Hindi News >>Home >>Odisha State

ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Utkarsh odisha conclave: କନ୍କ୍ଲେଭ୍ରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ବ୍ୟତୀତ ସିଇଓ ରାଉଣ୍ଡ୍ଟେବୁଲ୍, ମହିଳା ନେତୃତ୍ବ ରାଉଣ୍ଡ୍ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍ଟେବୁଲ୍ ଅନୁଷ୍ଠିତ ହେବ। ଫୋକସ୍ରେ ଥିବା ଦେଶଗୁଡ଼ିକୁ ମଧ୍ୟ ନେଇ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ। କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଜାନୁଆରି ୩୦ରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ। ସେଥିରେ ୧୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ, ସେବା ଓ ସମାଧାନ ପ୍ରଦାନ କରିବେ।   

Advertisement
ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Zee Odisha Desk|Updated: Jan 28, 2025, 11:59 AM IST
Share

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଦୁଇଦିନିଆ କନକ୍ଲେଭ୍ ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମ୍ ଉପସ୍ଥିତ ଅଛନ୍ତି। ଏହା ପରେ ଉତ୍କଳ ଓଡ଼ିଶା ଗ୍ୟାଲେରୀ ବୁଲି ଦେଖିଛନ୍ତି ମୋଦି। ସେ ୨ ଘଣ୍ଟା ୨୦ ମିନିଟ୍‌ ମାନେ ଦିନ ୧୧ଟାରୁ ୧୨ଟା ୩୦ ଯାଏ ସମ୍ମିଳନୀରେ ରହିବେ। ପ୍ରାୟ ଅଧାଘଣ୍ଟା ସମ୍ମିଳନୀରେ ଅଭିଭାଷଣ ରଖିବେ ମୋଦି। ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଛନ୍ତି। 

ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓ ମୋଦିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୪୦୦ ରୁ ଅଧିକ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି।କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍‌ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ। 

କନକ୍ଲେଭରେ ଯୋଗଦେବା ଲାଗି ୭୫୦୦ରୁ ଅଧିକ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏଥିରେ ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ଭଳି ୧୬ଟି ଦେଶରୁ କୂଟନୀତିଜ୍ଞ, ନିବେଶକ ଓ ପ୍ରତିନିଧି ଭାଗ ନେବେ। ଭିଏତନାମ୍, ଜିମ୍ବାୱେ, କାଜାଖସ୍ତାନ, ଭେନେଜୁଏଲା, ବ୍ରିଟେନ, ଆମେରିକା ଓ ନେପାଳର ପ୍ରତିନିଧି ମଧ୍ୟ ଆସିବେ। ଫର୍ଚୁନ୍ ୪୦୦ କମ୍ପାନି ମଧ୍ୟରୁ ୧୦୦ଟି କମ୍ପାନି ଅଂଶଗ୍ରହଣ କରିବେ। ୧୦୦ରୁ ଅଧିକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ଏହି କନ୍କ୍ଲେଭ୍ ଜରିଆରେ ରାଜ୍ୟ ସରକାର ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। କନ୍କ୍ଲେଭ୍ରେ ଭାଗ ନେବାକୁ ଥିବା ବିଶିଷ୍ଟ ଶିଳ୍ପପତିମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲ୍, ଜେଏସ୍ଡବ୍ଲୁ ଗ୍ରୁପ୍ର ମୁଖ୍ୟ ସଜ୍ଜନ ଜିନ୍ଦଲ, ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ର କରନ ଆଦାନୀ ଓ ଅନ୍ୟମାନେ। 

କନ୍କ୍ଲେଭ୍ରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ବ୍ୟତୀତ ସିଇଓ ରାଉଣ୍ଡ୍ଟେବୁଲ୍, ମହିଳା ନେତୃତ୍ବ ରାଉଣ୍ଡ୍ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍ଟେବୁଲ୍ ଅନୁଷ୍ଠିତ ହେବ। ଫୋକସ୍ରେ ଥିବା ଦେଶଗୁଡ଼ିକୁ ମଧ୍ୟ ନେଇ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ। କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଜାନୁଆରି ୩୦ରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ। ସେଥିରେ ୧୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ, ସେବା ଓ ସମାଧାନ ପ୍ରଦାନ କରିବେ। 

‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ସମ୍ମେଳନରୁ ଶିଳ୍ପପତି ଓ ଉଦ୍ୟୋଗୀ ବେଶ କିଛି ଆଶା ରଖୁଛନ୍ତି। ଏହି ଦୁଇଦିନିଆ ଶିଳ୍ପ ମହାକୁମ୍ଭ ପାଇଁ ଦେଶବିଦେଶର ନିବେଶକ ଓ ପ୍ରତିନିଧି ପହଞ୍ଚି ସାରିଛନ୍ତି। ଏହି ଅବସରରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ୫କୋଟି ଟଙ୍କାର ନିବେଶ ଆସିବା ଲକ୍ଷ୍ୟ ରଖାଯାଇଛି।

Read More
{}{}