Hindi News >>Home >>Odisha State

Protest News: ମଙ୍ଗୁଳିରେ ଅଟକିଲା ପଶ୍ଚିମବଙ୍ଗ ଟ୍ରକ, ସାମାଜିକ ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ମଙ୍ଗୁଳି ଛକରେ କିଛି ସମାଜ ସେବୀ ସଂଗଠନ ପଶ୍ଚିମବଙ୍ଗକୁ ଯାଉଥିବା ଟ୍ରକକୁ ଅଟକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସୁନଥିବା ବେଳେ ପଶ୍ଚିମବଙ୍ଗକୁ ଉଚିତ ଜବାବ ଦେବାକୁ ଯାଇ ଏପରି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର କିଛି ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ୧୬ ନମ୍ବର ଜାତୀୟ ରାଜପଥର

Advertisement
Protest News: ମଙ୍ଗୁଳିରେ ଅଟକିଲା ପଶ୍ଚିମବଙ୍ଗ ଟ୍ରକ, ସାମାଜିକ ସଂଗଠନର ଆନ୍ଦୋଳନ
Zee Odisha Desk|Updated: Aug 09, 2024, 01:35 PM IST
Share

Protest News: ଭୁବନେଶ୍ୱର: ମଙ୍ଗୁଳି ଛକରେ କିଛି ସମାଜ ସେବୀ ସଂଗଠନ ପଶ୍ଚିମବଙ୍ଗକୁ ଯାଉଥିବା ଟ୍ରକକୁ ଅଟକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସୁନଥିବା ବେଳେ ପଶ୍ଚିମବଙ୍ଗକୁ ଉଚିତ ଜବାବ ଦେବାକୁ ଯାଇ ଏପରି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର କିଛି ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ପ୍ରତିବାଦ କରୁଛନ୍ତି। ପଶ୍ଚିମବଙ୍ଗକୁ ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡ଼ିକୁ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବରେ ଅଟକ ରଖାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

ସେପଟେ ରାଜ୍ୟରେ ଆଳୁ ଦର ବଢିବାରେ ଲାଗିଛି। ଚିନ୍ତାରେ ଖାଉଟି । ଆଉ ଏପଟେ ଖାଲି ପଡିଛି ଆଳୁ ଗୋଦାମ୍। ଦିନକୁ ଦିନ ଉତ୍କଟ ହେଉଛି ଆଳୁ ସମସ୍ୟା। ଓଡି଼ଶା ଆସୁଥିବା ଆଳୁ ଟ୍ରକକୁ ଫେରାଇ ନେଇଛି ପଶ୍ଚିମବଙ୍ଗ। ମନ୍ତ୍ରୀଙ୍କ ଚେତାବନୀ ସତ୍ତ୍ବେ ଆଳୁ ଦର ୭୦ ତଳକୁ ଖସୁନି।  ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ  ବଜାରରୁ ଆଳୁ ଉଭାନ୍ ହେବାରେ ଲାଗିଛି। ପ୍ରତ୍ୟକ ଦିନ ୫ ହାଜାର ଟନ୍ ଆଳୁର ଆବଶ୍ୟକତା ପଡୁଥିବା ବେଳେଏବେ ଯଥେଷ୍ଟ ଟନର ଆଳୁ ଗୋଦାମ୍ ରେ ମହଜୁଦ୍ ନାହିଁ। ଗତାକାଲି ମାତ୍ର ୪୦ଟି ଆଳୁ ଗାଡି଼ ଓଡ଼ିଶାକୁ ଆସିଥିବା ବେଳେ ୫ଟି ଗାଡି ଭୁବନେଶ୍ବରକୁ ଆସୁଥିଲା। ପୂର୍ବରୁ ପ୍ରତ୍ୟକଦିନ ୧୭୦ଟି ଆଳୁ ଗାଡି ଓଡି଼ଶା ଅଭିମୁଖେ ଆସୁଥିଲା।  ବିଶେଷ କରି, ଜୁଲାଇ ୨୧ରୁ ପଶ୍ଚିମବଙ୍ଗରୁ ବିଶେଷଭାବେ ଆଳୁ ଗାଡି଼ ଆସୁ ନାହିଁ। 

ଏଠାରେ କହି ରଖୁ କି ନାଫେଡ ଜରିଆରେ ଉତ୍ତରପ୍ରଦେଶରୁ ଆଳୁ ଆସିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଖାଉଟିମାନଙ୍କୁ ୩୦ ଟଙ୍କା ଆଳୁ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି।  ଏହାଦ୍ବାରା ଖାଉଟିଙ୍କୁ  ସୁଲଭ ଦରରେ ଆଳୁ ଯୋଗାଇଦିଆଯିବ ।  ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ  ୩ ଶହ  ମେଟ୍ରିକ ଟନ ଆଳୁ ପାଇଁ  ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରର ସରକାରୀ ଖୁଚୁରା ଦେକାନରେ ଉପଲବ୍ଧ ହେବ ବୋଲି ଜଣାପଡିଛି। ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ, କଟକରେ ହୋଲସେଲ ଗୋଦାମରୁ ୪୫ କେଜି ଆଳୁ ପ୍ୟାକେଟ୍ କୁ ୧୭୦୦ ରୁ ୧୮ ଟଙ୍କାରେ ଖୁଚୁରା ବ୍ୟବସାୟୀ କିଣୁଥିବା ଜଣାପଡିଛି। 

Read More
{}{}