Hindi News >>Home >>Odisha State

ଇସିଜି ବାହାନାରେ ଦୁଷ୍କର୍ମ କରିବା ଘଟଣାରେ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ଆଜି କମିଶନରେଟ୍‌ ପୋଲିସ୍‌ ଏକ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ୨ ପୀଡ଼ିତାଙ୍କ ସମ୍ପର୍କୀୟ ପୁରୀ ଘାଟ ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Advertisement
ଇସିଜି ବାହାନାରେ ଦୁଷ୍କର୍ମ କରିବା ଘଟଣାରେ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ
Soubhagya Ranjan Mishra|Updated: Aug 13, 2024, 09:05 PM IST
Share

ଭୁବନେଶ୍ୱର: ଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀଙ୍କୁ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‍ପିଟାଲରେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଡାକ୍ତର । ଆଜି କମିଶନରେଟ୍‌ ପୋଲିସ୍‌ ଏକ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ୨ ପୀଡ଼ିତାଙ୍କ ସମ୍ପର୍କୀୟ ପୁରୀ ଘାଟ ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାର ତଦନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । ଯେଉଁଥିରେ ଏସସିବିର ବରିଷ୍ଠ ସଦସ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ, କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‍ପିଟାଲକୁ ୨ ମହିଳା ରୋଗୀ ଚିକିତ୍ସା ହେବାକୁ ଆସି ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଚିକିତ୍ସା କରାଉଥିବା ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ପୀଡିତା । ଡାକ୍ତରଙ୍କ ଏପରି କାଣ୍ଡକୁ ନେଇ ଉତ୍ୟକ୍ତ ପରିବାର ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସମ୍ପୃକ୍ତ ଡାକ୍ତର ଆଇସିୟୁରେ ଚିକିତ୍ସାଧୀନ ଥିଲେ । କଟକ ମଙ୍ଗଳାବାଗ ଥାନାରେ ହୋଇଥିବା ଏତଲା ଅନୁସାରେ ଗତ ଶୁକ୍ରବାର ଦିନ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଦୁଇଜଣ ମହିଳା ହୃଦରୋଗ ବିଭାଗକୁ ଆସିଥିଲେ। ତାଙ୍କର ଇସିଜି କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ରବିବାରଦିନ ସେମାନେ ଇସିଜି ପାଇଁ ସମ୍ପୃକ୍ତ ବିଭାଗରେ ପହଞ୍ଚିବା ପରେ ତାଙ୍କର ଇସିଜି କରିଥିଲେ। ଏହି ସମୟରେ ସମ୍ପୃକ୍ତ ଦୁଇ ମହିଳାଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏଥିନେଇ ଏମାମଲା ରୁଜୁ ହୋଇଥିବା  ଅତିରିକ୍ତ ଏସ୍‍ପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ମାମଲାକୁ ଭିତ୍ତିକରି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୁଲିସ ଏନେଇ ତଦନ୍ତ କରୁଛି। ଆବଶ୍ୟକ ସ୍ଥଳେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବ। ଅପରପକ୍ଷେ  ପୀଡ଼ିତାଙ୍କ ସମ୍ପର୍କୀୟ ତଥା ଏସ୍‍ସିବିରେ ଜୁନିୟର ଡାକ୍ତର ଭାବେ କାର୍ଯ୍ୟ କରୁଥିବା କିଛି ଡାକ୍ତର ଏକାଠି ହୋଇ ସଂଘବଦ୍ଧ ଭାବେ ସମ୍ପୃକ୍ତ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ଼ ମାରିବା ହେତୁ ସେ ଆହତ ହୋଇ ଏବେ ଆଇସିୟୁରେ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି। ଏ ନେଇ ଏକ ପାଲଟା ଅଭିଯୋଗ ମଧ୍ୟ ମଙ୍ଗଳାବାଗ ଥାନାରେ ଦାୟର କରାଯାଇଛି।

Also Read- Lucky Zodiac Sign: ୧୪ ଅଗଷ୍ଟରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Singh Sankranti 2024: ସିଂହ ସଂକ୍ରାନ୍ତିରେ କରନ୍ତୁ ଏହି କାମ, ଜୀବନରେ ଭରିଯିବ ସୁଖ ସମୃଦ୍ଧି

Read More
{}{}