Home >>Odisha State

Odisha News: ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ, ପଞ୍ଚାୟତ ଘେରିଲେ ଗ୍ରାମବାସୀ..

Odisha News: ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପିଡ଼ିଏସ ଚାଉଳ ବଣ୍ଟନ ବ୍ୟବସ୍ଥା କରିଛନ୍ତି। ଯାହା ଦ୍ୱାରା ବର୍ଷ ବର୍ଷ ଧରି ଅନେକ ପରିବାର ଏହା ଦ୍ୱାରା ଉପକୃତ ହୋଇଆସୁଛନ୍ତି। ମାତ୍ର କେନ୍ଦୁଝର ଜିଲ୍ଲାରେ ଏହି ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ ଦେଖିବାକୁ ମିଳିଛି। 

Advertisement
Odisha News: ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ, ପଞ୍ଚାୟତ ଘେରିଲେ ଗ୍ରାମବାସୀ..
Abhaya mohanty|Updated: Feb 09, 2024, 10:36 AM IST
Share

Odisha News: ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପିଡ଼ିଏସ ଚାଉଳ ବଣ୍ଟନ ବ୍ୟବସ୍ଥା କରିଛନ୍ତି। ଯାହା ଦ୍ୱାରା ବର୍ଷ ବର୍ଷ ଧରି ଅନେକ ପରିବାର ଏହା ଦ୍ୱାରା ଉପକୃତ ହୋଇଆସୁଛନ୍ତି। ମାତ୍ର କେନ୍ଦୁଝର ଜିଲ୍ଲାରେ ଏହି ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ କଳିଗାଁ ପଞ୍ଚାୟତରେ ପିଡ଼ିଏସ ଚାଉଳ ବଣ୍ଟନ ହେଉନଥିବା ପ୍ରତିବାଦରେ କଳିଗାଁ, ଇଚ୍ଛାପୁର, କଇଥଗଡ଼ିଆ, ମୁଦୁଲିପଦା, ବଣିଆରୀ, ଶାଳକଣିଆ ଆଦି ୫ଟି ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ପଞ୍ଚାୟତ ସମ୍ମୁଖରେ ଧାରଣା ଓ ରାସ୍ତାରୋକ କରାଯାଇଛି।

ସେମାନଙ୍କ ଅଭିଯୋଗ ଯେ ଜାନୁୟାରୀ ମାସରୁ ପ୍ରତି ପଞ୍ଚାୟତରେ ୪ମାସର ଚାଉଳ ବଣ୍ଟନ ହୋଇ ସରିବାକୁ ବସିଲାଣି।କିନ୍ତୁ କଳିଗାଁ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଚାଉଳ ବଣ୍ଟନ ହେଉନି। ଚାଉଳ ବଣ୍ଟନ ଦାୟିତ୍ୱ ନେଇଥିବା ଏସ.ଏସ.ଜି ଗ୍ରୁପ ଚାଉଳ ଉଠାଇ ନେଇ ତାଙ୍କ ଘର ଅଁରା ଗ୍ରାମରେ ରଖିଛନ୍ତି। କଳିଗାଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ତାଙ୍କ ଘର ୪କିଲୋମିଟର। ତେଣୁ କଳିଗାଁ ପଞ୍ଚାୟତର ଲୋକମାନେ ସେଠାକୁ ଯାଇ ଚାଉଳ ଆଣିବାକୁ ରାଜି ହେଉ ନାହାଁନ୍ତି। ଆଜି ଦେବି କାଲି ଦେବି କହି ସମୟ ଗଡ଼ାଇ ଚାଲିଛନ୍ତି। ଯାହାଦ୍ୱାରା ଲୋକମାନେ ଚାଉଳ ନପାଇ ଭୋକ ଉପାସରେ କାଳ କାଟୁଛନ୍ତି।

 

ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଓ ଉତେଜନା ପ୍ରକାଶ ପାଇବା ସହ ୫ଟି ଗ୍ରାମର ହିତାଧିକାରୀ ମାନେ ଆଜି ସକାଳ ୯ଟା ଠାରୁ ପଞ୍ଚାୟତ ସମ୍ମୁଖରେ ଧାରଣା ଦେବା ସହ ଓରାଳି ଶାଳଣିଆ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଛି। ଏ ସମ୍ପର୍କରେ କଳି ଗାଁ ସରପଞ୍ଚ କହିଛନ୍ତି ଯେ ତାଙ୍କ ପଞ୍ଚାୟତ କୁ ସବୁବେଳେ ଅବହେଳା କରାଯାଉଛି। ସେ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ପଦକ୍ଷେପ ନିଆ ଯାଉନି।

Read More
{}{}