Hindi News >>Home >>Odisha State

Odisha News: ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ହେଲେ ଓଏସ୍ଓୟୁର କୁଳପତି

୨୦୧୫ ମାର୍ଚ୍ଚରେ ବିପିୟୁଟିର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କାର୍ଯ୍ୟକାଳ ଶେଷ ପୂର୍ବରୁ ୨୦୧୭ ସେପ୍ଟେମ୍ବରରେ ଇସ୍ତଫା ଦେଇଥିଲେ। ବିବାଦ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଜୋରଦାର ବିରୋଧ ଯୋଗୁଁ ସେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ବ୍ୟକ୍ତିଗତ କାରଣ ଲାଗି ପଦ ଛାଡ଼ୁଥିବା ସମ୍ପର୍କରେ ଇସ୍ତଫାପତ୍ରରେ ଦର୍ଶାଇଥିଲେ।

Advertisement
Odisha News: ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ହେଲେ ଓଏସ୍ଓୟୁର କୁଳପତି
Zee Odisha Desk|Updated: May 31, 2024, 09:58 AM IST
Share

Odisha News: ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଶ୍ୟାମ ସୁନ୍ଦର ଦାସଙ୍କୁ ନିଯୁକ୍ତି ପ୍ରଦାନ ଦିଆଯାଇଛି। ରାଜ୍ୟପାଳ ରଘୁବର ଦାସ ନୂଆ କୂଳପତି ଭାବେ ପ୍ରଫେସର ଶ୍ରୀ ଦାସଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟରେ ଯୋଗଦେବା ଦିନରୁ ଆସନ୍ତା ୩ ବର୍ଷ ନ ହେଲେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନିର୍ବାହ କରିବେ ବୋଲି ରାଜଭବନ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ଅର୍କ କୁମାର ଦାସ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ କୂଳପତି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଫେସର ଶ୍ୟାମ ସୁନ୍ଦର ଦାସ ଏହି ଦୌଡରେ ଆଗରେ ରହିବା ସହ ରାଜ୍ୟପାଳଙ୍କ ଦ୍ବାରା ନିଯୁକ୍ତ ହୋଇଛନ୍ତି।

ପ୍ରଫେସର ପଟ୍ଟନାୟକ ଏବେ ଚଣ୍ଡିଗଡ଼ ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଟିଚର୍ସ ଆଣ୍ଡ ରିସର୍ଚ୍ଚ(ଏନ୍ଆଇଟିଟିଆର)ର ମିଡିଆ ଇଞ୍ଜିନିୟରିଂ ବିଭାଗର ମୁଖ୍ୟଭାବେ କାର୍ଯ୍ୟରତ ଅଛନ୍ତି। ଏମ୍.ଏସ୍‌ସି, ଏମ୍.ଟେକ୍, ପିଏଚ୍‌ଡି, ପୋଷ୍ଟ ଡକ୍ଟରେଟ୍ କରିଥିବା ପ୍ରଫେସର ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ୩୩ ବର୍ଷର ଶିକ୍ଷକତା ଏବଂ ୧୧ ବର୍ଷ ୯ ମାସ ଧରି ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଅଧୀନରେ ୨୪ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି। ୧୩ଟି ପୁସ୍ତକ ସମ୍ପାଦନା କରିଥିବା ବେଳେ ଗୋଟିଏର ମୁଖ୍ୟ ସମ୍ପାଦକ, ୩ଟିର ଏଡିଟରସିପ୍, ୩ଟିର ପିର୍ ରିଭ୍ୟୁ କରିଛନ୍ତି। 

ତାଙ୍କର ୪୮ଟି ସନ୍ଦର୍ଭ ଜାତୀୟ ସମ୍ମିଳନୀ ଓ ୯୩ଟି ଆନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥାପିତ ହୋଇଛି। ୩୦୨ଟି ଏକାଡେମିକ ଜର୍ଣ୍ଣାଲ, ୧୩୧ଟି ସ୍କୋପସ୍ ଓ ଏସ୍‌ସିଆଇ ପ୍ରକାଶିତ ହୋଇଛି। ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)କୁଳପତି ଭାବେ ମଧ୍ୟ ପ୍ରଫେସର ପଟ୍ଟନାୟକ କିଛି ବର୍ଷ କାର୍ଯ୍ୟ କରିଥିଲେ। ୨୦୧୫ ମାର୍ଚ୍ଚରେ ବିପିୟୁଟିର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କାର୍ଯ୍ୟକାଳ ଶେଷ ପୂର୍ବରୁ ୨୦୧୭ ସେପ୍ଟେମ୍ବରରେ ଇସ୍ତଫା ଦେଇଥିଲେ। ବିବାଦ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଜୋରଦାର ବିରୋଧ ଯୋଗୁଁ ସେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ବ୍ୟକ୍ତିଗତ କାରଣ ଲାଗି ପଦ ଛାଡ଼ୁଥିବା ସମ୍ପର୍କରେ ଇସ୍ତଫାପତ୍ରରେ ଦର୍ଶାଇଥିଲେ।

Read More
{}{}