Hindi News >>Home >>Odisha State

Accident News: କଟକରେ ସ୍କୁଲ ବସକୁ ପିଟିଲା ବସ, ୧୦ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

କଟକ: ସ୍ଥାନୀୟ ଖାନନଗର ଟ୍ରାଫିକ ପୋଷ୍ଟରେ ଏକ ସ୍କୁଲ ବସକୁ ଧକ୍କା ଦେଇଛି ବେସରକାରୀ ବସ। ଏହି ଦୁର୍ଘଟଣା ପ୍ରାୟ ୧୦ ଜଣ ଛାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ଘଟଣାସ୍ଥଳରୁ ଯାତ୍ରୀବାହୀ ବସଟି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।  ସେପଟେ ଘଟଣା ସମ୍ପର

Advertisement
Accident News: କଟକରେ ସ୍କୁଲ ବସକୁ ପିଟିଲା ବସ, ୧୦ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି
Prabhudatta Moharana|Updated: Oct 29, 2024, 09:53 AM IST
Share

Accident News: କଟକ: ସ୍ଥାନୀୟ ଖାନନଗର ଟ୍ରାଫିକ ପୋଷ୍ଟରେ ଏକ ସ୍କୁଲ ବସକୁ ଧକ୍କା ଦେଇଛି ବେସରକାରୀ ବସ। ଏହି ଦୁର୍ଘଟଣା ପ୍ରାୟ ୧୦ ଜଣ ଛାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ଘଟଣାସ୍ଥଳରୁ ଯାତ୍ରୀବାହୀ ବସଟି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। 

ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଏକ ଘରୋଇ ସ୍କୁଲ ବସ କିଛି ଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିଲା। ମାତ୍ର ଖାନନଗର ଟ୍ରାଫିକ ଛକ ନିକଟରେ ପଛରୁ ଦୃତ ବେଗରେ ଆସୁଥିବା ଏକ ଯାତ୍ରୀବାହୀ ବସ ସ୍କୁଲ ବସକୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାରେ ୧୦ ଛାତ୍ରୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ଛାତ୍ରୀଙ୍କୁ ଧରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। 

ଏହା ଦେଖି ଦୁର୍ଘଟଣା ଘଟାଇଥିବା ବସଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲେକୋ ତୁରନ୍ତ ଆହତ ଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥି ସହିତ ସିସିଟିଭି ଫୁଟେ ଆଧାରରେ ଦୁର୍ଘଟଣା ଘଟାଇଥିବା ବସକୁ ଧରିବାକୁ ଚେଷ୍ଟା ଚଳାଇଛି। 

Read More
{}{}