Hindi News >>Home >>Odisha State

Odisha News: ଆଜି ସମ୍ବଲପୁର ଆସୁଛନ୍ତି ମୋଦି, ପଶ୍ଚିମ ଓଡି଼ଶାବାସୀଙ୍କୁ ଏତିକି କୋଟିର ପ୍ରକଳ୍ପ ଦେବେ ଭେଟି

Odisha News: ଆଜି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)।  ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ (Sambalpur IIM)ଲୋକାର୍ପଣ ସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି। 

Advertisement
Odisha News: ଆଜି ସମ୍ବଲପୁର ଆସୁଛନ୍ତି ମୋଦି,  ପଶ୍ଚିମ ଓଡି଼ଶାବାସୀଙ୍କୁ ଏତିକି କୋଟିର ପ୍ରକଳ୍ପ ଦେବେ ଭେଟି
Zee Odisha Desk|Updated: Feb 03, 2024, 06:24 AM IST
Share

Odisha News: ଆଜି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)।  ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ (Sambalpur IIM)ଲୋକାର୍ପଣ ସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି। ମୋଦିଙ୍କ ପଶ୍ଚିମଓଡ଼ିଶା ଗସ୍ତ ପାଇଁ ସମ୍ପୂର୍ଣ୍ଣ ଓଡ଼ିଶା ଉତ୍ସବ ମୁଖର ହୋଇପଡିଛି। ଆଜି ଦିନ ୧. ୧୫ ମିନିଟ୍ ସମୟରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟର ମାଧ୍ୟମରେ ଦିନ ୧.୪୫ରେ ସମ୍ୱଲପୁର ଆଇଆଇଏମ କ୍ୟାମ୍ପସ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ମୋଦି ସମ୍ବଲପୁରରକୁ (Sambalpur district)ଆସି ୬୮ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତିଭୂମି ପ୍ରକଳ୍ପର ଉଦ୍‌ଘାଟନ, ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ମୋଦିଜୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିବେ । ଏହାଛଡା ଝାରସୁଗୁଡା ମୁଖ୍ୟ ଡାକଘର ଐତିହ୍ୟଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦି ।  ସେହିପରି ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ । “ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା” ଅଧୀନରେ ୨୪୫୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ ଗ୍ରିଡ ସହ ସଂଯୋଜ କରିବେ । ଏହାଛଡା ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପଲାଇନର ନାଗପୁର ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ’ର ଶିଳାନ୍ୟାସ କରିବେ। 

ସେହିପରି ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ-୩ର ଶିଳାନ୍ୟାସ କରିବେ । ଏହାଦ୍ୱାରା ଓଡ଼ିଶା ରାଜ୍ୟରେ ଜନତା ଶସ୍ତାରେ ବିଜୁଳି ପାଇପାରିବେ । ମୋଦି ୨୭ହଜାର କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । 

Read More
{}{}