ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଗସ୍ତ ସମୟରେ ବାଲେଶ୍ୱର ଏଫଏମ କଲେଜ୍ ଛାତ୍ରୀଙ୍କୁ ଏମ୍ସରେ ଭେଟିଛନ୍ତି । ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍କୁ ଯାଇ ଭେଟିଥିବା ସୂଚନା ମିଳିଛି । ଏମ୍ସ ଭୁବନେଶ୍ୱର ସମାବର୍ତ୍ତନ ସମାରୋହ ପରେ ଛାତ୍ରୀଙ୍କ ନିକଟରେ ପହଞ୍ଚିଥିଲେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଥିଲେ ଯେ, ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଆହୁରି ଖୁସି । ମା, ଭଉଣୀ ହେଉଛନ୍ତି ସେବାର ପ୍ରତୀକ । ଝିଅମାନେ ଅଧିକରୁ ଅଧିକ ଡାକ୍ତର ହେଲେ ସେବା କାର୍ଯ୍ୟ ଜୋରଦାର ହେବ । ଗୁଣାତ୍ମକ ଚିକିତ୍ସା ଯୋଗୁଁ ଦେଶ ଅନେକ ରୋଗୀ ଦେଶ ବାହାରୁ ଚିକିତ୍ସା ପାଇଁ ଏମ୍ସ କୁ ଆସୁଛନ୍ତି । ଗତ ୧୦ ବର୍ଷରେ ୧୦ ଲକ୍ଷ ଲୋକ ଏମ୍ସରେ ଚିକିତ୍ସିତ ହୋଇଛନ୍ତି । ମୋର ବାଲ୍ୟବସ୍ଥା ଗାଁରେ କଟିଛି, ଗାଁରେ ଲୋକେ ଡାକ୍ତରଙ୍କୁ ଭଗବାନ ମାନନ୍ତି । ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ । ଡାକ୍ତରୀ ସେବାର ଅନ୍ତ ନାହିଁ, ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେବା ଯୋଗାଇବେ । ଏହା ୧୦ରୁ ୫ ଡ୍ୟୁଟି ନୁହେଁ ବରଂ ସବୁବେଳେ କାମ କରିବାକୁ ହେବ । ଆଉ ଏଥିରୁ ଆପଣଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳିବ ଏହାର ତୁଳନା ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି ।
Also Read- Gold Rate: ରୂପା ୫ ହଜାର ଟଙ୍କା ବୃଦ୍ଧି ପାଇ ନୂଆ ରେକର୍ଡ ଗଲା, ଜାଣନ୍ତୁ ସୁନା ଦାମ କେତେ
Also Read- ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ