Hindi News >>Home >>Odisha State

ରାଜ୍ୟରେ ବଢ଼ିବ ‘ଆବାସ’ ଯୋଜନା ରାଶି; ମିଳିବ ୬୦ ହଜାର ଅଧିକ ଟଙ୍କା

PMAY assistance: ପୂର୍ବରୁ ଜଣେ ହିତାଧିକାରୀଙ୍କୁ ‘ଆବାସ’ ଯୋଜନାରେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିଲା ଏବେ ତାହା ୧ଲକ୍ଷ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାଏକ କହିଛନ୍ତି।   

Advertisement
PMAY assistance
PMAY assistance
Jagdish Barik|Updated: Aug 19, 2024, 04:10 PM IST
Share

ଭୁବନେଶ୍ୱର: ସମସ୍ତଙ୍କୁ ଘର ଯୋଗାଇବାର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରୂପାୟନ କରିବାରେ ଓଡ଼ିଶା ନୂଆ ନୀତି ଆପଣାଇବାକୁ ଯାଉଛି। ଏହିକ୍ରମରେ ହିତାଧିକାରୀଙ୍କ ଲାଗି ଅଧିକ ୬୦ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା କରିବେ ରାଜ୍ୟ ସରକାର। ପୂର୍ବରୁ ଜଣେ ହିତାଧିକାରୀଙ୍କୁ ‘ଆବାସ’ ଯୋଜନାରେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିଲା ଏବେ ତାହା ୧ଲକ୍ଷ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାଏକ କହିଛନ୍ତି। ଏହାଛଡ଼ା ମନରେଗା ଯୋଜନା ମାଧ୍ୟମରେ ମିଳିଥିବା ସହାୟତାକୁ ମିଶାଇଲେ ଜଣେ ଆବାସ ଯୋଜନାରେ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ସହାୟତା ପାଇବ ବୋଳି ସେ କହିଛନ୍ତି। 

ଶ୍ରୀ ନାଏକ କହିଛନ୍ତି, ଏହା ପୂର୍ବରୁ ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯକାରୀ କରିବାକୁ ଯାଇ କୌଣସି ନିୟମ ପାଳନ କରୁ ନଥିଲେ। ଏବେ ରାଜ୍ୟ ସରକାର ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ଏ ନିୟମ ସାମ୍ନାକୁ ଆସିବ।  ଏହାଦ୍ୱାରା ବିଭିନ୍ନ ଅଘଟଣର ଶିକାର ହେଉଥିବା ଅନ୍ତୋଦୟ ପରିବାରର ଲୋକ କେଉଁଭଳି ସହାୟତା ପାଇବେ ତାହା ଉଲ୍ଲେଖ ରହିବ। ଅର୍ଥାତ ପ୍ରକୃତିକ ବିପର୍ଯ୍ୟୟ ହେଉ ବା ବନ୍ୟଯନ୍ତୁଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ଆବାସଧାରୀଙ୍କୁ ମଧ୍ୟ ସହାୟତା କିପରି ମିଳିବ ତାହାର ମାର୍ଗଦର୍ଶିକା ନିର୍ଦ୍ଧାରଣ କରାଯିବ। 

ଶ୍ରୀ ନାଏକ ପ୍ରଦାନ କରିଥିବା ସୂଚନା ଅନୁସାରେ ଏଣିକି ଶୌଚାଳୟ ନିର୍ମାଣ ଲାଗି ରାଜ୍ୟ ସରକାର ଅଧିକ  ୨୦ ହଜାର ଟଙ୍କା ସହାୟତା ଦେବେ। ପୂର୍ବରୁ ୧୨ ହଜାର ଟଙ୍କା ସହାୟତା ମିଳୁଥିଲା। ପ୍ରତିଘରକୁ ମଡେଲ ଗୃହ ଭାବେ ଘୋଷଣା କରିବେ। ଏଠାକୁ ବିଜୁଳି ସଂଯୋଗ କିପରି ହେବ ସେଥିଲାଗି ବ୍ୟବସ୍ଥା କରିବେ। ଗାଁର ବିକାଶରେ ଓଡ଼ିଶାର ବିକାଶ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ପୂରଣ କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯିବ।
 
ଆଦିବାସୀ ଗାଁଗୁଡ଼ିକରେ ପ୍ରଥମ ଆବଶ୍ୟକତା ହେଉଛି ତାଙ୍କ ସଂସ୍କୃତିକୁ ବଜାୟ ରଖିବା । ଏଥିଲାଗି ତାଙ୍କ ଗାଁକୁ ରାସ୍ତା, ପାନୀୟ ଜଳ, ଜଳସେଚନ, ଜଙ୍ଗଲଜାତ ଦ୍ରବୃ ବିକ୍ରି, ଯୁବକଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତ କରିବା, ସଂସ୍କୃତିକୁ ଠିକଣା ଭାବେ ପାଳନ କରିବା ଲାଗି ସରକାର ସଂକଳ୍ପବଦ୍ଧ ରହିଛି ବୋଲି କହିଛନ୍ତି ଶ୍ରୀ ନାଏକ।

Read More
{}{}