Hindi News >>Home >>Odisha State

ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବ, କେତେ ବେଗରେ ହେବ ପବନ ? ପାଣିପାଗ ବିଭାଗ ଦେଲା ତଥ୍ୟ...

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସୂଚନାରେ କୁହାଯାଇଛି ଯେ, ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୦୦ ରୁ ୧୧୦ କି.ମି ଭିତରେ ରହିପାରେ ।

Advertisement
ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବ, କେତେ ବେଗରେ ହେବ ପବନ ? ପାଣିପାଗ ବିଭାଗ ଦେଲା ତଥ୍ୟ...
Soubhagya Ranjan Mishra|Updated: Oct 22, 2024, 04:12 PM IST
Share

ଭୁବନେଶ୍ୱର: ଧିରେ ଧିରେ ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା 'ଦାନା' । କାଲି ବାତ୍ୟାର ରୂପ ନେବା ପରେ ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ। ପ୍ରଭାବରେ ରାଜ୍ୟ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସୂଚନାରେ କୁହାଯାଇଛି ଯେ, ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୦୦ ରୁ ୧୧୦ କି.ମି ଭିତରେ ରହିପାରେ ।

ପାଣିପାଗ ବିଭାଗ ଅନୁଯାୟୀ, ଗଭୀର ଅବପାତରେ ପରିଣତ ହେବା ପରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ପବନର ବେଗ ଅଧିକ ହେବାକୁ ଲାଗିବ । ମଙ୍ଗଳବାର ରାତିରେ ପବନ ବେଗ ଘଣ୍ଟାପ୍ରତି ୫୦ରୁ ୬୦ ମଧ୍ୟରେ ରହିବ । ବାତ୍ୟାରେ ପରିଣଚ ହେବା ପରେ ବୁଧବାର ଦିନ ପବନର ବେଗ ଘଣ୍ଟାକୁ ୮୦ରୁ ୯୦ ମଧ୍ୟରେ ରହିବ । ୨୪ ତାରିଖ ତଥା ଗୁରବାର ଦିନ ପବନର ବେଗ ୯୦ରୁ ୧୦୦ କିମି ମଧ୍ୟରେ ରହିବ । ବାତ୍ୟା ଲ୍ୟାଣ୍ଡଫଳ ସମୟରେ ପବନର ବେଗ ଘଣ୍ଟାକୁ ୧୦୦ରୁ ୧୧୦ ପର୍ଯ୍ୟନ୍ତ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ଲ୍ୟାଣ୍ଡଫଳ କରିବା ପରେ ପବନର ବେଗ ଧିରେ ଧିରେ କମିବାକୁ ଲାଗିବ ।

ସୂଚନାଯୋଗ୍ୟ, ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଟିମ୍ ମୁତୟନ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅଵଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ଅନ୍ୟପଟେ, କଟକ ମହାନଗର ନିଗମ ତାର ବାତ୍ୟା ସୁରକ୍ଷା ବ୍ୟବସ୍ଥା  ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲା। ଏହି ବୈଠକରେ ସମସ୍ତ ୱାର୍ଡର କର୍ପୋରେଟର, ସିଏମ୍ ସି ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।ପ୍ରସ୍ତୁତି ନେଇ ତଥ୍ୟ ରଖିଲେ  CMC ମେୟର ଶ୍ରୀଯୁକ୍ତ ସୁବାସ ସିଂ ଓ କମିଶନର ଅନାମ ଚରଣ ପାତ୍ର। କଟକର ତଳିଆ ଅଞ୍ଚଳ ତଥା ଜଳବନ୍ଦୀ ସମ୍ଭାବନା ଥିବା ପଏଣ୍ଟ ଗୁଡ଼ିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ୱାର୍ଡ ର କର୍ପୋରେଟରମାନଙ୍କୁ କୁହାଯାଇଛି। ସେହିଭଳି ୮୧ ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। 

Also Read- ରିଚାର ଚକ୍ରାନ୍ତରୁ ବଞ୍ଚି କଣ ପୁଣି ମିଶିପାରିବେ ଅକ୍ଷୟ ଓ ଲକ୍ଷ୍ମୀ ? ଜାଣିବାକୁ ଦେଖନ୍ତୁ ‘ତୁମ ବିନା’

Also Read- Lucky Zodiac Sign: ୨୨ ଅକ୍ଟୋବରରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Read More
{}{}