Home >>Odisha State

Odisha News: ସମ୍ବାଦ ମଞ୍ଚରେ ‘ପୁନଶ୍ଚ ପଟ୍ଟନାୟକ’

Odisha News : ଗତବର୍ଷ ଠିକ୍‍ ଏଇଦିନ; ଓଡ଼ିଶା ରାଜନୀତି ଓ ଗଣମାଧ୍ୟମ ଦୁନିଆରେ ଏକ ଅଧ୍ୟାୟ ବିଶେଷ ଚର୍ଚ୍ଚିତ ହୋଇଥିଲା। ତାହା ଥିଲା ସମ୍ବାଦ’ର ମୁଖ୍ୟ ତଥା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଓଡ଼ିଶା ରାଜନୀତିରେ ମୁହଁ ବନ୍ଦ କରିବାକୁ ଚାପ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା  ମିଡିଆ ସଂସ୍ଥାରୁ ତାଙ୍କୁ ନିର୍ବାସନ। ସେଦିନ ସମ୍ବାଦ’ର ୪୦ତମ ସ୍ୱନକ୍ଷତ୍ର ଉତ୍ସବରେ ତାଙ୍କୁ ହଠାତ୍‍ ଉଭାନ ହୋଇଥିବା ଦେଖିବାକୁ ମିଳିଥିଲା। 

Advertisement
Odisha News: ସମ୍ବାଦ ମଞ୍ଚରେ ‘ପୁନଶ୍ଚ ପଟ୍ଟନାୟକ’
Narmada Behera|Updated: Oct 04, 2024, 11:16 AM IST
Share

Odisha News (ଭୁବନେଶ୍ୱର) : ଗତବର୍ଷ ଠିକ୍‍ ଏଇଦିନ; ଓଡ଼ିଶା ରାଜନୀତି ଓ ଗଣମାଧ୍ୟମ ଦୁନିଆରେ ଏକ ଅଧ୍ୟାୟ ବିଶେଷ ଚର୍ଚ୍ଚିତ ହୋଇଥିଲା। ତାହା ଥିଲା ସମ୍ବାଦ’ର ମୁଖ୍ୟ ତଥା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଓଡ଼ିଶା ରାଜନୀତିରେ ମୁହଁ ବନ୍ଦ କରିବାକୁ ଚାପ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା  ମିଡିଆ ସଂସ୍ଥାରୁ ତାଙ୍କୁ ନିର୍ବାସନ। ସେଦିନ ସମ୍ବାଦ’ର ୪୦ତମ ସ୍ୱନକ୍ଷତ୍ର ଉତ୍ସବରେ ତାଙ୍କୁ ହଠାତ୍‍ ଉଭାନ ହୋଇଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ତତ୍‍କାଳୀନ ସରକାର ଓ ସରକାରୀ କଳ, ବଳକୁ ଦାୟୀ କରାଯାଇଥିଲା। ଯେଉଁ ସରକାରୀ କଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ସେତେବେଳେ ଏଥିଲାଗି ସୂତ୍ରଧର ବୋଲି କୁହାଯାଇଥିଲା ଆଜି ସମ୍ବାଦ ମଞ୍ଚରେ ତାଙ୍କର ଉଦୟ ହୋଇଛି। ଆଉ ଯେଉଁ ସମ୍ପାଦକଙ୍କୁ ନିର୍ବାସନ ଦଣ୍ଡ ଭୋଗିବାକୁ ପଡ଼ିଥିଲା ସେ ବି ଫେରିଛନ୍ତି ତାଙ୍କ ପୂର୍ବ ପଦବୀକୁ।  ସଂକ୍ଷେପରେ କହିଲେ ଓଡ଼ିଶା ରାଜନୀତି ଓ ସାମ୍ବାଦିକତାରେ ‘ପୁନଶ୍ଚ ପଟ୍ଟନାୟକ’ ଆଚ୍ଛଦିତ କରିବାକୁ ଯାଉଛି ।

ALSO READ: ଭାରତର କେଉଁ ରାଜ୍ୟ ସବୁଠୁ ଧନୀ, ଓଡ଼ିଶାର ସ୍ଥାନ କେଉଁଠି, ଜାଣନ୍ତୁ ଫୋର୍ବସ୍‍ କିପରି ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇଛି

ନିର୍ବାଚନ ମୁହାଁ ଥିବା ଓଡ଼ିଶାର ଶାସନ ମଙ୍ଗକୁ  ନିଜର ସମ୍ପାଦକୀୟ ମାଧ୍ୟମରେ ସମାଲୋଚନା କରି  ସେତେବଳେ ବେଶ୍‍ ଚର୍ଚ୍ଚିତ ହୋଇଥିଲେ ସୌମ୍ୟ ରଞ୍ଜନ। ଶାସକ ଦଳର ବିଧାୟକ ଥାଇ ତତ୍‍କାଳୀନ ବିଜେଡିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭୂମିକା ନିର୍ବାହ କରୁଥିବା ଭିକେ ପାଣ୍ଡିଆନ୍‍ଙ୍କୁ ଏହି ସମ୍ପାଦକୀୟରେ ସମାଲୋଚନା କରାଯାଇଥିଲା। ଏଥିରେ ନବୀନଙ୍କ ପ୍ରତି ପରୋକ୍ଷ ସମାଲୋଚନା ରହିଥିଲା।  ଏହାକୁ ସୌମ୍ୟଙ୍କ ବ୍ଲାକ୍‍ ମେଲିଂ ଉଦ୍ୟମ ବୋଲି ବିଜେଡି ଅଭିଯୋଗ କରିଥିଲା। ଏପରିକି ତାଙ୍କ ବିରୁଦ୍ଧରେ ଗତବର୍ଷ  ସେପ୍ଟମ୍ବର ଦ୍ୱିତୀୟ ସପ୍ତାହରେ କ୍ରାଇମ୍‍ ବ୍ରାଞ୍ଚ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ତିନିଦିନ ରେଡ୍‍ ହୋଇଥିଲା ସମ୍ବାଦ ଭବନ।  ଅନେକ କମ୍ପ୍ୟୁଟର ହାର୍ଡ ଡିସ୍କ ଜବତ କରାଯାଇଥିଲା। କର୍ମଚାରୀଙ୍କୁ ଜେରା କରାଯାଇଥିଲା। ସମ୍ବାଦ ବିରୁଦ୍ଧରେ ବେଆଇନ ଅର୍ଥ ନେଣଦେଣ ମାମଲା ରୁଜୁ କରାଯାଇଥିଲା। ଏହା ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା। କିଛିଦିନ ପରେ ସୌମ୍ୟଙ୍କୁ ଆଉ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଲା ନାହିଁ। ଏପରିକି  ସେହିବର୍ଷ ଅକ୍ଟୋବର ୪ ତାରିଖରେ ସମ୍ବାଦର ବାର୍ଷିକ ଉତ୍ସବରେ ତାଙ୍କୁ ହଠାତ୍‍ ଉଭାନ ହୋଇଥିବା ଦେଖିବାକୁ ମିଳିଥିଲା। ସମ୍ବାଦକୁ ସରକାରୀ ବିଜ୍ଞାପନ ବନ୍ଦ କରାଯାଇଥିଲା। 

ଆଜି ସେ ଘଟଣାକୁ ଏକ ବର୍ଷ ବିତିଛି। ଏହି ଏକ ବର୍ଷରେ ଶାସନ ବଦଳିଛି। ନବୀନ ଆଜି ମୁଖ୍ୟମନ୍ତ୍ରୀ ପଦରୁ ପ୍ରତ୍ୟାଖ୍ୟାତ ହୋଇଛନ୍ତି।  ପାଣ୍ଡିଆନ ଆଜି ଅଜ୍ଞାତବାସରେ ରହିଛନ୍ତି। ଆଉ ସମ୍ବାଦର ଅଧ୍ୟକ୍ଷ ପଦକୁ ପୁଣିଥରେ ଫେରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଖାଲି ସେତିକି ନୁହେଁ ପୁଣିଥରେ ସମ୍ବାଦ ମଞ୍ଚରେ ନବୀନ ପଟ୍ଟନାୟକଙ୍କୁ ଲୋକ ଦେଖିବାକୁ ପାଇଛନ୍ତି। ଭବ୍ୟ ସ୍ୱାଗତରେ  ନବୀନ ସମ୍ବାଦର ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଉ ଆଜି ସୌମ୍ୟ ରଞ୍ଜନଙ୍କୁ ଏହି ମଞ୍ଚରେ ଦେଖିବାକୁ ମିଳିବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଅର୍ଥାତ୍‍ ପୁଣିଥରେ ଦୁଇ ପଟ୍ଟନାୟକଙ୍କ ଅଭ୍ୟୁଦୟ ହୋଇଛି, ସମୟ ଅଲଗା ଅଲଗା ହେଲେ ବି ଗୋଟିଏ ମଞ୍ଚରେ। ତାଙ୍କ ଭିତରେ ସବୁ ମନୋମାଳିନ୍ୟର ଅନ୍ତ ହୋଇଛି ତାହା ଏଠାରେ କୁହାଯାଉ ନାହିଁ। କିନ୍ତୁ ପ୍ରେମ ଓ ରାଜନୀତିରେ ସବୁକିଛି ସମ୍ଭବ ହେଲାପରି ଆଜି ସାମ୍ବାଦିକତାରେ  ମଧ୍ୟ ତାହାର ପୁନରାବୃତ୍ତି ହୋଇଛି। ଲୋକେ ଏହା ଦେଖି କହୁଛନ୍ତି ଏହା ପୁନଶ୍ଚ ପୃଥିବୀ ନୁହେଁ- ପୁନଶ୍ଚ ପଟ୍ଟନାୟକ। 

ଏଠାରେ ଉଲ୍ଲେଖ କରାଯାଇପାରେ ଯେ,  ଓଡ଼ିଶାରେ ପଟ୍ଟନାୟକ ଶାସନର ଦାୟାଦ ହେଉଛନ୍ତି ଉଭୟ ପଟ୍ଟନାୟକ। ୧୫ ବର୍ଷ ଧରି ରାଜ୍ୟକୁ ଶାସନ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୟୋଇଁ ହେଉଛନ୍ତି ସୌମ୍ୟ ରଞ୍ଜନ ଆଉ ସେହି ସମୟରେ ଜାନକୀଙ୍କୁ ବିରୋଧ କରୁଥିବା ରାଜନେତା ଥିଲେ ବିଜୁ ପଟ୍ଟନାୟକ। ସେ ମଧ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ରହିଛନ୍ତି। ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ସବୁଠାରୁ ଅଧିକ ସମୟ ଓଡ଼ିଶାକୁ ଶାସନ କରିଛନ୍ତି। ଅର୍ଥାତ  ଓଡ଼ିଶା ରାଜନୀତିରେ ‘ପଟ୍ଟନାୟକ’ଙ୍କ ଅବିଚ୍ଛଦ୍ୟ ପ୍ରଭାବ ରହି ଆସିଛି।  ଏବେ ବିଜେପି ଶାସନକୁ ଆସିବା ପରେ ଯଦିଓ ସର୍ବୋଚ୍ଚ ଶାସନ କ୍ଷମତାରୁ ପଟ୍ଟନାୟକଙ୍କ ଅପସାରଣ ହୋଇଛି। ନା ମୁଖ୍ୟମନ୍ତ୍ରୀ ନା ତାଙ୍କ ମନ୍ତ୍ରିମଣ୍ଡଳର କେହି ବି ପଟ୍ଟନାୟକ ସାଜ୍ଞାଧାରୀ ହୋଇନାହାନ୍ତି। ଏବେ ପୁଣିଥରେ ଦୁଇ ପଟ୍ଟନାୟକଙ୍କ ଆବିର୍ଭାବ ଆଗକୁ କି ସମୀକରଣ ଦେବ ତାହାକୁ ଅପେକ୍ଷା।

 

Read More
{}{}