Hindi News >>Home >>Odisha State

ବ୍ରହ୍ମପୁରରେ ନକଲି ନଢ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ଉ

Police raid: ଚଢ଼ାଉରେ ବିପୁଳ ପରିମାଣର ତେଲ, ମେସିନ, ଡବା, ଲିକ୍ୱିଡ ପାରାଫିନ ସହ ଅନ୍ୟାନ୍ୟ ପୋଡ଼ା ତେଲ, କାଗଜପତ୍ର ଆଦି ଜିନିଷ ଜବତ କରିଛି ପୁଲିସ। ତଦନ୍ତ ଜାରି ରହିଛି।

Advertisement
ବ୍ରହ୍ମପୁରରେ ନକଲି ନଢ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ଉ
Zee Odisha Desk|Updated: Sep 16, 2024, 09:38 AM IST
Share

ବ୍ରହ୍ମପୁର: ବ୍ରହ୍ମପୁର ବଡବଜ଼ାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚତୁର୍ଥ ଲାଇନରେ ଚାଲିଥିବା ନକଲି ନଢ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ପୁଲିସ ଚଢ଼ଉ କରିଛି। କଲିକତାର ସାଲିମାର ନଡ଼ିଆ ତେଲ କମ୍ପାନୀ ଅଭିଯୋଗ ପରେ ପୁଲିସ ପକ୍ଷରୁ ଚଢ଼ାଉ ଜାରି ହୋଇଥିଲା। ସାଲିମର ନଡ଼ିଆ ତେଲର ଅବିକଳ ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାମକ ନଡ଼ିଆ ତେଲ ପ୍ରସ୍ତୁତ କରି ବଜ଼ାରରେ ବିକ୍ରୀ କରୁଥିଲେ। ଚଢ଼ାଉରେ ବିପୁଳ ପରିମାଣର ତେଲ, ମେସିନ, ଡବା ଜବତ କରିଛି ପୁଲିସ। 

ଚଢ଼ାଉରେ ବିପୁଳ ପରିମାଣର ତେଲ, ମେସିନ, ଡବା, ଲିକ୍ୱିଡ ପାରାଫିନ ସହ ଅନ୍ୟାନ୍ୟ ପୋଡ଼ା ତେଲ, କାଗଜପତ୍ର ଆଦି ଜିନିଷ ଜବତ କରିଛି ପୋଲିସ। ତଦନ୍ତ ଜାରି ରହିଛି। ଗତ କିଛି ବର୍ଷ ଧରି ଏପରି ନକଲି ଅପମିଶ୍ରିତ ତେଲ ବଜାରକୁ ଛାଡ଼ୁଥିବା ଏକ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି ପୁଲିସ୍‌। ବ୍ରହ୍ମପୁର ବଡ଼ବଜାରରେ ଏକ ଛୋଟ ଘରେ ପ୍ରସ୍ତୁତ ହେଉଥିଲା ଏହି ଅପମିଶ୍ରିତ ତେଲ। ବ୍ରାଣ୍ଡ, ଟ୍ରେଡ ମାର୍କ, ଅକ୍ଷର ଓ ଅନ୍ୟାନ୍ୟ ବିକ୍ରି ସମ୍ବନ୍ଧିତ ତଥ୍ୟ ଲୁଚାଇବା ଅଭିଯୋଗରେ ଚଢ଼ାଉ ହୋଇଥିଲା।

Read More
{}{}