙ୍ଗିଲେ ସପ୍ତଗିରି ଉଲ୍ଲାକା
Prabhudatta Moharana|Updated: Dec 11, 2024, 01:39 PM IST
Share

Parliament Winter Session 2024: ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସଂସଦରେ ପ୍ରଶ୍ନକାଳ ସୁରୁଖୁରୁ ହୋଇଛି। କିନ୍ତୁ ପ୍ରଶ୍ନକାଳ ଶେଷ ପରେ ଆରମ୍ଭ ହୋଇଥିବା ଶୂନ୍ୟ କାଳରେ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ଶାସକ ଦଳକୁ ପୁଣିଥରେ ଚେଙ୍ଗିଛନ୍ତି। ପ୍ରସଙ୍ଗ ରହିଛି ମାଲକାନଗିରି ଜିଲ୍ଲାରେ ପୋଲାଭରମ ଜଳ ପ୍ରକଳ୍ପର ଆଶଙ୍କିତ ବିତ୍ପାତ। ସେ କହିଛନ୍ତି ପୋଲାଭରମ ପ୍ରକଳ୍ପ ଅନେକ ଦିନ ପରେ ପୁଣି ଥରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ସଂଗଠିତ ହୋଇଛି। ଏହାର ଫଳସ୍ୱରୂପ ମାଲକାନଗିରି ଜିଲ୍ଲାର ୧୬୨ଟି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏ ପ୍ରକଳ୍ପରେ ଶିଳ୍ପପତି ଅଦାନୀଙ୍କ ହାତ ରହିଥିବାରୁ କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପଛରେ ପକାଇଛନ୍ତି। 

ଅଦାନୀଙ୍କ ନାଁ ନେବା ପରେ ଲୋକସଭାରେ ପୁଣିଥରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କାଦୁଅ ଫୋପଡା ଫୋପଡି ଆରମ୍ଭ ହୋଇଥିଲା। ଗୃହରେ ହଟ୍ଟଗୋଳକୁ ଲକ୍ଷ୍ୟ କରି ସଭାପତି ସପ୍ତଗିରି ଉଲ୍ଲାକାଙ୍କ ପ୍ରସଙ୍ଗକୁ ସେଇଠି ବନ୍ଦ କରିଥିଲେ। ଏହା ପରେ କଂଗ୍ରେସ ସାଂସଦ ଗୋରବ ଗୋଗୋଇଙ୍କୁ ନିଜ ବିଷୟକୁ ଉଲ୍ଲେଖ କରିବାକୁ ଗୃହର ସଭାପତି ଆଦେଶ ଦେଇଥିଲେ। ଶ୍ରୀ ଗୋଗୋଇ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ପ୍ରତି ଗୃହର ଧ୍ୟାନ ଆକର୍ଷଣ କରିବାକୁ ଚାହିଁଥିଲେ। ସେ କହିଥିଲେ ଅନେକ ଦିନ ହେଲା ମଣିପୁରରେ ହିଂସା ସ୍ଥିତି ଲାଗି ରହିଛି। କିନ୍ତୁ ସରକାର ଏହାକୁ ପ୍ରଶମିତ କରିବାରେ ବିଫଳ ହେଉଛନ୍ତି। ଫଳ ସ୍ୱରୂପ ଏଠାରେ ସ୍କୁଲ କଲେଜ ବ୍ୟବସାୟ ପ୍ରତିଷ୍ଠାନ, ଯୋଗାଯୋଗ ସବୁକିଛି ପ୍ରଭାବିତ ହୋଇଛି। ମଣିପୁରବାସୀ ଏବେ ତିନୋଟି ପ୍ରଶ୍ନ ଏ ପ୍ରସଙ୍ଗରେ ପଚାରୁଛନ୍ତି। ପ୍ରଥମଟି ହେଲା ପ୍ରଧାନମନ୍ତ୍ରୀ କେବେ ମଣିପୁର ଗସ୍ତରେ ଯିବେ। ଦ୍ୱିତୀୟରେ ଗୃହମନ୍ତ୍ରୀ କେବେ ଗୃହରେ ମଣିପୁର ଶାନ୍ତି ପ୍ରତିଷ୍ଠା ବିଷୟକୁ ନେଇ ମତ ରଖିବେ। ଏବଂ ତୃତୀୟରେ ଶ୍ରୀ ଗୋଗୋଇ ସରକାର ଲୁଚିବା ପାଇଁ ଜର୍ଜସ୍ୱରଙ୍କୁ ଢାଳ କରିଛି ବୋଲି ଅଭିଯୋଗ କରିଛନ୍ତି। ଗୃହରେ ପ୍ରଥମେ ଶିଳ୍ପପତି ଅଦାନୀ ଏବଂ ଦ୍ୱିତୀୟରେ ବିଦେଶୀ ନାଗରୀ ଜର୍ଜ ସ୍ୱରସଙ୍କ ନାଁ ଉଠିବା ପରେ ଗୃହରେ ପୁଣି ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ଗୃହରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ବିରୋଧୀ ଦଳଙ୍କ ଆକ୍ଷେପକୁ ଅସଙ୍ଗତ ବୋଲି ଦର୍ଶାଇଥିଲେ। ଏପରିକି କଂଗ୍ରେସ ବିଦେଶୀ ତତ୍ତ୍ୱ ସହ ହାତ ମିଳାଇ ଆଭ୍ୟନ୍ତରୀଣ ପରିସ୍ଥିତିକୁ ବିଭ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଥିଲେ। ଏହା ଦ୍ୱାରା ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ ସଭାପତି ଗୃହକୁ ନିୟନ୍ତ୍ରଣ କରିବାକୁ ଯାଇ ଗୃହ କାର୍ଯ୍ୟକୁ ଅପରାହ୍ଣ ୨ଟା ଯାଇ ମୁଲତବୀ କରିଛନ୍ତି। 

Read More
{}{}