Home >>Odisha State

Naveen Patnaik: ନବୀନ ନିବାସରୁ ଉଠିଲା ପୁଲିସ କ୍ୟାମ୍ପ, ସର୍ବସାଧାରଣଙ୍କ ପାଇଁ ପୁଣି ଖୋଲିପାରେ ରାସ୍ତା

କିନ୍ତୁ ହଠାତ୍‍ ଆଜି ଏଠାରୁ ସୁରକ୍ଷା ବ୍ୟବସ୍ଥା କାଢ଼ଧି ନିଆଯାଉଥିବାରୁ ଏବେ ଏ ରାସ୍ତା ଖାଁ ଖାଁ ହୋଇଛି। ଏବେ ଏହି ରାସ୍ତାକୁ ପୁଲିଥରେ ସାଧାରଣଙ୍କ ଗମନା ଗମନରେ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଇଛି।

Advertisement
Naveen Patnaik: ନବୀନ ନିବାସରୁ ଉଠିଲା ପୁଲିସ କ୍ୟାମ୍ପ, ସର୍ବସାଧାରଣଙ୍କ ପାଇଁ ପୁଣି ଖୋଲିପାରେ ରାସ୍ତା
Prabhudatta Moharana|Updated: Jun 13, 2024, 02:48 PM IST
Share

Naveen Patnaik: ଭୁବନେଶ୍ୱର: କ୍ଷମତା ଗଲା ପରେ ନବୀନ ପଟ୍ଟନାୟକଙ୍କ ଘରେ ଯୋଗାଇ ଦିଆଯାଉଥିବା କଡ଼ା ସୁରକ୍ଷା ବ୍ୟବସ୍ଥାକୁ ହାଲୁକା କରାଯାଇଛି। ଏଠାରେ ଥିବା ସୁରକ୍ଷା କର୍ମୀଙ୍କ ଅସ୍ଥାୟୀ କ୍ୟାମ୍ପକୁ ମଧ୍ୟ ହଟାଇ ଦିଆଯାଇଛି। ଗତକାଲି କ୍ଷମତା ଗ୍ରହଣ କରିବାର ଗୋଟିଏ ଦିନ ପରେ ନବୀନ ନିବାସ ନିକଟରେ ଥିବା ପୁଲିସ କ୍ୟାମ୍ପ ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଏବେ ଜଣେ ଦୁଇଜଣ ସୁରକ୍ଷା କର୍ମୀ ସେଠାରେ ମୁତ୍ତୟନ ରହିଛନ୍ତି। ପ୍ରୋଟୋକଲ ଅନୁସାରେ ଏଠାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। 

ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରଠାରୁ ସରକାରୀ ବାସଭବନରେ ନରହି ନିଜ ବ୍ୟକ୍ତିଗତ ବାସଭବନରେ ରହିଥିଲେ। ଏହାକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ପୁଲିସ ବିଭାଗ ଯଥେଷ୍ଟ ଉଦ୍ୟମ କରିଥିଲେ। ପୁଲିସ ପକ୍ଷରୁ ନବୀନ ନିବାସର ଆଖପାଖ ଅଞ୍ଚଳରେ ସୁରକ୍ଷା ନିଶ୍ଚିତ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଷ୍ଟ ଓ କ୍ୟାମ୍ପ ଖୋଲାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରି ପୁଲିସ ରହିଥିଲେ। ସମ୍ମୁଖ ରାସ୍ତାକୁ ମଧ୍ୟ ଦଖଲ କରାଯାଇ ଏଠାରେ ପୁଲିସ କର୍ମୀଙ୍କ ଲାଗି ପାଣିଟାଙ୍କି ସ୍ଥାପନ କରାଯାଇଥିଲା।  

ଏଠାରେ ଯାଉଥିବା ପ୍ରତିଟି ଯାତ୍ରୀଙ୍କୁ ଏଠି ଗୋଟିଏ କ୍ଷଣ ରହିବାର ଅନୁମତି ମିଳୁ ନଥିଲା। ପ୍ରାୟ ୨୪ ବର୍ଷ ସମୟ୍ର ଏପରି ଅତିବାହିତ ହେବା ଦ୍ୱାରା ଲୋକେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ ନିବାସ ବୋଲି ଗ୍ରହଣ କରିଥିଲେ। କିନ୍ତୁ ହଠାତ୍‍ ଆଜି ଏଠାରୁ ସୁରକ୍ଷା ବ୍ୟବସ୍ଥା କାଢ଼ଧି ନିଆଯାଉଥିବାରୁ ଏବେ ଏ ରାସ୍ତା ଖାଁ ଖାଁ ହୋଇଛି। ଏବେ ଏହି ରାସ୍ତାକୁ ପୁଲିଥରେ ସାଧାରଣଙ୍କ ଗମନା ଗମନରେ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଇଛି।

Read More
{}{}