Home >>Odisha State

Srimandira: ପ୍ଲାଷ୍ଟିକ ପଲିଥିନ୍ ବ୍ୟାନ ! ଭୋଗ ଓ ଫୁଲ ଆଣିବାକୁ ହେଲେ...

Srimandira:  ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ମିଳିଥିଲା। ଆଉ ସେବେଠାରୁ  ଧିରେ ଧିରେ ଲୋକଙ୍କ ସହ ସେବାୟତଙ୍କୁ ବି ସଚେତନ କରାଯାଉଛି। ନିୟମରେ ଟିକେ ଖିଲାପ କରୁଥିଲେ ମଧ୍ୟ ଜାନୁଆରୀ ୧ରୁ ନିୟମକୁ କଡ଼ାକଡ଼ି ଭାବେ ପୁରୀ ଶ୍ରୀମନ୍ଦିରରେ ଲାଗୁ କରାଯିବ।   

Advertisement
Srimandira: ପ୍ଲାଷ୍ଟିକ ପଲିଥିନ୍ ବ୍ୟାନ ! ଭୋଗ ଓ ଫୁଲ ଆଣିବାକୁ ହେଲେ...
Rasmita Sahoo|Updated: Dec 15, 2023, 12:29 PM IST
Share

Srimandira: ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଭକ୍ତଙ୍କୁ ପରାମର୍ଶ  ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଶ୍ରୀମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ୍ ନେଇ ଯାଇ ପାରିବେନି ଭକ୍ତ ବା ଶ୍ରଦ୍ଧାଳୁ । ବେତ ନିର୍ମିତ ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବେତ ଓ ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ବା ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। 

ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ (Plastic Free) ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି । ଅନ୍ୟପଟେ ନୂଆବର୍ଷରୁ ଶ୍ରୀମନ୍ଦିର ପରିସରରେ ପାନ,ଗୁଟଖା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ୨୦୨୪ ଜାନୁଆରୀ ୧ରୁ ଏହି ନିୟମ ଲାଗୁ କରାଯିବ। ଏନେଇ ନଭେମ୍ବର ମାସ ୧୪ ତାରିଖରେ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ(Srimandira Administration) ପକ୍ଷରୁ ଚିଠି ମିଳିଥିଲା। ଆଉ ସେବେଠାରୁ  ଧିରେ ଧିରେ ଲୋକଙ୍କ ସହ ସେବାୟତଙ୍କୁ ବି ସଚେତନ କରାଯାଉଛି। ନିୟମରେ ଟିକେ ଖିଲାପ କରୁଥିଲେ ମଧ୍ୟ ଜାନୁଆରୀ ୧ରୁ ନିୟମକୁ କଡ଼ାକଡ଼ି ଭାବେ ପୁରୀ ଶ୍ରୀମନ୍ଦିରରେ ଲାଗୁ କରାଯିବ। 

ଏହାସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀଙ୍କୁ ମଧ୍ୟ ପାନ,ଗୁଟଖା ମନା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।ସେହିପରି ଅକ୍ଚୋବର ମାସରେ ଭକ୍ତ ପୋଷାକକୁ ନେଇ ମଧ୍ୟ ନିୟମ ଜାରି କରିଥିଲା ଶ୍ରୀମନ୍ଦିର ପ୍ରଶାସନ (Puri Administration)। ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଛୋଟ ଡ୍ରେସ, ଫଟା ଜିନ୍ସ , ହାପ୍ ପ୍ୟାଣ୍ଟ ପିନ୍ଧି ଯାଇପାରିବେନି ଶ୍ରୀମନ୍ଦିର । ଏନେଇ ଗତ ଦୁଇ ମାସରୁ ସଚେତନତା ଆରମ୍ଭ ହୋଇଥିବା ବେଳେ କଡ଼ାକଡ଼ି ଭାବେ ଆସନ୍ତା ଜାନୁଆରୀ ପହିଲାରୁ ଏହାକୁ ଲାଗୁ କରାଯାଇଛି । 

ଏହି ଦୁଇ ମାସ ମଧ୍ୟରେ ଅନେକ ଭିଡିଓ(Srimandira Dresscode) ମଧ୍ୟ ସାମ୍ନାକୁ ଆସିଛି। ଫଟା ଜିନ୍ସ ସହ ହାପ୍ ପ୍ୟାଣ୍ଟ ପିନ୍ଧି ଆସୁଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଇନାହିଁ ଏହାସହ ସତର୍କ ମଧ୍ୟ କରାଯାଇଛି। ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏ ନେଇ କଡା ଚେକିଂ କରାଯାଉଛି । ଏହାସହ ଡ୍ରେସରେ ଶାଳୀନତା ନେଇ ଜେଟିପି ଓ ପ୍ରତିହାରୀ ସେବକ ଚେକିଂ କରୁଛନ୍ତି । ଏହାପରେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡାଯାଉଛି।

Also Read: Weather Update: ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ, ୧୫ ଡିଗ୍ରୀ ତଳେ ୧୮ ସହର

Also Read: Loksabha Adjourned: ୧୦ମ ଦିନରେ ଚାଲିପାରିଲାନି ଗୃହ, ଦିନ ୨ ଟା ଯାଏଁ ଗୃହ ମୁଲତବୀ

Also Read: Bhajan Lal Sharma: ନିଜ ଜନ୍ମଦିନରେ ଆଜିଠୁ ରାଜସ୍ଥାନରେ ରାଜ୍ କରିବେ ଭଜନଲାଲ୍, ଆସିବ ଏହିସବୁ ଚ୍ୟାଲେଞ୍ଜ !

Read More
{}{}