ବାଲେଶ୍ୱର ଏଫଏମ କଲେଜ୍ ଛାତ୍ରୀ ଆତ୍ମାହୁତି ପ୍ରସଙ୍ଗ ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଯଦି ଆପଣ ଖୋଲାରେ ପେଟ୍ରୋଲ ପକାଉଛନ୍ତି ତେବେ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ପେଟ୍ରୋଲ ପମ୍ପ୍ ସଂଘ ସହ ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ
ବାହାରେ ପେଟ୍ରୋଲ ବିକ୍ରି ହେଲେ ଚଢ଼ାଉ କରାଯିବା ସହ କାର୍ଯ୍ୟାନୁଷ୍ଠାନ ହେବ
ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରାଯାଇ ପାରିବ ନାହିଁ ।
କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି କରିବା ପାଇଁ ଅନୁମତି ରହିଛି ।
କାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍ରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।