ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି। ଏହା ପରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଛନ୍ତି। ଭୁବନେଶ୍ବରର ଜନତା ମୈଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜ ଉଦବୋଧନ ରଖିଛନ୍ତି ଆଉ କହିଛନ୍ତି ଯେ ,ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ୱାଗତ। କିଛି ଦିନ ପରେ କୁମ୍ଭମେଳା ହେବାକୁ ଯାଉଛି। ଦେଶରେ ସବୁଠି ଏବେ ଉତ୍ସବର ମାହୋଲ ରହିଛି। ଓଡିଶାରେ ପାଦେ ପାଦେ ଆମ ଐତିହ୍ୟର ଦର୍ଶନ ହୋଇଥାଏ। ଉଦୟଗିରି ଖଣ୍ଡଗିରିର ଗୁମ୍ଫା ହେଉ, କି କୋଣାର୍କର ସୂର୍ଯ୍ୟ ମନ୍ଦିର ହେଉ ଏହା ଦେଖି ସମସ୍ତେ ଗର୍ବରେ ଫୁଲି ଉଠନ୍ତି। ଓଡିଶାରେ ଆମ ବଣିକ ଲମ୍ୱା ସମୁଦ୍ର ଯାତ୍ରା କରି ବାର୍ଲି, ସୁମାତ୍ରା ଏମିତି ସ୍ଥାନକୁ ଯାଉଥିଲେ। ସେହି ସ୍ମୃତିରେ ଆଜି ବି ଓଡିଶାରେ ବାଲିଯାତ୍ରା ଆୟୋଜନ ହେଉଛି। ଏହି ଓଡିଶାରେ ଧଉଳି ଅଛି, ଯାହା ଶାନ୍ତିର ପ୍ରତୀକ। ଯେତେବେଳେ ଖଣ୍ଡାର ଧାରରେ ସାମ୍ରାଜ୍ୟ ବଢାଯାଉଥିଲା।
କେବଳ ୧୦ ବର୍ଷରେ ଭାରତ ବିଶ୍ୱର ଦଶମ ବୃହତ୍ତ ଅର୍ଥନୀତିରୁ ଉପରକୁ ଉଠି ପଞ୍ଚମ ବୃହତ୍ତ ଅର୍ଥନୀତି ହୋଇପାରିଛନ୍ତି। ସେ ଦିନ ଦୂର ନୁହେଁ ଯେବେ ଭାରତ ଦୁନିଆର ତୃତୀୟ ବୃହତ୍ତ ଅର୍ଥନୀତି ହେବ। ଆଜି ଯେତେବେଳେ ଭାରତର ଚନ୍ଦ୍ରାୟନ ଶିବଶକ୍ତି ପଏଣ୍ଟରେ ପହଞ୍ଚୁଛି ସେତେବେଳେ ଆମେ ଗର୍ବ ଅନୁଭବ କରୁ। ଦୁନିଆ ଯେତେବେଳେ ଡିଜିଟାଲ ଇଣ୍ଡିଆର ଶକ୍ତି ଦେଖି ଚମକି ଯାଉଛି ସେତେବେଳେ ଆମେ ଗର୍ବିତ ହେଉଛି। ଆଜି ଭାରତର ପ୍ରଗତିର ଗତି ସବୁ ରେକର୍ଡ ଭାଙ୍ଗୁଛି। ଆଜି ଭାରତ ମେଡଇନ ଇଣ୍ଡିଆ ଫାଇଟର ଜେଟ ତିଆରି କରୁଛି।
ଖୁବ୍ ଶୀଘ୍ର ବିଶ୍ବରେ ତୃତୀୟ ସର୍ବବୃହତ୍ ଅର୍ଥନୀତି ହେବ। ଆଜି ପ୍ରତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଆକାଶଛୁଆଁ। ଦେଶର ପ୍ରଗତିର ଗତି ରେକର୍ଡ ଭାଙ୍ଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଦେଶରେ ଫାଇଟର ଜେଟ୍ ନିର୍ମାଣ ହେଉଛି ବୋଲି ଉଦବୋଧନ ଦେଇଛନ୍ତି। ବିକାଶ ଓ ପରମ୍ପରାର ମନ୍ତ୍ରରେ ଚାଲୁଛି ଆଜିର ଭାରତ। ବଡ଼ ବଡ଼ ସହର ଭାରତର ପରିଚୟ ନୁହେଁ। ଛୋଟ ଛୋଟ ସହର ଓ ଗାଁ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଭାରତର ବିକାଶରେ ଆପଣଙ୍କ ଯୋଗଦାନ ପ୍ରଶଂସା ଯୋଗ୍ୟ। ଯୋଗଦାନ ବିକଶିତ ଭାରତ ଯାତ୍ରାକୁ ଆହୁରି ଶକ୍ତି ଦେବ। ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ। ପ୍ରବାସୀ ଭାରତୀୟଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ। ମେଡ ଇନ ଇଣ୍ଡିଆ ସାମଗ୍ରୀ କ୍ରୟ କରିବାକୁ ଅପିଲ କରିଛନ୍ତି ମୋଦୀ। ମା’ଙ୍କ ନାମରେ ଗୋଟେ ଗଛ ଲଗାଇବାକୁ ଅପିଲ।