Hindi News >>Home >>Odisha State

ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ଚଢ଼ଉ, ଦେଶୀ ମଦ ଭାଟି ଠାବ

Police raid : ତେବେ ପ୍ରଶ୍ନ ଉଠୁଛି ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢାଉ କରୁଥିଲେ ବି ଏତେ ପରିମାଣର ମଦ କିଭଳି ପ୍ରସ୍ତୁତ ହେଉଛି ? କାହିଁକି ଚେତୁ ନାହାଁନ୍ତି ମଦ ବ୍ୟବସାୟୀ ? ସେପଟେ ଚିକିଟି ମଦ ମୃତ୍ୟୁ ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବେଆଇନ ମଦ ଭାଟିରେ ଚଢାଉ କରାଯାଇ ଦେଶୀ ମଦ ଜବତ କରାଯିବା ସହ ମଦ ମାଫିଆଙ୍କୁ ଗିରଫ କରାଯାଉଛି। 

Advertisement
ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ଚଢ଼ଉ, ଦେଶୀ ମଦ ଭାଟି ଠାବ
Zee Odisha Desk|Updated: Oct 10, 2024, 11:01 AM IST
Share

ଭୁବନେଶ୍ଵର: ଅବକାରୀ ବିଭାଗ ପକ୍ଷରୁ ପୁଣି ଭୁବନେଶ୍ଵର ସ୍ଥିତ ସାଲିଆ ସାହିରେ ଚଢ଼ଉ କରାଯାଇଛି। ସାଲିଆସାହି ନୀଳଚକ୍ର ନଗରରେ ଅବକାରୀ ଟିମ ଚଢ଼ଉ କରି ଦେଶୀ ମଦ ଭାଟିକୁଠାବ କରିବା ସହ ଶହ ଶହ ଲିଟର ଦେଶୀ ମଦ ଜବତ ଓ ପୋଚ ନଷ୍ଟ କରିଛି। ଚଢଉ ବେଳେ ୬ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ଅନ୍ୟ ଜଣେ ଫେରାର ହୋଇଛି। ତେବେ ପୁଲିସ୍ ଘଟଣାସ୍ଥଳରେ ଚଢଉ ଜାରି ରଖିଛି। ଅନ୍ୟପଟେ ସାଲିଆ ସାହିରେ ଗତ ଅଗଷ୍ଟ ମାସ ୨୯ତାରିଖରେ ଇଡ୍‌କୋ ଓ ନୀଳଚକ୍ରନଗର ବସ୍ତିରେ ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ଥିଲା। ରେଡ୍ ବେଳେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୪ ଜଣ ଫେରାର୍ ହୋଇଯାଇଥିଲେ। ୮ ହଜାର ଲିଟର ପୋଚ ଓ ୨ ହଜାର ଲିଟର ମଦ ନଷ୍ଟ କଲା ଅବକାରୀ ବିଭାଗ। 

ତେବେ ଦେଶୀ ମଦର ହବ୍ ପାଲଟିଛି ଭୁବନେଶ୍ଵର ସାଲିଆସାହି। ଯେତେ ଚଢାଉ ହେଉଛି ସେତିକି ମଦ ଭାଟି ଠାବ ହେଉଛି। ସୁଡ଼ଙ୍ଗ ଭିତରେ ଚାଲିଛି ମଦ ପ୍ରସ୍ତୁତି। ତେବେ ପ୍ରଶ୍ନ ଉଠୁଛି ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢାଉ କରୁଥିଲେ ବି ଏତେ ପରିମାଣର ମଦ କିଭଳି ପ୍ରସ୍ତୁତ ହେଉଛି ? କାହିଁକି ଚେତୁ ନାହାଁନ୍ତି ମଦ ବ୍ୟବସାୟୀ ? ସେପଟେ ଚିକିଟି ମଦ ମୃତ୍ୟୁ ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବେଆଇନ ମଦ ଭାଟିରେ ଚଢାଉ କରାଯାଇ ଦେଶୀ ମଦ ଜବତ କରାଯିବା ସହ ମଦ ମାଫିଆଙ୍କୁ ଗିରଫ କରାଯାଉଛି। 

ଅଧିକ ପଢନ୍ତୁ...

ଖୋଲିଲା ଶିମିଳିପାଳ, ପର୍ଯ୍ୟଟକ ଏଥର ଜଙ୍ଗଲ ସଫାରୀର ମଜା ନେବେ

https://zeenews.india.com/hindi/zeeodisha/state-news/shimilipal-sanctuary-opened-tourists-will-enjoy-jungle-safari-for-the-first-time/2466897

 

Read More
{}{}