Home >>Odisha State

utkarsh odisha: ଉତ୍କର୍ଷ ଓଡ଼ିଶା; ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା; ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଶୁଭାରମ୍ଭ କରିଛନ୍ତି । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଓଡ଼ିଶାରେ ନିବେଶ ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ସବୁ ନିବେଶକଙ୍କୁ

Advertisement
utkarsh odisha: ଉତ୍କର୍ଷ ଓଡ଼ିଶା; ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
Prabhudatta Moharana|Updated: Jan 28, 2025, 02:35 PM IST
Share

utkarsh odisha: ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା; ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଶୁଭାରମ୍ଭ କରିଛନ୍ତି । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଓଡ଼ିଶାରେ ନିବେଶ ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ସବୁ ନିବେଶକଙ୍କୁ ମୁଁ ଆହ୍ବାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତବ୍ୟ ମୁଁ ଦୋହରାଇବାକୁ ଚାହୁଁଛି । ୟେ ହି ସମୟ ହେ, ସହି ସମୟ ହେ । ଓଡ଼ିଶାର ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ନୂଆ ଉଚ୍ଚତା ପ୍ରଦାନ କରିବା । ଏହା ମୋଦୀ ଗ୍ୟାରେଣ୍ଟି ଅଟେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି।  

ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ବିଶ୍ବବ୍ୟାପୀ ଭାରତକୁ ବୁଝିବା ପାଇଁ, ଜାଣିବା ପାଇଁ ଉତ୍ସୁକତା ବଢ଼ିଛି ।  ଓଡ଼ିଶାରେ ପ୍ରବଳ ସମ୍ଭାବନା ଭରି ରହିଛି । ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗେଇନେବାର ପ୍ରୟାସ ଆରମ୍ଭ କରିଛନ୍ତି। ସବୁ କ୍ଷେତ୍ରରେ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ ମଧ୍ୟରେ ସାମିଲ ହେବାକୁ ଦ୍ରୁତ ବେଗରେ ଆଗକୁ ହାତୀ କରୁଛି । ବିଶେଷ କରି ଗ୍ରୀନ ଏନର୍ଜି, ଗ୍ରୀନ ହାଇଦ୍ରୋଜେନ୍ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି । ପେଟ୍ରୋ, ପେଟ୍ରୋକେମିକଲ୍ସ ଶିଳ୍ପର ବିକାଶ ଏବଂ ବିସ୍ତାର ପାଇଁ ରାଜ୍ୟ ସରକାର ଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି।  ପାରାଦୀପ ଏବଂ ଗୋପାଳପୁରରେ ଏଥିପାଇଁ ସ୍ଵତନ୍ତ୍ର ପ୍ରକଳ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ଲଜିଷ୍ଟିକ ଖର୍ଚ୍ଚ କମ କରିବା ପାଇଁ ବିଭିନ୍ନ ବନ୍ଦରକୁ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ସହ ଯୋଡ଼ାଯାଉଛି। ପୁରୁଣା ବନ୍ଦର ଗୁଡ଼ିକର ନବୀକରଣ କରାଯାଉଛି । ନୀଳ ଅର୍ଥନୀତି କ୍ଷେତ୍ରରେ ଆଗାମୀ ଦିନରେ ଅଗ୍ରଣୀ ରାଜ୍ୟ ମଧ୍ୟରେ ସାମିଲ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୫ର ଆରମ୍ଭ ସମୟରେ ଜାନୁଆରିରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ପୂର୍ବ ସରକାର ତୁଳନାରେ ଏଥର ୬ଗୁଣା ଅଧିକ ନିବେଶକ ସାମିଲ ହୋଇଥିବା ଜାଣି ମୁଁ ଖୁସି। ଏଥିଲାଗି ମୁଁ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରାୟ ୩୦ ଥର ଓଡ଼ିଶା ଆସି ସାରିଛି 
 ଏହା ଓଡ଼ିଶା ବାସୀଙ୍କ ପ୍ରତି ମୋ ଭଲପାଇବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସମ୍ମିଳନୀର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଚ ଉପରେ ସ୍ବାଗତ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିଥିବା ବେଳେ ଓଡ଼ିଶା ଏବଂ ଭାରତର ଶିଳ୍ପ ଅଭିବୃଦ୍ଧି ଏବଂ ସମ୍ଭାବନାକୁ ନେଇ ବିଭିନ୍ନ ଭିଡିଓ ପ୍ରଦର୍ଶିତ ହୋଇଥିଲା ।

Read More
{}{}