Home >>Odisha State

Potato Crisis: ଆଜୁ କେଜି ଛୁଇଁଲା ୬୦! ଚିନ୍ତାରେ ଖାଉଟି

Potato Crisis: ରାଜ୍ୟରେ ଏବେ ପୁଣି ଆଳୁ ସଙ୍କଟ ଦେଖାଦେଇଛି।  ବଜାରରେ ମିଳୁନି ଆଳୁ । ଆଉ ଯେଉଁଠାରେ ବି ଆଳୁ ମିଳୁଛି ତାହା ପୁଣି ଦର ୬୦ ଉପରେ ରହିଛି। 

Advertisement
Potato Crisis: ଆଜୁ କେଜି ଛୁଇଁଲା ୬୦! ଚିନ୍ତାରେ ଖାଉଟି
Narmada Behera|Updated: Aug 07, 2024, 01:22 PM IST
Share

Potato Crisis: ରାଜ୍ୟରେ ଏବେ ପୁଣି ଆଳୁ ସଙ୍କଟ ଦେଖାଦେଇଛି।  ବଜାରରେ ମିଳୁନି ଆଳୁ । ଆଉ ଯେଉଁଠାରେ ବି ଆଳୁ ମିଳୁଛି ତାହା ପୁଣି ଦର ୬୦ ଉପରେ ରହିଛି। ଟ୍ବିନସିଟିରେ ଆଳୁ ଗୋଦାମ୍ ଖାଲି ରହିଛି। କଟକ ଛତ୍ର ବଜାରରକୁ ବି ଆସୁନି ଆଳୁ ବୋଝେଇ ଟ୍ରକ୍ । କଟକରେ ଆଳୁ କେଜି ୬୦ ରହିଥିବା ବେଳେ ଭୁବନେଶ୍ବରରେ ଦର ୫୦ ରହିଛି।  ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ସରକାର ୟୁପିରୁ ସରକାର ଆଳୁ ଆଣୁଛନ୍ତି। ୟୁପିରୁ ଯଥେଷ୍ଟ ପରିମାଣର ଆଳୁ ଟ୍ରକ୍ ପହଞ୍ଚୁ ନଥିବା ଅଭିଯୋଗ ହୋଇଛି। ଆଳୁ ପାଇଁ ଆଉ ଏବେ ପଞ୍ଜାବ ମୁହାଁ ହୋଇଛନ୍ତି ରାଜ୍ୟ ସରକାର। 

ALSO READ: Gold Price Today: ପୁଣି ଖସିଲା ସୁନା ରେଟ୍, ୪୫ ହଜାର ତଳେ ସୁନା ଦର

ଗତ ତିନିଦିନ ହେଲାଣୀ ଆଳୁ ଗାଡି଼ ପହଞ୍ଚି ନ ଥିବାରୁ ଗୋଦାମ୍ ଖାଲି ପଡିଛି। ଫଳରେ ରାଜ୍ୟରେ ଆଳୁ ସ୍ଥିତି ଏବେ ଗମ୍ଭୀର ରହିଛି। ସେପଟେ, ଯୋଗାଣ ମନ୍ତ୍ରୀ କହିଛନ୍ତୁ ସ୍ଥିତି ଖୁବ୍ ଶିଘ୍ର ସ୍ବାଭାବିକ୍ ହେବ। ଏବଂ କଳାବଜାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ, ଉତ୍ତରପ୍ରଦେଶ ଆଳୁକୁ ନେଇ ଏବେ ଖୁଚୁରା ବ୍ୟବସାୟୀ ଓ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି। ଅଭିଯୋଗ ହେଉଛି ଯେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଖୁବଶୀଘ୍ର ପଚିଯାଉଛି। କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖୋଦ ଯୋଗାଣ ମନ୍ତ୍ରୀ। ସେ କହିଛନ୍ତି କି ୟୁପି ଆଳୁ ଭଲ କ୍ୱାଲିଟିର ଅଟେ।

Read More
{}{}