Pm Odisha Visit: ଓଡି଼ଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେ ସିଧା ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ମୋଦି ବିମାନ ବନ୍ଦରରେ ପହଞ୍ଚିବା ସମୟରେ, ଓଡ଼ିଶାର ଅନେକ ସାଂସଦଙ୍କ ସମେତ ଓଡ଼ିଶାର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ରହିଥିଲେ।
ALSO READ : Odisha News: ଆଜି ସମ୍ବଲପୁର ଆସୁଛନ୍ତି ମୋଦି, ପଶ୍ଚିମ ଓଡି଼ଶାବାସୀଙ୍କୁ ଏତିକି କୋଟିର ପ୍ରକଳ୍ପ ଦେବେ ଭେଟି
ସମ୍ୱଲପୁରରେ ନିର୍ମିତ ଆଇଆଇଏମ୍ (Sambalpur IIM) ସ୍ଥାୟୀ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇଆଇଏମ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହାସହ ସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି। ମୋଦିଙ୍କ ପଶ୍ଚିମଓଡ଼ିଶା ଗସ୍ତ ପାଇଁ ସମ୍ପୂର୍ଣ୍ଣ ଓଡ଼ିଶା ଉତ୍ସବ ମୁଖର ହୋଇପଡିଛି।