Home >>Odisha State

Police misbehave: ଟଙ୍କା ନଦେବାରୁ ଭକ୍ତଙ୍କୁ ପୁଲିସ ବାବୁଙ୍କ ଦୁର୍ବ୍ୟବହାର, ଦେଖନ୍ତୁ ଏହି ଭିଡିଓ...

Police misbehave: ଉତକ୍ଷିପ୍ତ ହୋଇ ପୋଲିସ ବାବୁ ଜଣକ ଜନୈକ ଭକ୍ତ ଓ ତାଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାକୁ ସାଧାରଣରେ ଘୋର ନିନ୍ଦା କରାଯିବା ସହ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

Advertisement
Police misbehave: ଟଙ୍କା ନଦେବାରୁ ଭକ୍ତଙ୍କୁ ପୁଲିସ ବାବୁଙ୍କ ଦୁର୍ବ୍ୟବହାର, ଦେଖନ୍ତୁ ଏହି ଭିଡିଓ...
Priyambada Rana|Updated: Jun 04, 2025, 01:34 PM IST
Share

Police misbehave: ଟଙ୍କା ନଦେବାରୁ ଭକ୍ତଙ୍କୁ ପୁଲିସ ବାବୁଙ୍କ ଦୁର୍ବ୍ୟବହାର। ମଙ୍ଗଳବାର ଏଭଳି ଅଭାବନୀୟ ଘଟଣା ପଶ୍ଚିମଦ୍ବାର ନିକଟରେ ଘଟିଛି। ଜଣେ ଭକ୍ତ ଓ ତାଙ୍କ ପରିବାର ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ପୋଲିସ ବାବୁ ଜଣକ ଉତକ୍ଷିପ୍ତ ହୋଇ ଜଣଙ୍କୁ ଟାଣିଟାଣି ଥାନାକୁ ନେବାକଥା କହି ଖରାପ ବ୍ୟବହାର ଦେଖାଇଥିଲେ। ତାଙ୍କ ପତ୍ନୀ ଓ ତାଙ୍କ କୁନି ଝିଅଙ୍କ ଆକୁଳ ନିବେଦନ ସତ୍ତ୍ୱେ ସମ୍ପୃକ୍ତ ପୋଲିସ ବାବୁ ଜଣକ କଥା ଶୁଣିନଥିଲେ କି ତାଙ୍କ ହୃଦୟ ମଧ୍ୟ ତରଳି ନଥିଲା। ଭଲକରି ଦେଖନ୍ତୁ ଏହି ଭିଜୁଆଲ୍କୁ। କିଭଳି ଜଣେ ସୁରକ୍ଷାକର୍ମୀ ଜନୈକ ଭକ୍ତଙ୍କୁ ଧକ୍କା ଦେବାସହ ଟାଣିଟାଣି ନେଉଛନ୍ତି ଓ ଭଲକରି ଶୁଣନ୍ତୁ ଏହି କୁନି ଝିଅର କାନ୍ଦ ବୋବାଳିକୁ। 

ସୂଚନା ଅନୁସାରେ ଜନୈକ ଭକ୍ତଙ୍କ ଆଗରେ ଠିଆ ହୋଇଥିବା ଆଉ ଜଣେ ଭକ୍ତ ବ୍ୟାରିକେଡ୍ ରେ ଯିବା ପରିବର୍ତ୍ତେ ପୋଲିସ ବାବୁଙ୍କୁ ହାତଗୁଞ୍ଜା ଦେଇ ମନ୍ଦିର ଭିତରକୁ ଯାଇଥିଲେ। ଏହା ଦେଖି ଦୁର୍ବ୍ୟବହାରର ଶିକାର ହୋଇଥିବା ଭକ୍ତ ମଧ୍ୟ ଭିତରକୁ ଯିବାକୁ ଉଦ୍ୟମ କରିବାରୁ ତାଙ୍କୁ ସୁରକ୍ଷାକର୍ମୀ ମାନେ ବାରଣ କରିଥିଲେ। କିନ୍ତୁ ଅନ୍ୟ ଭକ୍ତ ଜଣକ ହାତଗୁଞ୍ଜା ଦେଇ ଲାଇନ୍ ରେ ନଯାଇ ସିଧାସଳଖ ମନ୍ଦିର ଭିତରକୁ କେମିତି ଗଲେ ବୋଲି ପ୍ରଶ୍ନ କରିଥିଲେ ଓ ଆମକୁ ମଧ୍ୟ ଛାଡନ୍ତୁ ବୋଲି ପୋଲିସ ବାବୁଙ୍କୁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ବାବୁ ଜଣକ ଜନୈକ ଭକ୍ତ ଓ ତାଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାକୁ ସାଧାରଣରେ ଘୋର ନିନ୍ଦା କରାଯିବା ସହ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

Read More
{}{}